ETV Bharat / politics

ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର - BJD CANDIDATE LIST

author img

By ETV Bharat Odisha Team

Published : Apr 20, 2024, 12:31 PM IST

Updated : Apr 20, 2024, 3:10 PM IST

BJD releases 6th list of candidates for Assembly seats in Odisha: 6ଷ୍ଠ ପର୍ଯ୍ୟାୟରେ 9 ପ୍ରାର୍ଥୀ ଘୋଷଣା କଲା BJD । ବଡଚଣାରୁ ବର୍ଷା ପ୍ରିୟଦର୍ଶନୀ, କେନ୍ଦ୍ରାପଡାରୁ ଗଣେଶ୍ବର ବେହେରା ଓ ଚମ୍ପୁଆରୁ ସନାତନ ମହାକୁଡଙ୍କୁ ମିଳିଲା ଟିକଟ । ଅଧିକ ପଢନ୍ତୁ

6ଷ୍ଠ ପର୍ଯ୍ୟାୟ 9 ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା ପ୍ରିୟଦର୍ଶନୀ, କେନ୍ଦ୍ରାପଡାରୁ ଗଣେଶ୍ବର
6ଷ୍ଠ ପର୍ଯ୍ୟାୟ 9 ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା ପ୍ରିୟଦର୍ଶନୀ, କେନ୍ଦ୍ରାପଡାରୁ ଗଣେଶ୍ବର

ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା ପ୍ରିୟଦର୍ଶନୀ, ଚମ୍ପୁଆରୁ ସନାତନ ମହାକୁଡ

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଆଜି ବିଧାନସଭା ପାଇଁ ଷଷ୍ଠ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ ଜଣିଆ ତାଲିକା ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ସହ ସେ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି । ଏହି ଛୋଟ ତାଲିକାରେ ବହୁ ରୋଚକ ଚିତ୍ର ଦେଖିବାକୁ ମିଳିଛି । ବିଜେଡିରେ ସନାତନ ମହାକୁଡ଼ଙ୍କ କମବ୍ୟାକ ହୋଇଛି । ନିକଟରେ ଦଳରେ ସାମିଲ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡି ଟିକେଟ ଦେଇଛି ।

ବିଜେଡି ସଭାପତି ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ଅନୁସାରେ ଚିଲିକାରୁ ମୈଦାନକୁ ଓହ୍ଲାଇବେ ରଘୁନାଥ ସାହୁ । ରଘୁନାଥ ସାହୁ ହେଉଛନ୍ତି ପୂର୍ବତନ ବିଧାୟକ । ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଚିଲିକାରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ପ୍ରଶାନ୍ତ ଜଗଦେବ । ଜଗଦେବ ଏବେ ବିଜେପିରେ ଥିବାରୁ ତାଙ୍କୁ ଟକର ଦେବାକୁ ବିଜେଡି ରଘୁନାଥଙ୍କୁ ପ୍ରାର୍ଥୀ କରିଛି । ଆନନ୍ଦପୁରରେ ଅଭିମନ୍ୟୁ ସେଠୀଙ୍କୁ ଭରସା କରିଛି । ବିଧାୟକ ଭାଗିରଥୀ ସେଠୀଙ୍କ ଟିକେଟ ଦଳ କାଟି ଦେଇଛି । ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ । ଦଳ ସାରସକଣା ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଦେବାଶିଷ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ । ସେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଠାରୁ ହରିଥିଲେ ।

କରଞ୍ଜିଆରେ ଦଳ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ରିପିଟ କରିଛି । ବିଭିନ୍ନ ସମିକରଣ ଦୃଷ୍ଟିରୁ ଦଳ ଏହି ଆସନ ପାଇଁ ଟିକେଟ ଘୋଷଣା ନକରି ହୋଲଡ଼ କରିଥିଲା । ଷଷ୍ଠ ପର୍ଯ୍ୟାୟରେ ଏହା କ୍ଲିୟର ହୋଇଛି । ଦଳ ବାଲେଶ୍ଵର ଜିଲ୍ଲା ରେମୁଣା ଆସନରେ ନୂଆ ଚେହେରାକୁ ଭରସା କରିଛି । ବିଜେଡି ବିଦୁସ୍ମିତା ମହାଳିକଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ବିଦୁସ୍ମିତା ଜଣେ ବିଜେଡି ସମର୍ଥିତ ସରପଞ୍ଚ । ପୂର୍ବରୁ ତାଙ୍କ ସ୍ୱାମୀ ମଧ୍ୟ ସରପଞ୍ଚ ଥିଲେ । ସିମୁଳିଆରେ ବିଜେଡି ପରିବାରବାଦକୁ ବଡ଼ ପ୍ରହାର କରିଛି । ଦୀର୍ଘ ଦିନ ହେଲା ଏଠାରେ ପାଣିଗ୍ରାହୀ ପରିବାରରୁ ବାହାରି ଦଳ ନୂଆ ପ୍ରାର୍ଥୀ ଦେଇଛି । ଦଳ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଟିକେଟ କାଟି ଦେଇଛି । ଏଠାରେ ଦଳ ସୁଭାସିନୀ ସାହୁଙ୍କୁ ଟିକେଟ ଦେଇଛି ।

