ETV Bharat / bharat

ନୀତିଶ ଏମିତି ରଙ୍ଗ ବଦଳାନ୍ତି, ଚିନ୍ତିତ ନୁହେଁ ଇଣ୍ଡିଆ ମେଣ୍ଟ: ଜୟରାମ ରମେଶ

author img

By ETV Bharat Odisha Team

Published : Jan 29, 2024, 7:30 PM IST

Jairam ramesh on Nitish Kumar: ନୀତିଶ କୁମାରଙ୍କ ରଙ୍ଗ ଏପରି ବଦଳେ । ଏଥିଲାଗି ଇଣ୍ଡିଆ ମେଣ୍ଟ ଚିନ୍ତିତ ନୁହେଁ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଅଧିକ ପଢନ୍ତୁ

Jairam ramesh
Jairam ramesh

ପାଟନା: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଆଜି (ସୋମବାର) ବିହାରର କିଶନଗଞ୍ଜରେ ପ୍ରବେଶ କରିଛି । ଏହାର ଗୋଟିଏ ଦିନ ପୂର୍ବରୁ ନୀତିଶ କୁମାର ପୁଣି ଥରେ ଏନଡିଏ ସହିତ ମେଣ୍ଟ ସରକାର ଗଠନ କରି ବିହାରର ମୁଖ୍ୟମନ୍ତ୍ରୀ ଭାବେ ନବମ ଥର ଶପଥ ଗ୍ରହଣ କରିଛନ୍ତି । ବିଜେପିକୁ ଆଗାମୀ ଲୋକସଭା ନିର୍ବାଚନରେ ଗାଦିଚ୍ୟୁତ କରିବା ଲାଗି ଗଠନ ହୋଇଥିବା ବିରୋଧୀ ମହାମେଣ୍ଟ ଇଣ୍ଡିଆର ମୁଖ୍ୟ ସୂତ୍ରଧାର ମଧ୍ୟରେ ଥିଲେ ନୀତିଶ । ହେଲେ ସେ ବିଜେପି ନେତୃତ୍ବାଧୀନ ଏନଡିଏ ସହ ମିଶିବା ପରେ ତାଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ଏନେଇ ଜୟରାମ ରମେଶ କହିଛନ୍ତି, "ନୀତିଶ କୁମାର ଏଭଳି ରଙ୍ଗ ବଦଳାନ୍ତି । ସେ ଇଣ୍ଡିଆ ମେଣ୍ଟରୁ ଓହରି ଏନଡିଏ ସହ ମିଶି ସରକାର ଗଠନ କରିଛନ୍ତି । ହେଲେ ଇଣ୍ଡିଆ ମେଣ୍ଟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ମେଣ୍ଟ ଏଥିପ୍ରତି ଆଦୌ ଚିନ୍ତିତ ନୁହେଁ ।" ସୂଚନା ଥାଉ କି ନୀତିଶ କୁମାରଙ୍କ ଜେଡିୟୁ ରାଜ୍ୟରେ ଆରଜେଡି ସହ ମହାଗଠବନ୍ଧନ ସରକାର ଗଢିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ପଲଟି ମାରିଛନ୍ତି ନୀତିଶ । ଏନଡିଏ ସହିତ ମେଣ୍ଟ ସରକାର ଗଢି ଗତକାଲି ନବମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ- ମମତାଙ୍କ ସ୍କ୍ରିପ୍ଟ, ନୀତିଶଙ୍କ ରୋଲ; ରିଲିଜ ପୂର୍ବରୁ ଇଣ୍ଡିଆ ମହାମେଣ୍ଟ ଫିଲ୍ମ ଫ୍ଲପ୍

ସେପଟେ ଆଜି ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନକୁ ନେଇ ଜୟରାମ ବିଜେପି ଉପରେ ବର୍ଷିଛନ୍ତି । କିଶନଗଞ୍ଜର କୋଚାଧାମନ ଅନ୍ତର୍ଗତ ବୁଢିମାରିଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଏହି ପ୍ରତିକ୍ରିୟା ଦେଇଛନ୍ତି ଜୟରାମ । ସେ କହିଛନ୍ତି, " ଲାଲୁ ଯାଦବଙ୍କ ଉପରେ ଇଡି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାପଡ଼ୁଥିଲା । ସେପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ହଇରାଣ କରାଯାଉଛି । କାରଣ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆଗକୁ ଝାଡ଼ଖଣ୍ଡରେ ପ୍ରବେଶ କରିବାକୁ ଯାଉଛି । ରାଜ୍ୟରେ ଏକ ବଡ଼ ରାଲି ହେବ । ଏଥିରୁ ଲୋକେ ଡରନ୍ତୁ ନାହିଁ, ବରଂ ଏକଜୁଟ ହୋଇ ଇଡି ଓ ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲଢେଇ କରନ୍ତୁ । ମୋଦି ସରକାରଙ୍କ ୨ ଭାଇ ଇଡି ଓ ସିବିଆଇ । ସେ ପ୍ରତିଶୋଧର ରାଜନୀତି କରୁଛନ୍ତି ।"

ଏହା ବି ପଢନ୍ତୁ- ଭାରତ ଯୋଡୋ ଯାତ୍ରା: ଦିଦିଙ୍କ ଅସହଯୋଗ ସତ୍ତ୍ବେ ବଙ୍ଗବାସୀଙ୍କୁ ଅନ୍ୟାୟ ବିରୋଧରେ ଲଢିବାକୁ ରାହୁଲଙ୍କ ଆହ୍ବାନ

ଜୟରାମ ଜାତି ଭିତ୍ତିକ ଜନଗଣନାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଦେଶର ପ୍ରାୟ ସମସ୍ତ ରାଜନୈତିକ ଦଳ ଜାତି ଭିତ୍ତିକ ଜନଗଣନା ଲାଗି ସ୍ବର ଉତ୍ତୋଳନ କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ପାଟି ଖୋଲିନଥିଲେ । ଏହାପରେ ନୀତିଶଙ୍କୁ ଇସାରା କରି ଜୟରାମ କହିଥିଲେ ଯେ, ଏବେ ପ୍ରଧାନମନ୍ତ୍ରୀ ଏହା ଉପରେ ନିଜର ପ୍ରତିକ୍ରିୟା ରଖନ୍ତୁ । କାରଣ ଯେଉଁ ବ୍ୟକ୍ତି ପ୍ରଥମ ଜନଗଣନା କରିଥିଲେ ଏବେ ସେ ଏନଡିଏ ସହିତ ସାମିଲ ହୋଇଛନ୍ତି । ତେବେ ମନମୋହନ ସରକାରଙ୍କ ସମୟରେ ୨୦୧୧ରେ ଜାତିଗଣନା ହୋଇଥିଲା, ହେଲେ ଏବେର ସରକାର ଏହି ରିପୋର୍ଟକୁ ସାର୍ବଜନୀନ କରିନାହିଁ ବୋଲି ଜୟରାମ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.