ETV Bharat / politics

କଂଗ୍ରେସର ଲୋକସେବା ଭବନ ଘେରାଉ, ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ

author img

By ETV Bharat Odisha Team

Published : Feb 26, 2024, 10:10 PM IST

Congress Holds Lok Seva Bhawan Gherao Rally : ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଓ କରାଯାଇଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପଦର୍ଶନ କରିଛି । ଅଧିକ ପଢନ୍ତୁ

କଂଗ୍ରେସର ଲୋକସେବା ଭବନ ଘେରାଉ, ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ
କଂଗ୍ରେସର ଲୋକସେବା ଭବନ ଘେରାଉ, ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ

କଂଗ୍ରେସର ଲୋକସେବା ଭବନ ଘେରାଉ, ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ

ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧ ରେ କଂଗ୍ରେସର ଯୁଦ୍ଧଂ ଦେହି ଡାକରା । ରାଜଧାନୀରେ ଗର୍ଜିଲା କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଓ କରାଯାଇଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପଦର୍ଶନ କରିଛି । ହଜାର ହଜାର କଂଗ୍ରେସ କର୍ମୀ ଓ ନେତା କଂଗ୍ରେସ ଭବନରୁ ବାହାରି ଲୋକସେବା ଭବନ ଆଡେ ଅଗ୍ରସର ହୋଇଥିଲେ । ଲୋଅର ପିଏମଜିରେ ପୋଲିସ ଓ କଂଗ୍ରେସ ନେତା ଓ କର୍ମୀ ମୁହାଁ ମୁହିଁ ହୋଇଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକସେବା ଭବନ ଘେରିଛି କଂଗ୍ରେସ ।

ରାଜ୍ୟରେ ଦୀର୍ଘ 24 ବର୍ଷ ଧରି ବିଜେଡି ସରକାର ଏବଂ 10 ବର୍ଷ ଧରି କେନ୍ଦ୍ରରେ ମୋଦି ସରକାର ଜନସାଧାରଣଙ୍କ ସହ ପ୍ରବଞ୍ଚନା କରିଛନ୍ତି । ରାଜ୍ୟରେ ବେରୋଜଗାରୀ ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି । ଚାକିରୀ ନପାଇ ହଜାର ହଜାର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଚାଷ ଆଉ ଚାଷୀ ଉଭୟ ହତାଶ, ଧାନ ର ଅଭାବୀ ବିକ୍ରି ,ମଣ୍ଡି ସମସ୍ୟା ରହିଥିବା ବେଳେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି । ଖଣି ଦୁର୍ନୀତି ବ୍ୟାପକ ଭାବେ ଚାଲିଛି । ଶିକ୍ଷା କ୍ଷେତ୍ରରେ ବହୁ ପଛରେ ସରକାର, ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି ହେଲେ ସରକାର ଚୁପ ବସିଛନ୍ତି । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି ଏଭଳି ଅଭିଯୋଗ ଆଣି ଆଜି କଂଗ୍ରେସ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି । ଏହି ଘେରାଓ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ,କଂଗ୍ରେସ ପ୍ରଭାରୀ ଅଜୟ କୁମାର , ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହିଳା ସଭନେତ୍ରୀ ମିନାକ୍ଷୀ ବାହିନୀପତି, ବିଧାୟକ ତାରା ବାହିନୀପତି, ବିଧାୟକ ସୁର ରାଉତରାୟ, ବିଧାୟକ ରମେଶ ଜେନା ଓ ସମସ୍ତ ସାଙ୍ଗଠନିକ ଜିଲ୍ଲା ସଭାପତି, ବ୍ଲକ ସଭାପତି, ଯୁବ ସଭାପତି ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା: ଅଜୟ କୁମାର

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ ଆଗକୁ ରାଜ୍ୟରେ ରାଜନୈତିକ ପରିବର୍ତନ ହେବ । କୃଷକ, ମହିଳା, ଶ୍ରମିକଙ୍କ ପାଇଁ କଂଗ୍ରେସ ଆନ୍ଦୋଳନ କରୁଛି ଏବଂ କରିବ । ଆଜିର ଆନ୍ଦୋଳନ ରାଜ୍ୟକୁ ଏକ ବଡ ବାର୍ତ୍ତା ହେଉଛି । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର 2 ଟି ବ୍ୟାରିକେଡ଼ କରିଥିଲେ । କଣ୍ଟାର ବ୍ୟାରିକେଡ଼ ମଧ୍ୟ କରିଥିଲା ପୋଲିସ । କିନ୍ତୁ ସରକାର ଜାଣିନାହାନ୍ତି କଂଗ୍ରେସର ରାସ୍ତା ଯେତେ ଅବରୋଧ କରିବେ କଂଗ୍ରେସ ସେତେ ଆଗକୁ ବଢିବ । ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ବିତୀୟ ବ୍ୟାରିକେଡ ଉପରେ ଚଢିଥିଲେ, ତାଙ୍କୁ ପୋଲିସ ସେଠାରୁ କାବୁ କରି ନେଇଥିଲା । ପରେ ତାଙ୍କୁ ପୋଲିସ ଟ୍ରକ ଯୋଗେ ଉଠାଇ ନେଇଥିଲା ।

ଦୀର୍ଘ 24 ବର୍ଷ ଭିତରେ ରାଜ୍ୟକୁ ଗରିବ ପ୍ରଦେଶ ଭାବରେ ପରିଗଣିତ କରିସାରିଛନ୍ତି ରାଜ୍ୟ ସରକାର। ଦେଶରେ କୃଷକଙ୍କ ମୁଣ୍ଡପିଛା ଆୟ 10 ହଜାର ଥିବା ବେଳେ ରାଜ୍ୟ କୃଷକଙ୍କ ଆୟ 5 ହଜାର। ଓଡିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ରାଜ୍ୟର ସମସ୍ତ ଠିକା କାମ ବାହାର ରାଜ୍ୟର ଲୋକ ନେଉଛନ୍ତି।ମୁଖମନ୍ତ୍ରୀ ଓଡ଼ିଶା ଲୋକଙ୍କୁ କାହିଁକି ସୁଯୋଗ ଦେଉନାହାନ୍ତି । ଆଗରୁ ହୋଡିଙ୍ଗରେ ବିଜୁ ବାବୁଙ୍କ ବଡ ବଡ ଫୋଟ ରହୁଥିଲା । ତାପରେ ନବୀନ ବାବୁଙ୍କ ଫଟୋ ରହିଲା ଏବେ ପାଣ୍ଡିଆନଙ୍କ ଫଟୋ ରହୁଛି। ଏହାର ଅର୍ଥ ନବୀନ ବାବୁ ଯାଉଛନ୍ତି ପାଣ୍ଡିଆନ ଆସୁଛି। ଆଗରୁ କଂଗ୍ରେସ ଆସୁଛି । ଆମେ ଲଢ଼ିବୁ ଆଉ ଜିତିବୁ ନିଶ୍ଚିନ୍ତ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ କଂଗ୍ରେସ ଡ଼. ଅଜୟ କୁମାର । ନିର୍ବାଚନ ପୂର୍ବରୁ ଆଟାକିଙ୍ଗ ମୁଡ଼ ରେ ରାଜ୍ୟ କଂଗ୍ରେସ । ରାଜ୍ୟ କଂଗ୍ରେସ ଏବେ ସରକାର ଙ୍କୁ ଶାଣିତ ଆକ୍ରମଣ କରିବାକୁ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.