ବିଜେଡି ବଡ଼ଚଣା ଆସନରେ ବଡ଼ ଏକ୍ସପେରିମେଣ୍ଟ କରିଛି । ବିଧାୟକ ଅମର ଶତପଥୀଙ୍କ ଟିକେଟ ଦଳ କାଟିଛି । ଟିକେଟ ପାଇଁ ଅମରଙ୍କ ସବୁ ଚେଷ୍ଟା ଫେଲ୍ ମାରିଛି । ତାଙ୍କ ପୁଅ କିମ୍ବା ପରିବାରରୁ ଟିକେଟ ନଦେଇ ନୂଆ ଚେହେରାଙ୍କୁ ଦଳ ଭରସା କରିଛି । ସେ ନୂଆ ଚେହେରା ହେଉଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । କିଛି ଦିନ ତଳେ ବିଜେଡିରେ ମିଶି ଥିବା ବର୍ଷାଙ୍କୁ ବଡ଼ଚଣାରେ ଓହ୍ଲେଇଛି । ସେହିପରି କେନ୍ଦ୍ରାପଡାରେ ପୂର୍ବତନ ମନ୍ତ୍ରୀ ତଥା ଭେଟରାନ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ନିରାଶ ହେବାକୁ ପଡିଛି । ଦଳ କେନ୍ଦ୍ରାପଡାରେ ଆଉ ଜଣେ ଭେଟରାନ ଗଣେଶ୍ୱର ବେହେରାଙ୍କୁ ଭରସା କରିଛି । ଗଣେଶ୍ୱର କଂଗ୍ରେସ ଛାଡି ନିକଟରେ ବିଜେଡିରେ ଯୋଗ ଦେଇଛନ୍ତି ।

ତେବେ ଏହି ତାଲିକାରେ ହାଇପଏଣ୍ଟ ହେଉଛନ୍ତି ଚମ୍ପୁଆରେ ସନାତନ ମହାକୁଡ଼ । ୨୦୧୯ ନିର୍ବାଚନ ପୂର୍ବରୁ ଦଳ ଗଠନ, ଦଳ ଭାଙ୍ଗିବା, ବିଜେଡିରେ ବଲୟ ହେବା ନେଇ ଚର୍ଚ୍ଚାରେ ଥିଲେ । ନିର୍ବାଚନ ନଲଢି ସମର୍ଥନଙ୍କୁ ବିଜେଡିରୁ ପ୍ରାର୍ଥୀ କରାଇଥିଲେ । ଏଥର ସନାତନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଟିକେଟ ଦେଇନଥିଲା । ସନାତନଙ୍କୁ ନେଇ ସସ୍ପେନସ ଥିଲା । ସେ ଉଭୟ ବିଜେଡି ଓ ବିଜେପି ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଥିଲା । ସନାତନ ବିଜେପିରେ ସାମିଲ ହୋଇଥିଲେ ବିଜେଡି ପାଇଁ ଅନେକ ପକ୍ଷରୁ ସମସ୍ୟା ହୋଇଥାନ୍ତି । କେନ୍ଦୁଝର ଓ ମୟୁରଭଞ୍ଜର କିଛି ଆସନରେ ସନାତନଙ୍କ ସିଧାସଳଖ ପ୍ରଭାବ ରହିଛି । ତେଣୁ ସନାତନଙ୍କୁ ବିଜେଡି ସନ୍ତୁଷ୍ଟ କରି ପ୍ରାର୍ଥୀ କରିଥିବା ଜଣାପଡୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବ ଥର ପରି ଆଜି ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀ ଘୋଷଣା କରିଛନ୍ତି ।

