ETV Bharat / politics

ପ୍ରଶାନ୍ତ କିଶୋରଙ୍କ ଆକଳନ, 2024 ଲଢେଇରେ ଏନଡିଏକୁ ପୂର୍ବାପେକ୍ଷା ଅଧିକ ଆସନ

author img

By ETV Bharat Odisha Team

Published : Jan 29, 2024, 9:10 PM IST

ପ୍ରଶାନ୍ତ କିଶୋରଙ୍କ ଆକଳନ, ଚଳିତଥର ଏନଡିଏକୁ ପୂର୍ବାପେକ୍ଷା ଅଧିକ ଆସନ
ପ୍ରଶାନ୍ତ କିଶୋରଙ୍କ ଆକଳନ, ଚଳିତଥର ଏନଡିଏକୁ ପୂର୍ବାପେକ୍ଷା ଅଧିକ ଆସନ

2024 Lok Sabha polls: ପ୍ରଶାନ୍ତ କିଶୋରଙ୍କ ଆକଳନ, 2019 ସାଧାରଣ ନିର୍ବାଚନ ସମାନ ସଂଖ୍ୟା କିମ୍ବା ତାଠାରୁ ଅଧିକ ଆସନ ହାତେଇବ ଏନଡିଏ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦୁଇ ମାସ ବାକି । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ଅଧିକ ଆସନ ସହ କ୍ଷମତା ବଜାୟ ରଖିବା ନେଇ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀ ଗଠନ କରିଥିବା ‘ଇଣ୍ଡିଆ’ ମେଣ୍ଟର ଅସ୍ଥିତ୍ବ ଏବେ ଦୁର୍ବଳ ସ୍ଥିତିରେ । ଏପରି ସ୍ଥିତିରେ ‘ଏନଡିଏ’ ମେଣ୍ଟ ପୂର୍ବାପେକ୍ଷା ତଥା 2019 ନିର୍ବାଚନଠାରୁ ଅଧିକ ଆସନରେ ବିଜୟ ଲାଭ କରିପାରେ ବୋଲି ଆକଳନ କରିଛନ୍ତି ଚର୍ଚ୍ଚିତ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ବିଜେପି ପୂର୍ବ ଆସନ ସଂଖ୍ୟା ସହ ସମାନ କିମ୍ବା ତାଠାରୁ ଅଧିକ ଆସନ ଜିତିପାରେ ବୋଲି ପ୍ରଶାନ୍ତଙ୍କ ଗଣନା କହୁଛି ।

ଆଜି ଏହି ପ୍ରସଙ୍ଗରେ ପ୍ରଶାନ୍ତ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ବିରୋଧୀ ଦଳର ଦୁର୍ବଳ ଭୂମିକା ଏନଡିଏକୁ ସହାଯ୍ୟ କରିବ । ପୂର୍ବ ନିର୍ବାଚନ ସହ ସମାନ ସଂଖ୍ୟା କିମ୍ବା ଅଧିକ ଆସନ ବିଜେପି ବ୍ୟାଗକୁ ଯିବ । ବିହାରରେ ମଧ୍ୟ ଏନଡିଏ ଭଲ ପ୍ରଦର୍ଶନ କରିବ । କାରଣ ରାଜ୍ୟରେ ବିହାରବାସୀ ଆରଜେଡିକୁ ସେତେ ମାତ୍ରାରେ ଭୋଟ ଦେବେ ନାହିଁ ବୋଲି ପ୍ରଶାନ୍ତ ଆକଳନ କରୁଛନ୍ତି ।

ସେହିପରି ଗତକାଲି ବିହାରରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ପ୍ରଶାନ୍ତ ବିହାର ରାଜନୀତି ଉପରେ ମଧ୍ୟ ଟିପ୍ପଣୀ କରିଛନ୍ତି । ଜେଡିୟୁ ଓ ନୀତିଶଙ୍କୁ ସମାଲୋଚନା କରିବା ସହ ସେ କହିଛନ୍ତି, 2025 ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ନୀତିଶଙ୍କ ଦଳ 20ରୁ ଅଧିକ ଆସନ ଜିତିବାରେ ସଫଳ ହେବ ନାହିଁ । ଯଦି ନୀତିଶ 20 ରୁ ଅଧିକ ଆସନ ଜିତନ୍ତି, ତେବେ ସେ ତାଙ୍କ କାମ ଛାଡିଦେବେ ବୋଲି ପ୍ରଶାନ୍ତ ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ନୀତିଶ ଏମିତି ରଙ୍ଗ ବଦଳାନ୍ତି, ଚିନ୍ତିତ ନୁହେଁ ଇଣ୍ଡିଆ ମେଣ୍ଟ: ଜୟରାମ ରମେଶ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2019 ସାଧାରଣ ନିର୍ବାଚନରେ ବିଜେପି ଓ ଏନଡିଏ ସହଯୋଗୀ ଦଳମାନେ ମୋଟ 335 ଆସନରେ ବିଜୟୀ ହୋଇଥିଲେ । ବିହାରରେ ମୋଟ 40 ସଂସଦୀୟ ଆସନ ମଧ୍ୟରୁ ଏନଡିଏ ଖାତାକୁ ମଧ୍ୟ 39 ଆସନ ଯାଇଥିଲା । ହେଲେ ଚଳିତଥର ମୋଦିଙ୍କ ଲୋକପ୍ରିୟତା ଆହୁରି ବଢିଥିବା ପରି ଜଣାପଡୁଛି । ନିକଟରେ ଶେଷ ହୋଇଥିବା 5 ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରଛି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସାଙ୍ଗକୁ ଉତ୍ତର ଭାରତରେ ରାଜନୈତିକ ସ୍ଥିତି ବଦଳିଛି । ଅନ୍ୟପଟେ ବିଜେପି ବିରୋଧରେ ମେଳି ବାନ୍ଧିଥିବା ‘ଇଣ୍ଡିଆ’ ମେଣ୍ଟ ମଧ୍ୟ ଭଲ ସ୍ଥିତିରେ ନାହିଁ । ଓବିସି ଜନଗଣନା କରି ବିଜେପିକୁ ସମାଲୋଚନା କରିଥିବା ନୀତିଶ କୁମାର ମଧ୍ୟ ପୁନର୍ବାର ବିଜେପି କ୍ୟାମ୍ପକୁ ଫେରିଛନ୍ତି । ଏପରି ସ୍ଥିତିରେ ଚଳିତ ଲୋକସଭା ନିର୍ବାଚନରେ ବିଜେପି ଓ ‘ଏନଡିଏ’ର ସଂଖ୍ୟା ହ୍ରାସ ହେବାର କୌଣସି ଆଶଙ୍କା ଦେଖାଯାଉନି । ‘ଏନଡିଏ’ ପୂର୍ବଥର ପରି ସମାନ ସଂଖ୍ୟା କିମ୍ବା ତାଠାରୁ ଅଧିକ ଆସନ ଜିତି କେନ୍ଦ୍ରରେ ଶାସନ ବଜାୟ ରଖିବାର ସମ୍ଭାବନାକୁ ଏବେ ରାଜନୀତି ସମୀକ୍ଷକମାନେ ଏଡାଇ ପାରୁନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.