ETV Bharat / politics

ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା: ଅଜୟ କୁମାର

author img

By ETV Bharat Odisha Team

Published : Feb 25, 2024, 10:35 PM IST

Congress Will Announce List Of MLA Candidates: ମାର୍ଚ୍ଚ ପ୍ରଥମ ସପ୍ତାହରେ ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା । ଅଧିକ ପଢନ୍ତୁ

ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା :  ଡ଼ ଅଜୟ କୁମାର
ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା : ଡ଼ ଅଜୟ କୁମାର

ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା : ଡ଼ ଅଜୟ କୁମାର

ଭୁବନେଶ୍ବର: ଆସୁଛି ସାଧାରଣ ନିର୍ବାଚନ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ଷ୍ଟ୍ରାଟେଜି ଆପଣାଇବା ଆରମ୍ଭ କଲେଣି । ଭାରତୀୟ ନିର୍ବାଚନ ଆୟୁକ୍ତ ଓଡିଶାରୁ ଫେରିବା ପରେ 2024 ସାଧାରଣ ନିର୍ବାଚନ ତାରିଖ ଖୁବଶୀଘ୍ର ଘୋଷଣା ହେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ନିର୍ବାଚନ ତାରିଖ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେଲାଣି । ନିର୍ବାଚନ ମାସକ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳମାନେ ପ୍ରାର୍ଥୀ ତାଲିକା ଘୋଷଣା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଜାତୀୟ ଦଳ ଭାବରେ ଭାରତୀୟ ଜନତା ପାର୍ଟି ଖୁବଶୀଘ୍ର ଶହେ କିମ୍ବା ତା ଠାରୁ ଅଧିକ ସିଟ ନେଇ ପ୍ରାର୍ଥୀ ଘୋଷଣା କରିପାରେ । ସର୍ବନିମ୍ନ ଶହେ ସିଟ ଘୋଷଣା ହେବ । କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ ନିଷ୍ପତି ଅନୁଯାୟୀ ଘୋଷଣା ହେବ । ଓଡିଶା ପରିପ୍ରେକ୍ଷୀରେ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଖୋଦ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଗୁଆ ପ୍ରାର୍ଥୀ ଘୋଷଣା ହେଲେ ସେ ସ୍ଥାନର କାର୍ଯ୍ୟକର୍ତ୍ତା ଯେତିକି ପରିଶ୍ରମ କରୁଛନ୍ତି ଅଧିକ ପରିଶ୍ରମ କରିବେ । ପ୍ରାର୍ଥୀଙ୍କ ଗୁରୁତ୍ବ ବଢିବ, ଚର୍ଚ୍ଚା ବଢିବ, ଆଲୋଚନା ବଢିବ । ଆଗୁଆ ଘୋଷଣା ହେଲେ ନିର୍ବାଚନ ଲଢେଇ ସହଜ ହେବ ଏବଂ ଏହା ରଣନୀତିର ଅଂଶବିଶେଷ । ଆମକୁ ଯାହା ପରାମର୍ଶ ମଗାଯିବ, ଆମେ ସେ ଅନୁଯାୟୀ ଠିକ ସମୟରେ ପରାମର୍ଶ ଦେବୁ ବୋଲି ବିଜେପି କହିଛି ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ?


ତେବେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ ଅଜୟ କୁମାର କହିଛନ୍ତି ଯେ କଂଗ୍ରେସ ମଧ୍ୟ ସର୍ଟ ଲିଷ୍ଟ କରିଛି ପ୍ରାର୍ଥୀ ତାଲିକା । ଶାସକ ଦଳ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ନୂଆ ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ହେଉଛି । 27 ତାରିଖରେ ଦିଲ୍ଲୀରେ ଆବେଦନ ପ୍ରାର୍ଥୀଙ୍କ ସ୍କ୍ରିନିଂ କାମ ସରିଯିବ । ପ୍ରାର୍ଥୀମାନଙ୍କ ସଟଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀଙ୍କ ସିଟ ଘୋଷଣା ହେଇଯିବ । ପ୍ରଥମ ପର୍ଯାୟରେ ପାଖାପଖି 70 ସିଟ ଆମେ ଘୋଷଣା କରିବୁ । ପ୍ରଧାନମନ୍ତ୍ରୀ ମୋଦି 2024 ସାଧାରଣ ନିର୍ବାଚନକୁ ନେଇ ବହୁତ ଚିନ୍ତାରେ ଅଛନ୍ତି । ଇଣ୍ଡିଆ ମେଣ୍ଟରେ ବହୁତ ଦଳ ସାମିଲ ହେଉନାହାନ୍ତି ବୋଲି ବିଜେପି ନେତା ଅଭିଯୋଗ କହୁଛନ୍ତି । କିନ୍ତୁ ଆଗକୁ ବହୁ ଦଳ ଇଣ୍ଡିଆ ମେଣ୍ଟରେ ମିଶିବାକୁ ଯାଉଛନ୍ତି । ମହାରାଷ୍ଟ୍ର, ବେଙ୍ଗଲ, ବିହାର, ଉତ୍ତରପ୍ରଦେଶରେ ଯେତେବେଳେ ବିରୋଧୀ ମିଶିଯିବେ ସେତେବେଳେ ନିର୍ବାଚନ ଚିତ୍ର କିଛି ଭିନ୍ନ ହେବେ । ଏହାକୁ ହିଁ ପ୍ରଧାନମନ୍ତ୍ରୀ ଭୟ କରୁଛନ୍ତି ।

ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଶାସକ ଦଳ ଦୀର୍ଘ ଦିନ ଶାସନରେ ଥିବାରୁ ବିଜେଡିରେ ସର୍ବାଧିକ ଆଶାୟୀ ଅଛନ୍ତି । ସେହିପରି ବିଜେପିରେ ମଧ୍ୟ ଅଶାୟୀଙ୍କ ଲମ୍ବା ଲାଇନ । କଂଗ୍ରେସ ପ୍ରଗମନ ଆପ ରେ ଆବେଦନ ସୁଯୋଗ ଦେଇଥିଲା । କଂଗ୍ରେସରେ ମଧ୍ୟ ଅଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଟିକେଟ ବଣ୍ଟନ ପ୍ରକ୍ରିୟା ପରେ ଅସନ୍ତୁଷ୍ଟ ମାନଙ୍କୁ ପ୍ରଶମନ କରିବା ସବୁ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.