ETV Bharat / international

ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ: ବାଇଡେନ

author img

By ETV Bharat Odisha Team

Published : Feb 27, 2024, 11:23 AM IST

US President Joe Biden Reaction on Israel-Hamas War: 100 ଦିନରୁ ଅଧିକ ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଲାଗିବ ବିରାମ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ,

Israel Hamas War
Israel Hamas War

ହାଇଦ୍ରାବାଦ: 5 ମାସ ଧରି ଜାରି ରହିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ । ଆସନ୍ତା 4 ତାରିଖ ସୁଦ୍ଧା ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ହେବ ବୋଲି ଘୋଣଷା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟ ପକ୍ଷ ଯୁଦ୍ଧବିରତି ଚୁକ୍ତିର ନିକଟତର ବୋଲି ସେ କହିଛନ୍ତି । ଏନେଇ ଜୋ ବାଇଡେନ କହିଛନ୍ତି, "ମୋ ପରାମର୍ଶଦାତା କହିଛନ୍ତି, ଆମେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛୁ । ଆସନ୍ତା 4 ତାରିଖ ସୁଦ୍ଧା ଯୁଦ୍ଧ ବନ୍ଦ ହୋଇପାରେ । ପ୍ରକାଶଥାଉକି, ସୋମବାର(ଫେବୃଆରୀ 26 ତାରିଖରେ) ନୁୟର୍କ ସହରର ଏକ ଆଇସକ୍ରିମ ଦୋକାନରେ ହାସ୍ୟ ଅଭିନେତା ସେଠ ମେୟର୍ସଙ୍କ ସହିତ ଉପସ୍ଥିତ ଥିବା ସମୟରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଏଭଳି ବୟାନ ଦେଇଛନ୍ତି ବାଇଡେନ ।

2023 ଅକ୍ଟୋବର ମାସ 7 ତାରିଖରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ହମାସ ଆତଙ୍କୀ ସଂଗଠନର ଇସ୍ରାଏଲ ଉପରେ ପ୍ରଥମେ ରକେଟ ମାଡ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା । ଗାଜା ସୀମାରେ ଲଢେଇ ଜାରି ରଖିଛି ଇସ୍ରାଏଲ । ଏହି ଆକ୍ରମଣରେ ଗାଜା ଷ୍ଟ୍ରିପରେ 23 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: 100 ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ, ବିଜୟ ପର୍ଯ୍ୟନ୍ତ ଜାରି ରହିବ ଆକ୍ରମଣ: ବେଞ୍ଜାମିନ୍ ନେତାନ୍ୟାହୁ

ଏକ ଆନ୍ତର୍ଜାତିକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହମାସ ପକ୍ଷରୁ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ସମର୍ଥନ ଜଣାଇବା ପରେ ଇସ୍ରାଇଲ ଏକ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲା । ଏହି ସମୟରେ ବନ୍ଦୀ ହୋଇଥିବା ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରାଯାଇଥିଲା ଏବଂ ହମାସ ଦ୍ବାରା ପ୍ରାୟ 143 ଇସ୍ରାଏଲ ବନ୍ଦକଙ୍କୁ ମୁକ୍ତ କରାଯାଇଥିଲା । ଏହା ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାବଣା ହୋଇପାରିନଥିଲା । ଫଳରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଜୋ ବାଇଡେନ ନିଜ ବୟାନରେ କହିଥିଲେ, ହାମସା ପାଖରେ ପାଲେଷ୍ଟାଇନ ନାଗରୀକଙ୍କର ସମର୍ଥନ ନାହିଁ । ପାଲେଷ୍ଟାଇନ ନାଗରିକମାନେ ହମାସ ଆତଙ୍କବାଦର ପରିଣାମ ଭୋଗ କରୁଛନ୍ତି । ଆମେ ସ୍ପଷ୍ଟ ଭାବେ ବୁଝିବା ଉଚିତ ଯେ, ପାଲେଷ୍ଟାଇନ ଏବଂ ହମସା ଭିନ୍ନ ଭିନ୍ନ ଅଟନ୍ତି ।

ପ୍ରକାଶଥାଉକି, ଗତ କିଛି ଦିନ ପୂର୍ବେ ପାଲେଷ୍ଟାଇନ ଶରଣାର୍ଥୀମାନଙ୍କୁ ସହାୟତା ଯୋଗାଇବା ବନ୍ଦ କରିଦେଇଥିଲା ଆମେରିକା । ଅକ୍ଟୋବର 7ରେ ଦକ୍ଷିଣ ଇସ୍ରାଏଲରେ ହମାସ ଆତଙ୍କୀ ସଂଗଠନର ଆକ୍ରମଣରେ ପାଲେଷ୍ଟାଇନର ସମ୍ପୃକ୍ତି ଥିବା ଅଭିଯୋଗ ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆମେରିକା । ପାଲେଷ୍ଟାଇନ ପାଇଁ କାମ କରୁଥିବା ୟୁଏନ ଏଜନ୍ସି UNRWAକୁ ସହାୟତା ଦେବା ବନ୍ଦ କରିଛି ଆମେରିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.