ETV Bharat / politics

ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍ - BJP CANDIDATES LIST

author img

By ETV Bharat Odisha Team

Published : Apr 2, 2024, 12:11 PM IST

Updated : Apr 2, 2024, 2:48 PM IST

BJP Candidates List: ଲୋକସଭା ପରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 112 ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି । ଏଥିରେ ୧୭ ଜଣ ବିଧାୟକଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି ଦଳ । ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ଆଉ ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା ବାକି ରହିଛି । ଅଧିକ ପଢନ୍ତୁ

BJP Candidates list
BJP Candidates list

BJP CANDIDATES LIST

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । 112 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଦଳ ପୁଣିଥରେ ଚାନ୍ଦବାଲିରୁ ପ୍ରାର୍ଥୀ କରିଛି । ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର । କୋରେଇରୁ ଆକାଶ ଦାସ ନାୟକ ଓ ସମ୍ବଲପୁରରୁ ଜୟନାରାୟଣ ମିଶ୍ର ନିର୍ବାଚନ ଲଢିବେ । ସେହିପରି ଭୁବନେଶ୍ୱର ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ର, ଏକାମ୍ର ଭୁବନେଶ୍ୱରରୁ ବାବୁ ସିଂ, ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ ଓ ଜଟଣୀରୁ ବିଶ୍ୱରଞ୍ଜନ ବଡଜେନାଙ୍କୁ ପ୍ରାର୍ଥୀ କରିଛି ଦଳ । ପୂର୍ବରୁ 21 ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଛି ବିଜେପି । 147 ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୧୨ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ଆଉ 35 ଆସନରେ ନାମ ଘୋଷଣା ବାକି ରହିଛି । ନଜର ପକାନ୍ତୁ କେଉଁ ବିଧାନସଭା ଆସନରୁ କାହାକୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।

ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା-୧୧୨ ଆସନ
ନଂବିଧାନସଭା ଆସନପ୍ରାର୍ଥୀ
1ପଦ୍ମପୁରଗୋବର୍ଦ୍ଧନ ଭୋଏ
2ବିଜେପୁରସନତ କୁମାର ଗର୍ତିଆ
3ବରଗଡଅଶ୍ୱିନୀ କୁମାର ଷଡଙ୍ଗୀ
4 ଅତାବିରାନିହାର ରଞ୍ଜନ ମହାନନ୍ଦ
5ଭଟଲୀଇରାଶିଷ ଆଚାର୍ଯ୍ୟ
6ବ୍ରଜରାଜନଗରସୁରେଶ ପୂଜାରୀ
7ଝାରସୁଗୁଡାଟଙ୍କଧର ତ୍ରୀପାଠି
8ତଲସରାଭବାନୀ ଶଙ୍କର ଭୋଇ
9ସୁନ୍ଦରଗଡକୁସୁମ ଟେଟେ
10ବୀରମିତ୍ରପୁରଶଙ୍କର ଓରାମ
11ରଘୁନାଥପାଲ୍ଲୀଦୁର୍ଗାଚରଣ ତନ୍ତୀ
12ରାଜଗାଙ୍ଗପୁରନରସିଂହ ମିଞ୍ଜ୍
13ବଣେଇସେବତୀ ନାୟକ
14କୁଚିଣ୍ଡାରବିନାରାୟଣ ନାୟକ
15ରେଙ୍ଗାଳିନାଉରୀ ନାୟକ
16ସମ୍ବଲପୁରଜୟନାରାୟଣ ମିଶ୍ର
17ରେଢାଖୋଲଦେବେନ୍ଦ୍ର ମହାପାତ୍ର
18ଦେଓଗଡସୁବାଷ ଚନ୍ଦ୍ର ପାଣିଗ୍ରାହୀ
19ଆନନ୍ଦପୁରଆଲୋକ କୁମାର ସେଠୀ
20କେନ୍ଦୁଝରମୋହନ ଚରଣ ମାଝୀ
21ଯଶୀପୁରଗଣେଶ ରାମ ସିଂ ଖୁଣ୍ଟିଆ
22ଉଦଳାଭାସ୍କର ମଢେଇ
23ବଡସାହିସନାତନ ବିଜୁଳି
24ବାରିପଦାପ୍ରକାଶ ସୋରେନ
25ମୋରଡାକୃଷ୍ଣଚନ୍ଦ୍ର ମହାପାତ୍ର
26ଜଳେଶ୍ୱରବ୍ରଜ ପ୍ରଧାନ
27ବାଲେଶ୍ବରମାନସ କୁମାର ଦତ୍ତ
28ରେମୁଣାଗୋବିନ୍ଦ ଚନ୍ଦ୍ର ଦାସ
29ସୋରୋରାଜେନ୍ଦ୍ର ଦାସ
30ସିମୁଳିଆପଦ୍ମ ଲୋଚନ ପଣ୍ଡା
31ଭଦ୍ରକଶୀତାଂଶୁ ଶେଖର ମହାପାତ୍ର
32ଧାମନଗରସୂର୍ଯ୍ୟବଂଶୀ ସୂରଜ
33ଚାନ୍ଦବାଲିମନମୋହନ ସାମଲ
34ବିଞ୍ଝାରପୁରବବିତା ମଲ୍ଲିକ
35ବଡଚଣାଅମର କୁମାର ନାୟକ
36ଧର୍ମଶାଳାସ୍ମୃତିରେଖା ପାହି
37ଯାଜପୁରଗୌତମ ରାୟ
38କୋରେଇଆକାଶ ଦାସ ନାୟକ
39ସୁକିନ୍ଦାପ୍ରଦୀପ ବଳସାମନ୍ତ
40ଢେଙ୍କାନାଳକୃଷ୍ଣଚନ୍ଦ୍ର ପାତ୍ର
41କାମାକ୍ଷାନଗରଶତ୍ରୁଘ୍ନ ଜେନା
42ପରଜଙ୍ଗବିଭୂତି ଭୂଷଣ ପ୍ରଧାନ
43ପାଲଲହଡାଅଶୋକ ମହାନ୍ତି
44ତାଳଚେରକାଳନ୍ଦୀ ଚରଣ ସାମଲ
45ଅନୁଗୋଳପ୍ରତାପ ଚନ୍ଦ୍ର ପ୍ରଧାନ
46ଛେଣ୍ଡିପଦାଅଗସ୍ତୀ ବେହେରା
47ଆଠମଲ୍ଲିକସଞ୍ଜୀବ ସାହୁ
48ବୀରମହାରାଜପୁରରଘୁନାଥ ଜଗଦଲ୍ଲା
49ସୋନପୁରପ୍ରମୋଦ ମହାପାତ୍ର
50ଲୋଇସିଂହାମୁକେଶ ମହାଲିଙ୍ଗ
51ପାଟଣାଗଡକନକବର୍ଦ୍ଧନ ସିଂହଦେଓ
52ବଲାଙ୍ଗୀରଗୋପାଳଜୀ ପାଣିଗ୍ରାହୀ
53ଟିଟିଲାଗଡନବୀନ ଜୈନ
54କଣ୍ଟାବାଞ୍ଜିଲକ୍ଷ୍ମଣ ବାଗ
55ନୂଆପଡାଅଭିନନ୍ଦନ କୁମାର ପଣ୍ଡା
56ଖଡିଆଳହିତେଶ କୁମାର ବାବର୍ତ୍ତୀ
57ଉମରକୋଟନିତ୍ୟାନନ୍ଦ ଗୋଣ୍ଡ
58ନବରଙ୍ଗପୁରଗୌରୀ ଶଙ୍କର ମାଝୀ
59ଲାଞ୍ଜିଗଡରମେଶ ଚନ୍ଦ୍ର ମାଝୀ
60ଜୁନାଗଡମନୋଜ କୁମାର ମେହେର
61ଧର୍ମଗଡସୁଧିର ପାଟ୍ଟଯୋଶୀ
62ଭବାନୀପାଟଣା ପ୍ରଦୀପ୍ତ କୁମାର ନାୟକ
63ନର୍ଲାଅନିରୁଦ୍ଧ ପ୍ରଧାନ
64ବାଲିଗୁଡାକଳ୍ପନା କୁମାରୀ କହଁର
65ଜି. ଉଦୟଗିରିମାନଗୋବିନ୍ଦ ପ୍ରଧାନ
66ଫୁଲବାଣୀଉମାଚରଣ ମଲ୍ଲିକ
67କଣ୍ଟାମାଳକହ୍ନେଇ ଚରଣ ଡାଙ୍ଗ
68ବୌଦ୍ଧସରୋଜ ପ୍ରଧାନ
69ବଡମ୍ବାସମ୍ବିତ ତ୍ରୀପାଠି
70ବାଙ୍କୀତୁଷାର କାନ୍ତ ଚକ୍ରବର୍ତ୍ତୀ
71ଆଠଗଡଅଭୟ କୁମାର ବାରିକ
72ଚୌଦ୍ୱାର କଟକନୟନ କିଶୋର ମହାନ୍ତି
73ନିଆଳିଛବି ମଲ୍ଲିକ
74କଟକ ସଦରପ୍ରକାଶ ଚନ୍ଦ୍ର ସେଠୀ
75ମାହାଙ୍ଗାସୁମନ୍ତ କୁମାର ଘଡେଇ
76ପାଟକୁରାତେଜେଶ୍ୱର ପରିଡା
77ଆଳିକୃଷ୍ଣଚନ୍ଦ୍ର ପଣ୍ଡା
78ମହାକାଳପଡାଦୁର୍ଗାପ୍ରସନ୍ନ ନାୟକ
79ପାରାଦ୍ୱୀପସମ୍ପଦ କୁମାର ସ୍ୱାଇଁ
80ତିର୍ତ୍ତୋଲରାଜକିଶୋର ବେହେରା
81ନିମାପଡାପ୍ରଭାତୀ ପରିଡା
82 ପୁରୀଜୟନ୍ତ କୁମାର ଷଡଙ୍ଗୀ
83ବ୍ରହ୍ମଗିରିଉପାସନା ମହାପାତ୍ର
84ସତ୍ୟବାଦୀଓମ ପ୍ରକାଶ ମିଶ୍ର
85ପିପିଲିଆଶ୍ରିତ କୁମାର ପଟ୍ଟନାୟକ
86ଜୟଦେବଅରବିନ୍ଦ ଢାଲି
87ଭୁବନେଶ୍ୱର ମଧ୍ୟଜଗନ୍ନାଥ ପ୍ରଧାନ
88ଭୁବନେଶ୍ୱର ଉତ୍ତରପ୍ରିୟଦର୍ଶୀ ମିଶ୍ର
89ଏକାମ୍ର ଭୁବନେଶ୍ୱରବାବୁ ସିଂ
90ଜଟଣୀବିଶ୍ୱରଞ୍ଜନ ବଡଜେନା
91ଚିଲିକାପୃଥ୍ୱୀରାଜ ହରିଚନ୍ଦନ
92ରଣପୁରତାପସ ରଞ୍ଜନ ମାର୍ଥା
93ଖଣ୍ଡପଡାଦୁଷ୍ମନ୍ତ ସ୍ୱାଇଁ
94ଦଶପଲ୍ଲାରାଘବ ମଲ୍ଲିକ
95ନୟାଗଡପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
96ଭଞ୍ଜନଗରପ୍ରଦ୍ୟୁମ୍ନ କୁମାର ନାୟକ
97ପୋଲସରାଗୋକୁଳ ନନ୍ଦ ମଲ୍ଲିକ
98କବିସୂର୍ଯ୍ୟ ନଗରପ୍ରତାପଚନ୍ଦ୍ର ନାୟକ
99ଖଲ୍ଲିକୋଟପୂର୍ଣ୍ଣଚନ୍ଦ୍ର ସେଠୀ
100ଛତ୍ରପୁରକୃଷ୍ଣଚନ୍ଦ୍ର ନାୟକ
101ଆସ୍କାସରୋଜ କୁମାର ପାଢୀ
102ସୋରଡାନୀଳମଣି ବିଶୋଇ
103ହିଞ୍ଜିଳି ଶିଶିର ମିଶ୍ର
104ଗୋପାଳପୁରବିଭୂତି ଭୂଷଣ ଜେନା
105ବ୍ରହ୍ମପୁରକେ ଅନୀଲ କୁମାର
106ଦିଗପହଣ୍ଡିସିଦ୍ଧାନ୍ତ ମହାପାତ୍ର
107ଚିକିଟିମନୋରଞ୍ଜନ ଦ୍ଯାନ ସାମନ୍ତରାୟ
108ପାରଳାଖେମୁଣ୍ଡିନାରାୟଣ ରାଓ
109ଗୁଣୁପୁରତ୍ରୀନାଥ ଗମାଙ୍ଗ
110କୋରାପୁଟରଘୁରାମ ମାଚ୍ଛା
111ପଟ୍ଟାଙ୍ଗୀଚୈତନ୍ୟ ହନ୍ତାଳ
112ମାଲକାନଗିରିନରସିଂହ ମାଡକାମୀ

