ETV Bharat / politics

ପ୍ରଶାନ୍ତ ଜଗଦ୍ଦେବଙ୍କ ଟାର୍ଗେଟ, ବିଜେଡି ଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମ ହେବ

author img

By ETV Bharat Odisha Team

Published : Mar 3, 2024, 12:46 PM IST

ପ୍ରଶାନ୍ତ ଜଗଦ୍ଦେବଙ୍କ ଟାର୍ଗେଟ
ପ୍ରଶାନ୍ତ ଜଗଦ୍ଦେବଙ୍କ ଟାର୍ଗେଟ

Prashant Jagdev targts BJD: ସାରା ଦେଶରେ ଏବେ ଟ୍ରାନ୍ସଫର୍ମେସନର ସମୟ । ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ ହେବ ବୋଲି କହିଲେ ପ୍ରଶାନ୍ତ ଜଗଦ୍ଦେବ । ଅଧିକ ପଢନ୍ତୁ

ପ୍ରଶାନ୍ତ ଜଗଦ୍ଦେବଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରଠୁ ଲଗାତାର ଶାସକ ଦଳକୁ ଟାର୍ଗେଟ କରିଚାଲିଛନ୍ତି । ଉଭୟ ଦଳ ଓ ଦଳର ସୁପ୍ରିମୋଙ୍କୁ ସମାଲୋଚନା କରୁଛନ୍ତି । ଏବେ ପୁଣିଥରେ ବିଜେଡି଼କୁ ଟାର୍ଗେଟ କରି ଜଗଦ୍ଦେବ କହିଛନ୍ତି ଯେ, ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ ହେବ । ବହୁ ବରିଷ୍ଠ ବିଜେଡି ନେତା ଏବେ ଭାରତୀୟ ଜନତା ପାର୍ଟି ଲିଙ୍କରେ ଅଛନ୍ତି ଏବଂ ଅତି ଶୀଘ୍ର ସେମାନେ ଦଳରେ ସାମିଲ ହେବେ ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ଏହି ଅବସରରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି,'' ଏ ଦୁନିଆ ପରିବର୍ତ୍ତନଶୀଳ । ସେହିଭଳି ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ । ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ ହେବ । D ତଳକୁ ଆଉ ଟିକେ ଗାର ଲମ୍ବେଇ P କରାଯିବ । ସାରା ଦେଶରେ ଏବେ ଟ୍ରାନ୍ସଫର୍ମେସନର ସମୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସମଗ୍ର ଦେଶରେ ଟ୍ରାନ୍ସଫର୍ମେସନ ହେଉଛି । ଓଡ଼ିଶାରେ ବି ଟ୍ରାନ୍ସଫର୍ମେସନ ହେବ ।'' ଆମ ଯୋଗାଯୋଗରେ ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଅଛନ୍ତି । ଖୁବଶୀଘ୍ର ସେମାନେ ବିଜେପିରେ ଯୋଗଦେବେ ବୋଲି କହିଛନ୍ତି ଜଗଦ୍ଦେବ ।

ପୂର୍ବରୁ ବିଜେଡିକୁ କଟାକ୍ଷ କରି ଜଗଦ୍ଦେବ କହିଥିଲେ, ବିଜେଡିରେ ଏବେ ଗଳିଆ ପଡିଛି । ଆଉ ଧୀରେ ଧୀରେ ଘାଇ ହେବା ପାଇଁ ଯାଉଛି । ଏବେ ପୁଣିଥରେ ନିଜର ପୂର୍ବ ଦଳ ବିରୋଧରେ ବିଷୋଦଗାର୍ କରିଛନ୍ତି ଏହି ବିଜେପି ନେତା । କହିରଖୁଛୁ କି, ଗତ ଫେବୃଆରୀ ୨୯ ତାରିଖରେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସାଣ୍ଡି ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କହିଲେ 'ସୁରକ୍ଷା ଦେବାରେ ଫେଲ୍ ନବୀନ ସରକାର'

ଉପକୂଳ ଓଡ଼ିଶାର ଜଣେ ଟାଣୁଆ ଓ ବିବାଦୀୟ ବାହୁବଳୀ ନେତା ଭାବେ ପରିଚିତ ଜଗଦ୍ଦେବ । ବାଣପୁର ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ସମୟରେ ଲୋକେ ବ୍ଲକ ଅଫିସ ଆଗରେ ଭିଡ ଲଗାଇଥିବା ବେଳେ ବିଧାୟକ ଜଗଦ୍ଦେବ ଲୋକଙ୍କ ଭିତରକୁ ଗାଡି ଚଳାଇ ପଶିଥିଲେ । ଏଥିରେ ବିଜେପି ସମର୍ଥକଙ୍କ ସହ ପୋଲିସ ଅଧିକାରୀମାନେ ଆହତ ହୋଇଥିଲେ । ଏହି ଘଟଣା ପରେ ବିଜେଡିକୁ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କୃତ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.