ETV Bharat / health

ପ୍ରଥମ ଷ୍ଟେଜରେ ପିତ୍ତକୋଷ କର୍କଟ ଚିହ୍ନଟ ହେଲେ ଅଧିକ ଦିନ ବଞ୍ଚିବେ ରୋଗୀ: ଅନୁସନ୍ଧାନ

author img

By ETV Bharat Odisha Team

Published : Feb 22, 2024, 11:09 AM IST

Gallbladder Cancer
Gallbladder Cancer

Gallbladder Cancer: ପିତ୍ତକୋଷ କର୍କଟ ରୋଗୀଙ୍କୁ ନେଇ ନିକଟରେ ଏକ ଅନୁସନ୍ଧାନ ପ୍ରକାଶିତ ହୋଇଛି । ପ୍ରଥମ ଷ୍ଟେଜରେ ପିତ୍ତକୋଷ କର୍କଟ ଚିହ୍ନଟ ହେଲେ ଅଧିକ ଦିନ ବଞ୍ଚିବେ ରୋଗୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହଜମ ପ୍ରକ୍ରିୟାରେ ଗଲ୍‌ବ୍ଲାଡର୍ ପ୍ରମୁଖ ଭୂମିକା ନିଭାଇଥାଏ । ଗଲ୍‌ବ୍ଲାଡର୍ ବାଇଲ୍(ପିତ୍ତ) ସଂଗ୍ରହ କରେ ଏବଂ ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ତାହାକୁ ପାକସ୍ଥଳୀକୁ ପଠାଇଥାଏ । ବର୍ତ୍ତମାନ ଗଲବ୍ଲାଡର କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ନିକଟରେ ଏହାକୁ ନେଇ ଅନୁସନ୍ଧାନ କରାଯାଇଥିବା ବେଳେ ଏକ ଦାବି କରାଯାଇଛି । ଯଦି ପ୍ରାରମ୍ଭିକ ଅବସ୍ଥାରେ ଗଲ୍ ବ୍ଲାଡର କର୍କଟ ଚିହ୍ନଟ ହୁଏ ତାହେଲେ ରୋଗୀ ଚିକିତ୍ସା ପରେ ଅଧିକ ଦିନ ବଞ୍ଚିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଦେଶର 10ଟି ଡାକ୍ତରଖାନାର ମିଳିତ ଅନୁସନ୍ଧାନ ପରେ ଏହି ଦାବି କରାଯାଇଛି ।

ଦିଲ୍ଲୀ ଏମ୍ସ, ଚଣ୍ଡିଗଡ PGI ଏବଂ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ବିଶେଷଜ୍ଞମାନେ ଏହି ଅନୁସନ୍ଧାନରେ ସାମିଲ ହୋଇଥିଲେ । 2ହଜାର 262 ଜଣ କ୍ୟାନ୍ସର ରୋଗୀଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା । 91.2 ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏଡେନୋକାର୍ସିନୋମା ସବୁଠାରୁ ସାଧାରଣ ପ୍ରକାର ଅଟେ । ଶରୀରରେ ମ୍ୟୁକସ ତିଆରି କରୁଥିବା ଗ୍ରନ୍ଥିରୁ କୋଷିକା ତିଆରି ହେବା ଆରମ୍ଭ ହେଲେ ଏହା ହୋଇଥାଏ । ତେବେ ତଥ୍ୟ ଅନୁସାରେ, 76.80 ପ୍ରତିଶତ ରୋଗୀଙ୍କ ମଧ୍ୟରେ ଅଧିକ ଯକୃତ ସହିତ ଜଡିତ ବୋଲି କୁହାଯାଇଛି । ତେବେ ଯକୃତ ସହିତ ଜଡିତ ଗଲବ୍ଲାଡର କ୍ୟାନ୍ସର ସର୍ବାଧିକ ଅଟେ ।

ଏହା ମଧ୍ୟ ପଢନ୍ତୁ: Gallbladder: ଗଲବ୍ଲାଡରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ, ନଚେତ ହୋଇପାରେ ସମସ୍ୟା

ଅସ୍ତ୍ରୋପଚାର ଏବଂ କେମୋଥେରାପୀ: ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ପେଟରେ ଯନ୍ତ୍ରଣା ହେବା ପରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିହା ଆବଶ୍ୟକ । ଯଦି ଏହା ଗଲବ୍ଲାଡର କ୍ୟାନ୍ସର ବୋଲି ଚିହ୍ନଟ ହୁଏ ତାହେଲେ ଜଣେ ବ୍ୟକ୍ତି ଅଧିକ ବର୍ଷ ବଞ୍ଚିବାର ସମ୍ଭାବନା ରହିଥାଏ । ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଚତୁର୍ଥ ପର୍ଯ୍ୟାୟରେ କର୍କଟ ଚିହ୍ନଟ ରୋଗୀଙ୍କ ତୁଳନାରେ ପ୍ରଥମ ପର୍ଯ୍ୟାୟରେ ରୋଗୀମାନେ ଚିକିତ୍ସା ପରେ ଦୁଇ ବର୍ଷ ବଞ୍ଚିଥିଲେ । କର୍କଟ ରୋଗ ନିର୍ଣ୍ଣୟ ହେବା ପରେ ଅପରେସନ ଏବଂ କେମୋଥେରାପୀ ହେଉଛି ସାଧାରଣ ଚିକିତ୍ସା ବିକଳ୍ପ ।

କମ୍ ବୟସର ମହିଳାଙ୍କୁ ପିତ୍ତାଶୟ କ୍ୟାନ୍ସର: ଆଇସିଏମଆର (ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଗଲ୍ ବ୍ଲାଡର କ୍ୟାନ୍ସର ଅଧିକ ଦେଖାଯାଉଛି । ପୁରୁଷଙ୍କ କ୍ଷେତ୍ରରେ ଏହା 55ରୁ 59 ବର୍ଷ ମଧ୍ୟରେ ଦେଖାଯାଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା 45ରୁ 49 ବର୍ଷ ମଧ୍ୟରେ ଦେଖାଯାଉଛି ।

ତୃତୀୟ-ଚତୁର୍ଥ ଷ୍ଟେଜରେ ଚିହ୍ନଟ ହେଉଛନ୍ତି 80 ପ୍ରତିଶତ ରୋଗୀ: ପିତ୍ତାଶୟ କର୍କଟ ରୋଗୀଙ୍କ ପାଇଁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । କାରଣ ପ୍ରାୟ 80 ପ୍ରତିଶତ ରୋଗୀ ତୃତୀୟ ଏବଂ ଚତୁର୍ଥ ଷ୍ଟେଜରେ ଚିହ୍ନଟ ହେଉଛନ୍ତି । ଏଭଳି କ୍ଷେତ୍ରରେ ମୃତ୍ୟୁହାର ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.