ETV Bharat / politics

4ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ

author img

By ETV Bharat Odisha Team

Published : Feb 27, 2024, 10:35 PM IST

ଚାରି ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ
ଚାରି ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ

Congress Stage Mass Strike: ଚାରି ଦଫା ଦାବି ନେଇ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଜେଲ୍ ଭରୋ ଆନ୍ଦୋଳନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ସହରରେ ସିଟି ହସ୍ପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପ୍ରଭୃତି ରହିଛି ଦାବି । ଅଧିକ ପଢନ୍ତୁ

ଚାରି ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ କଂଗ୍ରେସର ଗଣ ବିକ୍ଷୋଭ । ଚାରି ଦଫା ଦାବି ନେଇ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଜେଲ୍ ଭରୋ ଆନ୍ଦୋଳନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଗଣେଶ୍ଵର ବେହେରାଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ତିନିମୁହାଣୀ ଠାରୁ ଶୋଭାଯାତ୍ରାରେ ବାହାରି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ପୂର୍ବରୁ 'ମାଟି ପାଇଁ ପାଟି ଖୋଲ', 'ମାଟି ପାଇଁ ମାଡିଚାଲ' ଆନ୍ଦୋଳନ ପରେ ଆଜି 'ମାଟି ପାଇଁ ଜେଲ୍ ଚାଲୋ' ଡାକରା ଦେଇ କଂଗ୍ରେସ କର୍ମୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ଅତିକ୍ରମ କରିବାକୁ ଉଦ୍ୟମ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ସହରରେ ସିଟି ହସ୍ପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପ୍ରଭୃତି ଦାବିରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ଏହା ମଧ୍ୟ ପଢନ୍ତୁ...କଂଗ୍ରେସର ଲୋକସେବା ଭବନ ଘେରାଉ, ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ

ଏଥିରେ ପୂର୍ବତନ କଂଗ୍ରେସ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମା, ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀ, କଂଗ୍ରେସ ନେତା ରତିକାନ୍ତ କାନୁନଗୋ ପ୍ରମୁଖ ଯୋଗଦେଇଥିଲେ । ତେବେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାକୁ ବିଜେଡ଼ି ନିର୍ବାଚନୀ ଧୂଆଁବାଣ କହି ବିଜେଡି ଶାସନର ୨୫ ବର୍ଷରେ ୨୦ ବର୍ଷ ବିଧାୟକ ରହି ମନ୍ତ୍ରୀପଦ ପାଇଥିବା ପ୍ରତାପ ଦେବଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥଶର୍ମା । ଜାପାନର ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ପକ୍ଷରୁ ଜିଲ୍ଲାରେ ଇସ୍ପାତ ପ୍ରତିଷ୍ଠା କରିବା ଘୋଷଣାରେ ସତ୍ୟତା ନଥିବା ଅଭିଯୋଗ କରିଛନ୍ତି ଦେବେନ୍ଦ୍ର । ଜିଲ୍ଲାରେ ବେକାରୀ ସମସ୍ୟା ବଢିଛି ଓ ଦାଦନ ଦୁଃଖ ବଳି ଯାଇଛି ବୋଲି କହିବା ସହ ସାରା ରାଜ୍ୟରେ ଏନଏସି ଘୋଷଣା ହୋଇଥିବା ବେଳେ ଆଳିକୁ ଅଣଦେଖା କରାଯାଇଛି ।

ଆଳି ବ୍ଲକରେ ଥିବା ୧୨ଟି ପଞ୍ଚାୟତକୁ ୧୯୭୪ ମସିହାରେ ଓ ରାଜକନିକା ବ୍ଲକର କିଛି ଅଞ୍ଚଳକୁ ୧୯୮୫ ମସିହାରେ ଅର୍ବାନ ଏରିଆ ଘୋଷଣା କରାଯାଇଥିଲେ ମଧ୍ୟ ଏହି ଅଞ୍ଚଳକୁ ଏନଏସି ମାନ୍ୟତା ନମିଳିବା ରାଜ୍ୟ ସରକାର ଓ ସ୍ଥାନୀୟ ବିଜେଡି ନେତା ପ୍ରତାପ କେଶରୀ ଦେବଙ୍କ ଅଦୂରଦର୍ଶିତା ବୋଲି କହିଛନ୍ତି ଦେବେନ୍ଦ୍ର । ସେହିପରି ବିଭିନ୍ନ ସମୟରେ କଂଗ୍ରେସ ପକ୍ଷରୁ ନିଜ ମାତୃଭୂମି ପାଇଁ ଆନ୍ଦୋଳନ କରାଯାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଯାତ୍ରୀବାହୀ ରେଳ କେବେ ଗଡିବ ବୋଲି ପ୍ରଶ୍ନ କରିଛନ୍ତି ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ । ଆଜିର ଏହି ଆନ୍ଦୋଳନରେ ଶତାଧିକ କଂଗ୍ରେସ ନେତାଙ୍କ ସମେତ ଦଳୀୟ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.