ETV Bharat / politics

21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର - BJP releases candidates list

author img

By ETV Bharat Odisha Team

Published : Apr 16, 2024, 11:42 AM IST

Updated : Apr 16, 2024, 1:29 PM IST

21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପରରୁ ଅମରେନ୍ଦ୍ର
21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପରରୁ ଅମରେନ୍ଦ୍ର

BJP releases its list of 21 candidates : ରାଜ୍ୟରେ ଆଉ 21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି । ଅଧିକ ପଢନ୍ତୁ

21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର

ଭୁବନେଶ୍ବର : ବିଜେପି ଆଜି ରାଜ୍ୟରେ ଆଉ 21 ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଉରକେଲାରୁ ଦଳ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଟିକେଟ ଦେଇଛି । ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, ରଣପୁରରୁ ସୁରମା ପାଢୀ ପ୍ରମୁଖଙ୍କୁ ଟିକେଟ ମିଳିଛି । ପୂର୍ବରୁ ଦଳ ପ୍ରଥମ ପର୍ଯ୍ୟାୟରେ 112 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଦଳ ରାଜ୍ୟର ସମସ୍ତ 21 ଲୋକସଭା ଆସନରେ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ଅନ୍ୟ ଏକ ରୋଚକ କଥା ହେଉଛି, ଦଳ ମୟୂରଭଞ୍ଜ ଜିଲ୍ଲାରେ 9ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଟିକଟ ଦେଇନି ଦଳ । ସାଂସଦ ପ୍ରାର୍ଥୀ ଭାବେ ଟିକେଟ ନମିଳିବା ପରେ ଟୁଡୁଙ୍କୁ ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ବିଧାନସଭା ଟିକଟ ମଧ୍ୟ ମିଳିଲା ନାହିଁ । ୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ଦୁଇଟି ପର୍ଯ୍ଯାୟରେ ୧୩୩ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ, ଆଉ ୧୪ ଆସନରେ ବାକି ରହିଛି ।


ସାରସକଣାରୁ ବିଜେପି ନୂଆ ଚେହେରା ଭାଦଦ୍ଭ ହାନ୍ସଦାଙ୍କୁ ଏଥର ପ୍ରାର୍ଥୀ କରୁଛି । ସେହିପରି ରାଇରଙ୍ଗପୁରରୁ ଜୋଲେନ ବର୍ଦ୍ଦା, ବଙ୍ଗୀରିପୋଷିରୁ ସଞ୍ଜଳି ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବୃ, ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗର ଲଳିତ ବେହେରା ବିଜେପି ପ୍ରାର୍ଥୀ କରିଛି । ବାଲିକୁଦା-ଏରସମାରୁ ସତ୍ୟ ସାରଥୀ ମହାନ୍ତିଙ୍କୁ ଦଳ ନିର୍ବାଚନକୁ ଓହ୍ଲାଇଛି ।

କିଛିଦିନ ପୂର୍ବରୁ ଟିକେଟ ନମିଳିବାରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଅମରେନ୍ଦ୍ର ଦାସ । ତାଙ୍କୁ ବିଜେପି ଆଜି ଜଗତସିଂହପୁର ଟିକେଟ ଦେଇଛି । ବଦଳିଛି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କ ଆସନ । ରଣପୁରରୁ ଏଥର ନିର୍ବାଚନ ଲଢ଼ିବେ ସୁରମା । ସାନଖେମୁଣ୍ଡିରୁ ଉତ୍ତମ କୁମାର ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମ କଟକରୁ ଜଗନ୍ନାଥ ନୁନ୍ଦ୍ରକା, ରାୟଗଡାରୁ ବସନ୍ତ କୁମାର ଉଲକ୍କାଙ୍କୁ ଦଳ ପ୍ରାର୍ଥୀ କରିଛି । ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, ଚିତ୍ରକୋଣ୍ଡାରୁ ଡମ୍ବୁରୁଧର ଶୀଶାଙ୍କୁ ବିଜେପି ଟିକେଟ ଦେଇଛି । ଉଭୟ ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । କୋଟପାଡ଼ରୁ ରୂପା ଭତ୍ରା, ପଟାଙ୍ଗୀରୁ ଚୈତନ୍ୟ ନନ୍ଦିବାଲି, କାକଟପୁରରୁ ବାଇଧର ମଲ୍ଲିକ ଦଳ ପ୍ରାର୍ଥୀ କରିଛି ।


ଏବେ ନଜର ପକାଇବା ବିଜେପିର ବିଧାନସଭା ଆସନ ପ୍ରାର୍ଥୀ ତାଲିକା ଉପରେ...

ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

ରାଉରକେଲା- ଦିଲ୍ଲୀପ ରାୟ

ପାଟଣା- ଅଖିଳ ଚନ୍ଦ୍ର ନାଏକ

ସାରସକଣା- ଭାଦବ ହାଂସଦା

ରାଇରଙ୍ଗପୁର- ଜୋଲେଙ୍ଗ ବରଦା

ବାଙ୍ଗିରିପୋଷି- ସଞ୍ଜଳି ମୁର୍ମୁ

କରଞ୍ଜିଆ- ପଦ୍ମ ଚରଣ ହାଇବ୍ରୁ

ଝରିଗାଁ- ନରସିଂହ ଭାତ୍ରା

ଡାବୁଗାଁ- ସୋମନାଥ ପୁଜାରୀ

ରାଜନଗର - ଲଳିତ ବେହେରା

ବାଲିକୁଦା-ଏରସମା - ସତ୍ୟସାରଥୀ ମହାନ୍ତି

ଜଗତସିଂହପୁର- ଅମରେନ୍ଦ୍ର ଦାସ

କାକଟପୁର- ବାଇଧର ମଲ୍ଲିକ

ରଣପୁର- ସୁରମା ପାଢୀ

ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ

ମୋହନା- ପ୍ରଶାନ୍ତ ମଲ୍ଲିକ

ବିଷମ କଟକ- ଜଗନ୍ନାଥ ନୁଦ୍ରୁକା

ରାୟଗଡା- ବସନ୍ତ କୁମାର ଉଲ୍ଲାକା

ଲକ୍ଷ୍ନୀପୁର- କୈଳାସ କୁଲେସିକା

କୋଟପାଡ- ରୁପୁ ଭାତ୍ରା

ପଟାଙ୍ଗି- ଚୈତନ୍ୟ ନନ୍ଦିବାଲି

ଚିତ୍ରକୋଣ୍ଡା - ଡମ୍ବୁରୁ ସିସା

ଏହା ମଧ୍ୟ ପଢନ୍ତୁ: -8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ - Congress candidates for ls poll

ବିଜେଡି ଏବେ ସୁଦ୍ଧା 21 ଲୋକସଭା ଆସନ ସହ 117 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଲୋକସଭା ପାଇଁ 8 ପ୍ରାର୍ଥୀ ଓ ବିଧାନସଭା ପାଇଁ 47 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଦଳ 75 ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି । ଏବେ ସୁଦ୍ଧା କଂଗ୍ରେସ ମୋଟ 122 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ।

ଇଟିଭି ଭରତ, ଭୁବନେଶ୍ବର

Last Updated :Apr 16, 2024, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.