ପ୍ରଥମ ପର୍ଯ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେଉଁମାନଙ୍କ ମଧ୍ୟରୁ ୧୭ ଜଣ ବିଧାୟକଙ୍କୁ ପୁଣିଥରେ ଭରସା କରିଛି ଦଳ । ଗତଥର ବିଜେପି ଟିକେଟରେ ଏମାନେ ବିଜୟୀ ହୋଇଥିଲେ । ସେହିଭଳି ଘୋଷିତ ୧୧୨ ଆସନ ମଧ୍ୟରୁ ବିଜେପିରୁ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟିଛି ଦଳ । ମାଲକାନଗିରି ଓ ବ୍ରହ୍ମଗିରିରୁ ୨ ବିଧାୟକଙ୍କର ଟିକେଟ କଟିଛି । ପ୍ରଥମ ପର୍ଯ୍ୟାୟରେ ଟିକେଟ ପାଇଥିବା ୧୭ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ ନାୟକ, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମୋହନ ଚରଣ ମାଝୀ, ଗଣେଶ ରାମ ଖୁଣ୍ଟିଆ, ଭାସ୍କର ମଢେଇ, ସନାତନ ବିଜୁଳି, ପ୍ରକାଶ ସୋରେନ, ସୂର୍ଯ୍ୟବଂଶୀ ସୂରଜ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ପ୍ରଦୀପ୍ତ କୁମାର ନାଏକ, ଜୟନ୍ତ କୁମାର ଷଡଙ୍ଗୀ, କେ ନାରାୟଣ ରାଓ ।

ଏହା ମଧ୍ୟ ପଢନ୍ତୁ-ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General elections 2024

ଇଟିଭି ଭାରତ, ଭୁବନେଶ୍ୱର

Last Updated :Apr 2, 2024, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.