ETV Bharat / politics

ଆଉଥରେ ସୁଯୋଗ ଦେଲେ ବାଲେଶ୍ବର ଅଧୁରା ବିକାଶ ହେବ ପୂରଣ; ପ୍ରତାପ - Pratap Sarangi Report Card

author img

By ETV Bharat Odisha Team

Published : Apr 16, 2024, 10:30 PM IST

Pratap Sarangi Report Card
Pratap Sarangi Report Card

Pratap Sarangi Report Card: ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ପ୍ରକାଶ କରାଯାଇଛି । ସାଂସଦ ପ୍ରତାପ ଷଡ଼ଙ୍ଗୀ ଗତ 5 ବର୍ଷ ଭିତରେ କଣ କରିଛନ୍ତି ଏବଂ ଏଥର ଜିତିଲେ କ'ଣ ସବୁ କରିବେ, ସେନେଇ ସେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

Pratap Sarangi Report Card

ବାଲେଶ୍ବର: ଏଥର ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଯେଉଁ କିଛି ଆସନ ଉପରେ ସାରା ରାଜ୍ୟବାସୀଙ୍କ ନଜର ଅଟକିଛି, ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ବାଲେଶ୍ବର ଲୋକସଭା ଆସନ । ଏଠାରେ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । 3 ହେଭିୱେଟ୍‌ଙ୍କ ମଧ୍ୟରେ ବାଲେଶ୍ବର ଦଖଲ ପାଇଁ ଏଥର ଦେଖିବାକୁ ମିଳିବ ବିଗ୍‌ ଫାଇଟ । ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର, କଂଗ୍ରେସରୁ ଶ୍ରୀକାନ୍ତ ଜେନା ଏବଂ ବିଜେପିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନାଁ ଘୋଷଣା କରାଯାଇଛି । ଏହାରି ଭିତରେ ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ପ୍ରକାଶ କରାଯାଇଛି । ପ୍ରତାପ ଷଡ଼ଙ୍ଗୀ ଗତ 5 ବର୍ଷ ଭିତରେ କଣ କରିଛନ୍ତି ଏବଂ ଯଦି ଏଥର ପୁଣି ନିର୍ବାଚନ ଜିତିବେ ତେବେ କ'ଣ କ'ଣ କରିବେ, ସେନେଇ ସେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, "୨୦୧୯ ସାଧାରଣ ନିର୍ବାଚନ ବେଳେ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରାଯାଇଛି । ଆହୁରି ଅନେକ କାର୍ଯ୍ୟ ଅଧୁରା ରହିଛି । ସେସବୁକୁ ଏଥର ସୁଯୋଗ ମିଳିଲେ ପୂରଣ କରାଯିବ । ସମୁଦାୟ ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷ ଭାବେ ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ 'ବିଜେପିର ସଂକଳ୍ପ ପତ୍ର-୨୦୨୪' । ଗରୀବ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ, ସମସ୍ତଙ୍କୁ ପାନୀୟ ଜଳ ଓ ବିଜୁଳି ଯୋଗାଣ, ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ, ପାଇପ ଜରିଆରେ ରୋଷେଇ ଗ୍ୟାସ ଯୋଗାଣ, ମୁଦ୍ରା, ସ୍ବ-ନିଧି ଯୋଜନାରେ ଯୁବକଙ୍କୁ ଆତ୍ମନିର୍ଭରତା, ଏସ୍‌ଏଚ୍‌ଜି ଜରିଆରେ ମହିଳା ସଶକ୍ତିକରଣ କରାଯିବା ସହିତ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁ ଗୃହ ନିର୍ମାଣ କରାଯିବ । ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, କୃଷିଭିତିକ ଶିଳ୍ପ ପ୍ରତିଷ୍ଠାନ, ଶ୍ରୀଅନ୍ନର ଗୁରୁତ୍ବ, ପିଏମ୍‌ କିଷାନ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର - BJP releases candidates list

ଏହା ବ୍ୟତୀତ ବିଜେପି ସଂକଳ୍ପ ପତ୍ରରେ ପର୍ଯ୍ୟଟନ ଶିଳ୍ପର ବିକାଶକୁ ମଧ୍ୟ ଗରୁତ୍ବ ଦିଆଯାଇଛି । ଭିତ୍ତିଭୂମି ଓ ନୂତନ ଶିକ୍ଷାନୀତିକୁ ସଶକ୍ତ କରାଯାଇଛି । କର୍ମ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବିଶେଷ ଭାବେ କାର୍ଯ୍ୟ କରାଯିବ । ବାଲେଶ୍ଵରର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବା ସହ ଶିଳ୍ପ କ୍ଷେତ୍ରରେ ମଧ୍ୟ ବିକାଶ କରାଯିବ ବୋଲି ପ୍ରତାପ କହିଛନ୍ତି । ଏହାସହ 100 କୋଟି ଟଙ୍କା ବ୍ୟୟରେ ଏକ ଫିସ୍‌ ମାର୍କେଟ ଏବଂ ଫିସ୍‌ କଲେଜ କରି ମତ୍ସ୍ୟଜୀବୀମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯିବ । ଏମିତିକି ବାଲେଶ୍ବରରେ ପ୍ରକ୍ରିୟାକରଣ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବା ନେଇ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଜଳ ସେଚନ ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି, ନିର୍ବାଚନ ବୈତରଣୀ ପାର ହେଲେ ତାହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଏହି ସଂକଳ୍ପ ପତ୍ର ପ୍ରକାଶ ବେଳେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ବଡ଼ସାହି ବିଧାୟକ ତଥା ପ୍ରାର୍ଥୀ ସନାତନ ବିଜୁଳି, ରେମୁଣାର ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ବାଲେଶ୍ଵର ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.