ETV Bharat / politics

ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDIDATE LIST

author img

By ETV Bharat Odisha Team

Published : Apr 22, 2024, 12:56 PM IST

Updated : Apr 23, 2024, 6:39 AM IST

6 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା ବିଜେଡି
6 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା ବିଜେଡି

BJD Candidate list: 6 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି । ହିନ୍ଦୋଳରୁ ମହେଶ ସାହୁ, କାକଟପୁର ତୁଷାରକାନ୍ତି । 141ରେ ପହଞ୍ଚିଲା ଦଳର ପ୍ରାର୍ଥୀ ସଂଖ୍ୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍

ଭୁବନେଶ୍ବର: ଆଜି ଆଉ 6 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଦଳ ହିନ୍ଦୋଳ ବିଧାନସଭା ଆସନରୁ ଟିକେଟ ଦେଇଛି । ସେହିପରି କାକଟପୁରରୁ ତୁଷାରକାନ୍ତି ବେହେରା, ରଘୁନାଥପାଲ୍ଲିରୁ ଅର୍ଚ୍ଚନାରେଖା ବେହେରା, ବରିରୁ ବିଶ୍ବରଞ୍ଜନ ମଲ୍ଲିକ, ବାଲିକୁଦା-ଏରସମାରୁ ସାରଦା ପ୍ରସାଦ ଜେନା ଓ ବାଙ୍ଗିରିପୋଷିରୁ ରଞ୍ଜିତା ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ସପ୍ତମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଜିର ପର୍ଯ୍ୟାୟକୁ ମିଶାଇ ବିଜେଡି ପ୍ରାର୍ଥୀଙ୍କ ସଂଖ୍ୟା 141ରେ ପହଞ୍ଚି । ଅବଶିଷ୍ଟ 6 ପ୍ରାର୍ଥୀଙ୍କ ନାମ ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା ହୋଇପାରେ । ପୂର୍ବରୁ ରଜ୍ୟର ସମସ୍ତ 21 ସଂସଦୀୟ ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା ଶେଷ କରିସାରିଛି । ପୂର୍ବଥର ପରି ଆଜି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।

BJD announces 6 candidates for odisha assembly election 2024
BJD announces 6 candidates for odisha assembly election 2024

ଆସନ ପ୍ରାର୍ଥୀ

ହିନ୍ଦୋଳ ମହେଶ ସାହୁ
କାକଟପୁର ତୁଷାରକାନ୍ତି ହେବେରା
ରଘୁନାଥପାଲ୍ଲି ଅର୍ଚ୍ଚନା ରେଖା ବେହେରା
ବରି ବିଶ୍ବରଞ୍ଜନ ମଲ୍ଲିକ
ବାଲିକୁଦା-ଏରସମା ସାରଦା ପ୍ରସାଦ ଜେନା
ବାଙ୍ଗିରିପୋଷି ରଞ୍ଜିତା ମାରାଣ୍ଡି

ବାଙ୍ଗିରିପୋଷି ପ୍ରାର୍ଥୀ ରଞ୍ଜିତା ମାରାଣ୍ଡି
ବାଙ୍ଗିରିପୋଷି ପ୍ରାର୍ଥୀ ରଞ୍ଜିତା ମାରାଣ୍ଡି

6 ମଧ୍ୟରୁ 4 ନୂଆମୁହଁ:-

ଆଜି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ 6ରୁ 5 ଜଣ ନୂଆ ଚେହେରାଙ୍କୁ ଟିକେଟ ଦେଇଛି ଦଳ । କେବଳ ପୁରୀ ଜିଲ୍ଲା କାକଟପୁର ଆସନରେ ଦଳ ତୁଷାରକାନ୍ତି ବେହେରାଙ୍କୁ ରିପିଟ କରିଛି । ସେହିପରି ପୂର୍ବତନ ମନ୍ତ୍ରୀ ତଥା ଚଳିତଥରର ମୟୂରଭଞ୍ଜ ଆସନରୁ ଦଳର ସାଂସଦ ପ୍ରାର୍ଥୀ ହୋଇଥିବା ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ବାଙ୍ଗିରିପୋଷି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଢେଙ୍କାନାଳରେ ସାଂସଦ ପ୍ରାର୍ଥୀ ଭାବେ ସ୍ଥାନୀୟ ବିଧାୟକ ସୁଧୀର ସାମଲଙ୍କ ପୁତୁରା ଅବିନାଶ ସାମଲଙ୍କୁ ଦଳ ପ୍ରାର୍ଥୀ କରିଛି । ତେଣୁ ବର୍ତ୍ତମାନର ସାଂସଦ ମହେଶ ସାହୁଙ୍କୁ ବିଧାୟକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛି ବିଜେଡି ।

ହିନ୍ଦୋଳ ପ୍ରାର୍ଥୀ ମହେଶ ସାହୁ
ହିନ୍ଦୋଳ ପ୍ରାର୍ଥୀ ମହେଶ ସାହୁ

ଏହା ମଧ୍ୟ ପଢନ୍ତୁ :- ୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ - CM NAVEEN PATNAIK

ଅନ୍ୟପଟେ 40 ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରିସାରିଥିବା ବିଜେଡି ଖୁବଶିଘ୍ର ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରିବାକୁ ଯାଉଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ । ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମର ହିଞ୍ଜିଳିରୁ ଦଳୀୟ ପ୍ରଚାର ଆରମ୍ଭ କରିବେ ନବୀନ । ସେହିପରି ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରାରମ୍ଭରେ ତାରାତାରିଣୀ ଦର୍ଶନ କରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ଯମନ୍ତ୍ରୀ ନାମାଙ୍କନ ଦାଖଲ କରିବେ ।

ରଘୁନାଥପାଲ୍ଲିରୁ ଅର୍ଚ୍ଚନା ରେଖା ବେହେରା
ରଘୁନାଥପାଲ୍ଲିରୁ ଅର୍ଚ୍ଚନା ରେଖା ବେହେରା
ବରିରୁ  ବିଶ୍ବରଞ୍ଜନ ମଲ୍ଲିକ
ବରିରୁ ବିଶ୍ବରଞ୍ଜନ ମଲ୍ଲିକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 23, 2024, 6:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.