ETV Bharat / international

100 ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ, ବିଜୟ ପର୍ଯ୍ୟନ୍ତ ଜାରି ରହିବ ଆକ୍ରମଣ: ବେଞ୍ଜାମିନ୍ ନେତାନ୍ୟାହୁ

author img

By ETV Bharat Odisha Team

Published : Jan 15, 2024, 9:16 AM IST

Israel–Hamas war: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ 100 ଦିନରେ ପହଞ୍ଚିଛି । ଇସ୍ରାଏଲର ବିଜୟ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଅଧିକ ପଢନ୍ତୁ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ
Israel–Hamas war

ହାଇଦ୍ରାବାଦ: ଦିନକୁ ଦିନ ଉଗ୍ର ରୂପ ନେଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ରକାକ୍ତ ସଂଘର୍ଷ 100 ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଡ ବୟାନ ଦେଇଛନ୍ତି । ଇସ୍ରାଏଲର ବିଜୟ ପର୍ଯ୍ୟନ୍ତ ଗାଜା ସୀମାରେ ସେନା ଆକ୍ରମଣ ଜାରି ରହିବ ଏହାକୁ ଅଟକାଇ ପାରିବେ ନାହିଁ ବୋଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗାଜାରେ ମାନବିକ ସଙ୍କଟ ବଢିବା କାରଣରୁ ଯୁଦ୍ଧକୁ ବନ୍ଦ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ଆହ୍ୱାନ କରାଯାଇଥିଲା । କିନ୍ତୁ ଏହା ସତ୍ତ୍ବେ ମଧ୍ୟ ଯୁଦ୍ଧ ଜାରି ରହିଛି । ଯୁଦ୍ଧକୁ 100 ଦିନ ପୂରଣ ହୋଇଥିବା ବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ରବିବାର ସମ୍ବୋଧନ କରି ଆମେ ଏହି ଯୁଦ୍ଧ ଜାରି ରଖିବୁ, ଅନେକ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କହିଥିଲେ । ଯାହା ଫଳରେ ଆଗକୁ ଯୁଦ୍ଧ ଆହୁରି ତୀବ୍ର ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହିଜାବୁଲ୍ଲାହର ଶୀର୍ଷ କମାଣ୍ଡର ନିପାତ

2023 ଅକ୍ଟୋବର ମାସ 7 ତାରିଖରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ହମାସ ଆତଙ୍କୀ ସଂଗଠନର ଇସ୍ରାଏଲ ଉପରେ ପ୍ରଥମେ ରକେଟ ମାଡ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା । ଗାଜା ସୀମାରେ ଲଢେଇ ଜାରି ରଖିଛି ଇସ୍ରାଏଲ । ଏହି ଆକ୍ରମଣରେ ଗାଜା ଷ୍ଟ୍ରିପରେ 23 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 75 ପ୍ରତିଶତ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତି ରହିଛନ୍ତି । ହମାସ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ସେହିପରି ଗାଜାରେ ପ୍ରାୟ 2.3 ନିୟୁତ ଲୋକଙ୍କୁ ସ୍ଥାନାନ୍ତରଣ ହୋଇଛନ୍ତି । ଶନିବାର ହଜାର ହଜାର ଇସ୍ରାଏଲ୍ ସେନା ତେଲ ଆଭିଭ ତଥା ଅନ୍ୟାନ୍ୟ ପ୍ରମୁଖ ସହରରେ ରାଲି କରି ବନ୍ଦୀ ମାନଙ୍କୁ ଫେରାଇ ଆଣିବା ଏବଂ ସରକାରଙ୍କୁ ପରିବର୍ତ୍ତନ କରାଯାଉ ବୋଲି ନାରା ଦେଇଥିଲେ ।

ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ହମାସ ଆତଙ୍କବାଦୀ ପ୍ରାୟ 1200 ଲୋକଙ୍କୁ ହତ୍ୟା କରିଛନ୍ତି । ସେହିପରି ଇସ୍ରାଏଲର 200 ଲୋକଙ୍କୁ ଅପହରଣ କରି ନେଇଛନ୍ତି । ସେମାନଙ୍କ ମଧ୍ୟରେ 132 ଜଣଙ୍କୁ ଗାଜାରେ ବନ୍ଦୀ କରାଯାଇଛି । ଇସ୍ରାଏଲର ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଇସ୍ରାଏଲର ଆକ୍ରମଣରେ ପ୍ରାୟ 9 ହଜାର ପାଲେଷ୍ଟାଇନ ଫାଇଟରଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 24 ହଜାର ପାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.