ETV Bharat / politics

8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ - Congress candidates for ls poll

author img

By ETV Bharat Odisha Team

Published : Apr 2, 2024, 3:17 PM IST

Updated : Apr 2, 2024, 5:27 PM IST

Congress releases a list of candidates: ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ 8 ଲୋକସଭା ଓ 47 ବିଧାନସଭା ଆସନରେ ଦେଲା ପ୍ରାର୍ଥୀ । ଅଧିକ ପଢନ୍ତୁ

Etv Bharatପ୍ରଥମ ପର୍ଯ୍ୟାୟରେ 8 ଲୋକସଭା, 49 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ
Etv Bharatପ୍ରଥମ ପର୍ଯ୍ୟାୟରେ 8 ଲୋକସଭା, 49 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଭୁବନେଶ୍ବର: ବିଜେଡି ଓ ବିଜେପି ପରେ ଆଜି କଂଗ୍ରେସ ମଧ୍ଯ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦଳ ପ୍ରଥମ ପର୍ଯ୍ୟାୟରେ ଲୋକସଭା ପାଇଁ 8 ପ୍ରାର୍ଥୀ ଓ ବିଧାନସଭା ପାଇଁ 47 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଜି ଘୋଷିତ 49 ବିଧାସଭା ଆସନ ମଧ୍ୟରେ କଂଗ୍ରେସ 2ଟି ଆସନ ଜେଏମଏମ ଓ ସିପିଆଇ-ଏମକୁ ଛାଡିଛି ।

ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ପିସିସି ସଭାପତି ସଭାପତି ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ରାଜ୍ୟ କଂଗ୍ରେସର ପୂର୍ବତନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପାରାଳାଖେମୁଣ୍ଡି ଆସନରୁ ଟିକେଟ ପାଇଛନ୍ତି । ରାଜ୍ୟରେ ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ପୁଣି ଥରେ କୋରାପୁଟ ସଂସଦୀୟ ଆସନରୁ ଲଢିବାକୁ ଯାଉଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ନର୍ଲାରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେହିପରି ନିକଟରେ ବିବାଦ ଓ ଚର୍ଚ୍ଚା ପରେ ଦଳରେ ସାମିଲ ହୋଇଥିବା ଅଭିନେତା ମନୋଜ ମିଶ୍ରଙ୍କୁ ମଧ୍ୟ ଦଳ ବଲାଙ୍ଗୀରରୁ ସାଂସଦ ପ୍ରାର୍ଥୀ କରିଛି ।

ପ୍ରମୁଖ ଲୋକସଭା ପ୍ରାର୍ଥୀ:-
ଲୋକସଭା ଟିକେଟରେ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାରେ କଂଗ୍ରେସ ମାପିଚୁପି ଟିକେଟ ଘୋଷଣା କରିଛି । ବରଗଡ଼ରୁ ସଞ୍ଜୟ ଭୋଇଙ୍କୁ ଟିକେଟ ଦେଇଛି ଦଳ । ସେହିପରି ବ୍ରହ୍ମପୁରରୁ ରଶ୍ମିରଞ୍ଜନ ପଟ୍ଟନାୟକ, ପଶ୍ଚିମ ଓଡ଼ିଶାରେ ଦଳର ଗଡ କୁହାଯାଉଥିବା ବଲାଙ୍ଗୀରରେ ଚଳଚିତ୍ର ଅଭିନେତା ମନୋଜ ମିଶ୍ରଙ୍କୁ ସାଂସଦ ପ୍ରାର୍ଥୀ କରିଛି କଂଗ୍ରେସ । କନ୍ଧମାଳରୁ ଅମୀର ଚାନ୍ଦ ନାୟକ, ସୁନ୍ଦରଗଡ଼ ଲୋକସଭା ଆସନରୁ ଜନାର୍ଦ୍ଦନ ଦେହୁରୀ, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ ଏବଂ କୋରାପୁଟରୁ ସପ୍ତଗିରି ଉଲାକାଙ୍କୁ ଟିକେଟ ଦେଇଛି ଦଳ ।

କଂଗ୍ରେସ ଲୋକସଭା ପ୍ରାର୍ଥୀ

ଆସନ ପ୍ରାର୍ଥୀ

ବରଗଡ଼- ସଞ୍ଜୟ ଭୋଇ

ବ୍ରହ୍ମପୁର- ରଶ୍ମିରଞ୍ଜନ ପଟ୍ଟନାୟକ

ବଲାଙ୍ଗୀର- ମନୋଜ ମିଶ୍ର

କନ୍ଧମାଳ- ଅମୀର ଚାନ୍ଦ ନାୟକ

ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ

କଳାହାଣ୍ଡି- ଦ୍ରୌପଦୀ ମାଝୀ

ନବରଙ୍ଗପୁର- ଭୁଜବଳ ମାଝୀ

କୋରାପୁଟ - ସପ୍ତଗିରି ଉଲାକା

ବିଧାନସଭା ପ୍ରାର୍ଥୀ:-

ସେହିପରି ଦଳ 47ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପିସିସି ସଭାପତି ଶରତ ପଟନାୟକ ନୂଆପଡାରୁ ଲଢ଼ିବେ । ନର୍ଲା ବିଧାନସଭା ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ପ୍ରଚାର ଭକ୍ତ ଚରଣ ଦାଶ, କଣ୍ଟାବାଞ୍ଜୀରୁ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ ଭରସା କରିଛି ଦଳ । ସାନଖେମୁଣ୍ଡିରୁ ରାମେଶ ଜେନାଙ୍କୁ ରିପିଟ କରାଯାଇଛି । ସେହିପରି ମୋହନାରୁ ଦାଶରଥି ଗମାଙ୍ଗ, ଜୟପୁରରୁ ତାରା ପ୍ରସାଦ ବାହିନୀପତି, ବଲାଙ୍ଗୀରରୁ ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ବିଜୟ ପଟ୍ଟନାୟକଙ୍କୁ ପାରଲାଖେମୁଣ୍ଡିରୁ ପାର୍ଥୀ କରିଛି କଂଗ୍ରେସ । ସେହିପରି ରାଜଗାଙ୍ଗପୁରରୁ ସିଏସ ରାଜେନ ଏକ୍କା, ଚିକିଟିରୁ ରବୀନ୍ଦ୍ରନାଥ ଧ୍ୟାନ ସାମନ୍ତରାୟ, ଅନୀଲ ମେହେରଙ୍କୁ ପାଟଣାଗଡରେ ଟିକେଟ ମିଳିଛି । ଲାଞ୍ଜିଗଡରୁ ବଳଭଦ୍ର ମାଝୀଙ୍କୁ ଓ ଭବାନୀପାଟଣାରୁ ସାଗର ଦାଶଙ୍କୁ ମିଳିଛି ଟିକେଟ ।

ଏହା ମଧ୍ୟ ପଢନ୍ତୁ:- ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍ - BJP CANDIDATES LIST


ଆଜି ପ୍ରଥମ ପର୍ଯ୍ୟାୟରେ ଦଳ 8 ଲୋକସଭା ଓ 47 ବିଧାନସଭ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଅବଶିଷ୍ଟ ପ୍ରାର୍ଥୀ ମଧ୍ୟ ଖୁବଶିଘ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା ହେବେ । ଅନ୍ୟପଟେ ଆଜି ବିଜେପି ପକ୍ଷରୁ 112ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପୂର୍ବରୁ ବିଜେପି ସମସ୍ତ 21ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । ବିଜେଡି ମଧ୍ୟ 72ଟି ବିଧାନସଭା କ୍ଷେତ୍ର ଓ 15ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 2, 2024, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.