ETV Bharat / politics

କୋରାପୁଟରେ ବଢୁଛି ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା, ଗଣତନ୍ତ୍ର ପାଇଁ ଶୁଭଙ୍କର କହିଲେ ରାଜନୀତି ସମୀକ୍ଷକ - Koraput Independent candidate

author img

By ETV Bharat Odisha Team

Published : Apr 29, 2024, 1:46 PM IST

Koraput Independent candidates
Koraput Independent candidates

Koraput Independent candidates: କୋରାପୁଟ ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକ ପାଇଁ ୧୯ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଗଣତନ୍ତ୍ର ପାଇଁ ଶୁଭଙ୍କର କହିଲେ ରାଜନୀତି ସମୀକ୍ଷକ । ଅଧିକ ପଢନ୍ତୁ

Koraput Independent candidates

କୋରାପୁଟ: ସାଧାରଣ ନିର୍ବାଚନ ୨୦୨୪ ନେଇ ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ କୋରାପୁଟ ଜିଲ୍ଲାରେ ଭୋଟିଂ ହେବାକୁ ଯାଉଛି । ଯେଉଁଥିପାଇଁ ପ୍ରାର୍ଥୀମାନଙ୍କ ନାମାନଙ୍କ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଜିଲ୍ଲା ଅଧିକାରୀଙ୍କ ଦ୍ୱାରା ସେବୁଡିକର ଯାଞ୍ଚ ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଯାଇଛି ।କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ସମୁଦାୟ ୧୨ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବିଧାନସଭା ଆସନ ପାଇଁ ୫୨ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

କୋରାପୁଟରେ ପ୍ରଥମ ପ୍ରର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ପ୍ରାର୍ଥୀମାନେ ନାମାଙ୍କନ ଭରିଥିବା ବେଳେ ସେଗୁଡିକର ଯାଞ୍ଚ ମଧ୍ୟ ଶେଷ ହୋଇଛି । 12 ଜଣ ସାଂସଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କୋରାପୁଟ, ଲକ୍ଷ୍ମୀପୁର, ପଟ୍ଟାଙ୍ଗି, ଜୟପୁର ଏବଂ କୋଟପାଡ଼ ବିଧାନସଭା ଆସନ ପାଇଁ ସର୍ବମୋଟ 52 ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ତେବେ ଏହି ତାଲିକାରେ ବିଗତ ନିର୍ବାଚନଗୁଡିକ ଅପେକ୍ଷା ଚଳିତ ବର୍ଷ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା 52 ଜଣ ପ୍ରାର୍ଥୀଙ୍କ ମଧ୍ୟରେ 19 ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଶେଷ ଦିନରେ ନାମାଙ୍କନ ଭରିଲେ ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ - Odisha Assembly Election 2024

ଏନେଇ ସେଚ୍ଛାସେବୀ ଶରତ ପଟ୍ଟନାୟକ କହିଛନ୍ତି, "ଯେଉଁ ଦଳୀୟ ନେତାମାନେ ଜିତି କରି ଯାଉଛନ୍ତି ସେମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେଉଛନ୍ତି ।ସବୁଦିନ ପାଇଁ ଯେ ଏହି ପ୍ରଥା ରହିବ ଯେ କେବଳ ଦଳୀୟ ନେତା ନିର୍ବାଚନକୁ ଓହ୍ଲାଇବେ, ଅନ୍ୟମାନେ କେହି ରହିବେ ନାହିଁ , ସେ ପ୍ରଥାକୁ ବନ୍ଦ କରିବାକୁ ପଡିବ । ଆଉ ଏହି ପ୍ରଥାର ବନ୍ଦର ଆରମ୍ଭ ହୋଇଛି । ଯେତେ ଲୋକ ନିର୍ବାଚନକୁ ବାହାରିବେ ଗଣତନ୍ତ୍ର ଶାସନ ସେତେ ପାଇଁ ଶୁଭଙ୍କର ଅଟେ । ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢିବ ।"

ଆଉମଧ୍ୟ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସ୍ୱାଧୀନ ଭାବେ ଲଢ଼ିବା ପାଇଁ ଆବେଦନକାରୀ ସାହସ କରିଥିବା ଯୋଗୁଁ ଏହା ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ତେବେ ରାଜନୈତିକ ଦଳ ଗୁଡ଼ିକର ବ୍ୟାପକ ପ୍ରଚାରକୁ ସ୍ୱାଧୀନ ପ୍ରାର୍ଥୀ କେତେଦୂର ଶେଷ ପର୍ଯ୍ୟନ୍ତ ନିଜକୁ ସଫଳ ଭାବେ ଭୋଟରଙ୍କ ନିକଟରେ ଉପସ୍ଥାପନା କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.