ETV Bharat / politics

ସାଂସଦଙ୍କ ଅପମାନ ନେଇ ଜିଲ୍ଲାପାଳ ଅଫିସ ଘେରାଉ, ଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଦାବି

author img

By ETV Bharat Odisha Team

Published : Feb 21, 2024, 9:46 PM IST

BJP Protest Against Collector Over Disrespect Of Balasore MP : ଆଜି ବାଲେଶ୍ବର ଜିଲ୍ଲାପାଳଙ୍କ ବିରୋଧରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ଡ଼ାକରାରେ ଶତାଧିକ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ଅସମ୍ମାନ କରିଥିବାର ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ
ସାଂସଦଙ୍କ ଅପମାନକୁ ନେଇ ଜିଲ୍ଲାପାଳ ଅଫିସ ଘେରାଉ , ଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଦାବି
ସାଂସଦଙ୍କ ଅପମାନକୁ ନେଇ ଜିଲ୍ଲାପାଳ ଅଫିସ ଘେରାଉ , ଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଦାବି

ସାଂସଦଙ୍କ ଅପମାନକୁ ନେଇ ଜିଲ୍ଲାପାଳ ଅଫିସ ଘେରାଉ , ଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଦାବି

ବାଲେଶ୍ବର: ସାଂସଦଙ୍କ ଅପମାନକୁ ନେଇ ବିଜେପିର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ଆଜି ବାଲେଶ୍ବର ଜିଲ୍ଲାପାଳଙ୍କ ବିରୋଧରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ଡ଼ାକରାରେ ଶତାଧିକ ବିଜେପି କର୍ମୀ ବିଯୋଭ ପ୍ରଦର୍ଶନ କରିଛନ୍ତି । ଆଗାମୀ ସାତ ଦିନ ମଧ୍ୟରେ ଜିଲ୍ଲାପାଳ ସର୍ବ ସମ୍ମୁଖରେ ଜଣେ ସାଂସଦଙ୍କ ପ୍ରତି ଦେଖାଇଥିବା ବ୍ୟବହାରକୁ ନେଇ ଯଦି କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି । ସୂଚନାଯୋଗ୍ୟ ଯେ ଗତକାଲି କୌଣସି କାରଣ ବଶତଃ ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସରକାରଙ୍କ ସିକିମ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଳମ୍ବରେ ପହଞ୍ଚିଥିଲେ ।

ଜିଲ୍ଲା ପ୍ରଶାସନ ଦ୍ବାରା ସିକିମ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସାଂସଦଙ୍କୁ ମଞ୍ଚ ଉପରେ ଚେୟାର ନ ଦେଇ ଦୀର୍ଘସମୟ ତଳେ ବସାଇ ନିଜେ ଜିଲ୍ଲାପାଳ ଷ୍ଟେଜ ଉପରେ ବସିବା ଘଟଣା ସାଂସଦ ଷଡ଼ଙ୍ଗୀଙ୍କୁ ଅପମାନିତ କରିଥିଲା । ଏହାକୁ ନେଇ ବାଲେଶ୍ବର ସାଂସଦ ଗତକାଲି ଅର୍ଥାତ 20 ତାରିଖ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଜିଲ୍ଲାପାଳ ଏବଂ ଓଡିଶା ସରକାରଙ୍କ ଉପରେ ଭୀଷଣ ବର୍ଷିଥିଲେ । କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଯୋଗଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କାର୍ଯ୍ୟକ୍ରମ ସ୍ଥାନକୁ ଯିବା ପରେ ସେଠାରେ ଉପସ୍ଥିତ ଥିବା ଜିଲ୍ଲାପାଳ, ସଦର ବିଧାୟକ ଓ ଜଳେଶ୍ଵର ବିଧାୟକ ତଥା ମନ୍ତ୍ରୀ ଅଶ୍ବିନୀ ପାତ୍ର ପ୍ରମୁଖଙ୍କୁ ଷ୍ଟେଜରେ ବସିବାକୁ ଦିଆଯାଇଥିବା ବେଳେ ସାଂସଦଙ୍କୁ ତଳେ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ... ମିଳିଲାନି ଉପଯୁକ୍ତ ସମ୍ମାନ; ରାଗିଗଲେ ନନା, ନେବେ କାର୍ଯ୍ୟାନୁଷ୍ଠାନ

ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସାଂସଦଙ୍କୁ ତଳେ ବସାଇ ନିଜେ ଷ୍ଟେଜ ଉପରେ ବସିବା ଘଟଣାକୁ ଜିଲ୍ଲା ବିଜେପି ସହଜରେ ଗ୍ରହଣ କରି ପାରୁନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ବ୍ୟବହାର ପଛରେ ବିଜେଡିର ହାତ ତାଙ୍କ ମୁଣ୍ଡ ଉପରେ ରହିଥିବା କଥା ଅଭିଯୋଗ ହୋଇଛି । ଏଥିପାଇଁ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଚେରୀ କାନ୍ଥରେ ଜିଲ୍ଲାପାଳ ବିଜେଡି ଜିଲ୍ଲା ସଭାପତି ବୋଲି ପୋଷ୍ଟର ମରାଯାଇଛି । ଜିଲ୍ଲାର ସବୁ ବ୍ଲକ ସ୍ତରୀୟ ବିଜେପି ନେତା ଏବଂ କର୍ମୀମାନେ ଏକଜୁଟ ହୋଇ ଜିଲ୍ଲାପାଳଙ୍କ ବିରୋଧରେ ନାରା ଲଗାଇଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉ କି, ପ୍ରୋଟୋକଲ ଅନୁସାରେ ଜଣେ ବିଧାୟକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉପରେ । ଏ କ୍ଷେତ୍ରରେ ଜଣେ ସାଂସଦ ବିଧାୟକଙ୍କ ଠାରୁ ଅନେକ ଉର୍ଦ୍ଧ୍ବରେ ଓ ଜଣେ ଜିଲ୍ଲାପାଳ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଅନେକ ତଳେ । ଜିଲ୍ଲାପାଳ କୋଉ ସାହସରେ ନିଜେ ଷ୍ଟେଜରେ ବସିଥିବା ବେଳେ ଜଣେ ସାଂସଦଙ୍କୁ ତଳେ ବସିବା ପାଇଁ କହୁଛନ୍ତି ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.