ETV Bharat / politics

ନବୀନଙ୍କ ସମେତ 40 ଷ୍ଟାର ପ୍ରଚାରକ ତାଲିକା; ପାଣ୍ଡିଆନଙ୍କ ଏଣ୍ଟ୍ରି ଓ ସଞ୍ଜୟଙ୍କ ରି-ଏଣ୍ଟ୍ରି - BJD star campaigners list

author img

By ETV Bharat Odisha Team

Published : Apr 20, 2024, 10:00 PM IST

BJD star campaigners list
BJD star campaigners list

BJD star campaigners list: ବିଜୁ ଜନତା ଦଳ ପକ୍ଷରୁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଲିକାରେ ନମ୍ବର ଓ୍ୱାନରେ ରହିଥିବା ଦ୍ୱିତୀୟରେ ପାଣ୍ଡିଆନଙ୍କ ନାଁ ରହିଛି । ସେପଟେ ଲିଷ୍ଟରୁ ବାଦ ପଡିଛନ୍ତି ବିବାଦ ଘେରରେ ଥିବା ଅନେକ ନେତା । ଅଧିକ ପଢନ୍ତୁ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି (ଶନିବାର) 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି କରାଯାଇଛି । ଏହି ତାଲିକାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନାଁ ଆଗରେ ରହିଛି । ତେବେ ଦ୍ୱିତୀୟରେ ନେତା ଭିକେ ପାଣ୍ଡିଆନଙ୍କ ନାଁ ରହିଛି । ବିଜେଡିର ସମ୍ୱଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଏହି ଷ୍ଟାର ତାଲିକାରେ ତୃତୀୟ ରହିଛି । ତେବେ ଏହି 40 ଜଣିଆ ଲିଷ୍ଟରୁ ବାଦ ପଡିଛନ୍ତି ବିବାଦ ଘେରରେ ଥିବା ଅନେକ ବିଜେଡି ନେତା ।

BJD star campaigners list
BJD star campaigners list

ବିଜେଡିର 40 ଜାଣିଆ ଷ୍ଟାର ବା ତାରକା ପ୍ରଚାରକ ତାଲିକା ପ୍ରକାଶ ପାଇଛି । ସ୍ୱାଭାବିକ ଭାବେ ପୂର୍ବପରି ପ୍ରଚାରର ନେତୃତ୍ୱ ନେବେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ । ତାଲିକାରେ ଏଣ୍ଟ୍ରି ମାରିଛନ୍ତି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପୂର୍ବରୁ ନମ୍ବରର 2 ଥିବା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ 3 ନମ୍ବରକୁ ଅବନତି ଘଟିଛି । ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ତାଲିକାରୁ ବାଦ ପଡିଥିବା ସଞ୍ଜୟ ଦାସବର୍ମାଙ୍କର ରି-ଏଣ୍ଟ୍ରି ହୋଇଛି ।

ଏହାମଧ୍ୟ ପଢନ୍ତୁ..ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର - BJD CANDIDATE LIST

ତାଲିକାରେ ନବୀନଙ୍କ ସମେତ 20 ଜଣ ପ୍ରାର୍ଥୀ ଷ୍ଟାର ପ୍ରଚାର ହୋଇଛନ୍ତି । ଚଳିତ ନିର୍ବାଚନରେ ଟିକେଟ କଟିଥିବା କିଛି ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି । ସେହିପରି ଦଳର ଛାମୁଆ ସଂଗଠନର ନେତା ବି ପ୍ରଚାର ନେତୃତ୍ୱ ନେବେ । ପୂର୍ବତନ ଓଏଫଡିସି ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ ତାଲିକାରେ ନାହାନ୍ତି । ଅଭିନେତା ତଥା ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଯୁବ ବିଜେଡିର ମହାସଚିବ ତଥା ଅଭିନେତ୍ରୀ ଏଲିନା ଦାସଙ୍କର ତାଲିକାରେ ନାଁ ରହିଛି ।

