ETV Bharat / international

ମସ୍କୋ ଆକ୍ରମଣ ମୃତ୍ୟୁସଂଖ୍ୟା 140 ଛୁଇଁଲା, ୟୁକ୍ରେନ ଭୂମିକାକୁ ସନ୍ଦେହ କଲେ ପୁଟିନ - Moscow attack

author img

By ETV Bharat Odisha Team

Published : Mar 23, 2024, 9:22 PM IST

ମସ୍କୋ ମୃତ୍ୟୁସଂଖ୍ୟା 140 ଛୁଇଁଲା, ୟୁକ୍ରେନର ଭୂମିକାକୁ ସନ୍ଦେହ କଲେ ପୁଟିନ
ମସ୍କୋ ମୃତ୍ୟୁସଂଖ୍ୟା 140 ଛୁଇଁଲା, ୟୁକ୍ରେନର ଭୂମିକାକୁ ସନ୍ଦେହ କଲେ ପୁଟିନ

Moscow attack: ମୃତ୍ୟୁସଂଖ୍ୟା 140 ଛୁଇଁଲା । ଦେଶକୁ ସମ୍ବୋଧିତ କଲେ ପୁଟିନ । ୟୁକ୍ରେନର ଭୂମିକାକୁ କଲେ ସନ୍ଦେହ । କହିଲେ ଆକ୍ରମଣକାରୀଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ।

ହାଇଦ୍ରାବାଦ: ଋଷ ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁସଂଖ୍ୟା 140 ଛୁଇଁଛି । ସରକାରୀ ଭାବେ ଏହି ସଂଖ୍ୟା 115 ବୋଲି କୁହାଯାଉଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସଂଖ୍ୟା ପ୍ରାୟ 140 ବୋଲି କୁହାଯାଉଛି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଆକ୍ରମଣ ପଛରେ ୟୁକ୍ରେନର ଭୂମିକା ଥିବା କଥା ସେ ସନ୍ଦେହ କରିଛନ୍ତି । ସେହିପରି ଏହି ଆକ୍ରମଣକାରୀଙ୍କ କୌଣସି ଜାତୀୟତା ନାହିଁ । ସେମାନେ ନରୀହ ଲୋକଙ୍କୁ ହତ୍ୟା କରିଛନ୍ତି । ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ପ୍ରଦାନ କରିବାକୁ ହେବ ବୋଲି ପୁଟିନ କଡା ଚେତାବନୀ ମଧ୍ୟ ଦେଇଛନ୍ତି ।

ଋଷର କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଆକ୍ରମଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ରାଷ୍ଟ୍ରପତି ଭବନକୁ ଅବଗତ କରିବା ପରେ ସଂଧ୍ୟାରେ ପୁଟିନ ଟେଲିଭିଜନ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି । ପୁଟିନ କହିଛନ୍ତି, ‘‘ଆକ୍ରମଣକାରୀମାନେ ଆକ୍ରମଣ କରିବା ପରେ ୟୁକ୍ରେନ ସୀମା ଆଡକୁ ଯିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ଆମ ଅଧିକାରୀମାନେ କାବୁ କରିଛନ୍ତି । ସେମାନଙ୍କ ପରିଚୟ ସ୍ପଷ୍ଟ କରାଯିବ । ସେମାନେ ନିରୀହ ଲୋକଙ୍କ ପ୍ରାଣ ନେଇଛନ୍ତି, ତାର ବହୁମୂଲ୍ୟ ଦେବାକୁ ପଡିବ । ଆକ୍ରମଣକାରୀଙ୍କର କୌଣସି ଜାତୀୟତା ନାହିଁ । ଆମର ଏମରଜେନ୍ସି ସର୍ଭିସ, ସେନା, ପୋଲିସ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ତଦନ୍ତ ଜାରି ରଖିଛନ୍ତି । ସେମାନେ କେଉଁଠୁ ଆସିଥିଲେ, ସେମାନଙ୍କୁ କି’ଏ ମସ୍କୋରେ ପହଞ୍ଚିବାରେ ସହଯୋଗ କରିଥିଲା । ସେମାନେ ମାରଣାସ୍ତ୍ର କେଉଁଠାରୁ ଆଣିଥିଲେ, ସବୁ କିଛି ଆମ ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିବେ । ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଏହା ମଧ୍ୟ ପଢନ୍ତୁ :-ମସ୍କୋ ଆକ୍ରମଣ ଘଟଣା: ମୃତ୍ୟୁସଂଖ୍ୟା 93କୁ ବୃଦ୍ଧି, 4 ଆକ୍ରମଣକାରୀଙ୍କ ସମେତ 11 ସନ୍ଦିଗ୍ଧ ଆତଙ୍କବାଦୀ ଅଟକ - Moscow concert hall attack

ସୂଚନା ଅନୁସାରେ, ଋଷ ରାଜଧାନୀ ମସ୍କୋର ଏକ କନସର୍ଟରେ ଗତକାଲି (ଶୁକ୍ରବାର) ରାତିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁସଂଖ୍ୟା 140 କୁ ବୃଦ୍ଧି ପାଇଛି । ଏବେ ମଧ୍ୟ 150ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏକାଧିକ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି । ଘଟଣାରେ 4 ଆକ୍ରମଣକାରୀଙ୍କ ସମେତ ମୋଟ 11 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ମସ୍କୋ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି । ସେମାନଙ୍କୁ ଜେରା ଜାରି ରହିଛି । ଋଷର ସଂଘୀୟ ସୁରକ୍ଷା ସେବା ସଂସ୍ଥା ମଧ୍ୟ ଘଟଣାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଅବଗତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.