135 ଆସନରେ ବିଜେଡି ଟିକଟ:

ରୁପେଲି ପରଦାରୁ ରାଜନୀତିରେ ବର୍ଷାଙ୍କ ଏଣ୍ଟ୍ରିଂ ପରେ ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ କଟିଛି । ଅମରଙ୍କ ସ୍ଥାନରେ ବଡଚଣାରୁ ବର୍ଷା ନିର୍ବାଚନ ଲଢିବେ । ଚଳିତ ପର୍ଯ୍ୟାୟରେ ଦଳ ମୋଟ 9 ପ୍ରାର୍ଥୀଙ୍କ ମଧ୍ୟରେ 4 ନୂଆ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି । ଆଜିର ସଂଖ୍ୟାକୁ ମିଶାଇ ଦଳର ବିଧାନସଭା ପ୍ରାର୍ଥୀ ସଂଖ୍ୟା 135ରେ ପହଞ୍ଚିଛି । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଆଉ ୧୨ଟି ଆସନରେ ବିଜେଡି ପ୍ରାର୍ଥୀ ଦେବା ବାକି ରହିଛି । ବିଜେଡିର ପ୍ରାର୍ଥୀ ଘୋଷଣା ରଣନୀତି ଦେଖିବାକୁ ଗଲେ ବହୁ ଆସନରେ ବିବାଦ ଓ ଦ୍ବନ୍ଦ୍ବ ସତ୍ତ୍ବେ ମଧ୍ୟ ପୁରୁଣା ଚେହେରା ରିପିଟ୍‌ ହୋଇଛନ୍ତି । କିଛି ସ୍ଥାନରେ ବରିଷ୍ଠଙ୍କ ଟିକେଟ କଟିଥିଲେ ସୁଦ୍ଧା ସେମାନଙ୍କ ପତ୍ନୀଙ୍କୁ ଟିକେଟ ଦେଇ ସନ୍ତୁଳନ ରକ୍ଷା କରିଛି ଦଳ । ରବି ନନ୍ଦ, ରଜନୀକାନ୍ତ ସିଂ ଓ ପାରାଦ୍ବୀପରେ ସମ୍ବିତ ରାଉତରାୟଙ୍କ ସ୍ଥାନରେ ସେମାନଙ୍କ ପତ୍ନୀମାନଙ୍କୁ ଟିକେଟ ଦେଇ ଦଳ ମହିଳା ସଶକ୍ତିକରଣ ଓ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣ ପ୍ରତଶୃତି ପୂରଣ କରିବାକୁ ପ୍ରୟାସ କରିଛି ।

ଷଷ୍ଠ ପର୍ଯ୍ୟାୟର ତାଲିକା..
ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର - ଅଭିମନ୍ୟୁ ସେଠୀ
ସାରସକଣା - ଦେବାଶିଷ ମାରାଣ୍ଡି
କରଞ୍ଜିଆ -ବାସନ୍ତୀ ହେମ୍ବ୍ରମ
ରେମୁଣା -ବିଦୁସ୍ମିତା ମହାଳିକ
ସିମୁଳିଆ -ସୁଭାସିନୀ ସାହୁ
ବଡ଼ଚଣା -ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡା - ଗଣେଶ୍ୱର ବେହେରା
ଚମ୍ପୁଆ - ସନାତନ ମହାକୁଡ଼

ଏହା ମଧ୍ୟ ପଢନ୍ତୁ :- ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST


ଚଳିତ 17 ତାରିଖରେ ବିଜେଡି 5ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ସେହି ପର୍ଯ୍ୟାୟରେ ଘୋଷଣା କରାଯାଇଥିଲା । ସେହିପରି ଗତଥର ଦଳ ଦୁଇଟି ଆସନରେ ପ୍ରାର୍ଥୀ ମଧ୍ୟ ଅଦଳ ବଦଳ କରିଥିଲା । ସମ୍ବଲପୁର ପରିବର୍ତ୍ତେ ରେଢାଖୋଲରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଅନୁରୂପ ଭାବେ ରେଢାଖୋଲରୁ ପ୍ରାର୍ଥୀ ହୋଇଥିବା ରୋହିତ ପୁଜାରୀଙ୍କୁ ଦଳ ପରିବର୍ତ୍ତନ କରି ସମ୍ବଲପୁର ପାଇଁ ଟିକେଟ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 20, 2024, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.