ନିକଟରେ ଦଳରେ ସାମିଲ ହୋଇ ବଡ଼ଚଣା ଟିକେଟ ହାତେଇଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ ତାରକା ତାଲିକାରେ ଦଳ ସାମିଲ କରିନାହିଁ । 40 ଜଣିଆ ତାଲିକାରେ ଦଳ 6 ଜଣ ମହିଳାଙ୍କୁ ସାମିଲ କରିଛି । ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦୁଇ ଜଣ ରାଜ୍ୟସଭା ସାଂସଦ ସୁଲୋତା ଦେଓ, ମମତା ମହନ୍ତ ତାଲିକାରେ ଅଛନ୍ତି । ସେହିପରି ସରୋଜିନୀ ହେମ୍ବ୍ରମ, ଶ୍ରୀମୟୀ ମିଶ୍ର, ଏଲିନା ଦାସ ତାଲିକାରେ ସ୍ଥାନ ପାଇଛନ୍ତି ।

ଷ୍ଟାର ତାଲିକା :

  1. ନବୀନ ପଟ୍ଟନାୟକ
  2. ଭିକେ ପାଣ୍ଡିଆନ
  3. ପ୍ରଣବ ପ୍ରକାଶ ଦାସ
  4. ଦେବୀ ପ୍ରସାଦ ମିଶ୍ର
  5. ରଣେନ୍ଦ୍ର ପ୍ରତାପ ସ୍ବାଇଁ
  6. ଚନ୍ଦ୍ର ଶେଖର ସାହୁ
  7. ଅଶୋକ ଚନ୍ଦ୍ର ପଣ୍ଡା
  8. ସ୍ନେହାଙ୍ଗିନୀ ଛୁରିଆ
  9. ନିରଞ୍ଜନ ପୂଜାରୀ
  10. ପ୍ରତାପ ଜେନା
  11. ପ୍ରତାପ କେଶରୀ ଦେବ
  12. ଅତନୁ ସବ୍ୟସାଚୀ ନାୟକ
  13. ଅରୁଣ ସାହୁ
  14. ସଞ୍ଜୟ କୁମାର ଦାସବର୍ମା
  15. ପଦ୍ମନାଭ ବେହେରା
  16. ପ୍ରଦୀପ କୁମାର ଅମାତ
  17. ଏନ ଭାସ୍କର ରାଓ
  18. ସୁବାସ ସିଂ
  19. ସସ୍ମିତ ପାତ୍ର
  20. ମାନସ ରଞ୍ଜନ ମଙ୍ଗରାଜ
  21. ନିରଞ୍ଜନ ବିଶି
  22. ମମତା ମହନ୍ତ
  23. ମୁନ୍ନା ଖାଁ
  24. ସୁଲୋତା ଦେଓ
  25. ରବୀନ୍ଦ୍ର କୁମାର ଜେନା
  26. ସରୋଜିନୀ ହେମ୍ବ୍ରମ
  27. ସୁଶାନ୍ତ ସିଂ
  28. ପ୍ରୀତିରଞ୍ଜନ ଘଡେଇ
  29. ପ୍ରଣବ କୁମାର ବଳବନ୍ତରାୟ
  30. ଚିରଞ୍ଜୀବ ବିଶ୍ୱାଳ
  31. ରମେଶ ଚନ୍ଦ୍ର ମାଝୀ
  32. ସୁଧୀର କୁମାର ବିଶ୍ୱାଳ
  33. ବ୍ୟୋମକେଶ ରାୟ
  34. ଦେବୀ ରଞ୍ଜନ ତ୍ରିପାଠୀ
  35. ବିଜୟ ନାୟକ
  36. ଶ୍ରୀମୟୀ ମିଶ୍ର
  37. ସେକ ନିଜାମ୍ମୁଦିନ
  38. ଈଶ୍ୱର ପାଣିଗ୍ରାହୀ
  39. ଅମରେଶ ଜେନା
  40. ଏଲିନା ଦାସ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.