ETV Bharat / sukhibhava

Gallbladder: ଗଲବ୍ଲାଡରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ, ନଚେତ ହୋଇପାରେ ସମସ୍ୟା

author img

By

Published : Jun 29, 2023, 5:01 PM IST

ଆଜିକା ସମୟରେ ଅନେକଙ୍କର ଗଲବ୍ଲାଡରରେ ସମସ୍ୟା ହୋଇଥାଏ । ତେବେ ଜାଣନ୍ତୁ କିଭଳି ଏଥିରୁ ବର୍ତ୍ତିବେ

Gallbladder
Gallbladder

ହାଇଦ୍ରାବାଦ: ଗଲବ୍ଲାଡର ହେଉଛି ଶରୀରର ଏକ ଅଂଶ ଯେଉଁଠାରେ ଯକୃତ ବାଇଲ ପିଗମେଣ୍ଟ ଗଚ୍ଛିତ କରେ। ଫେଟ ମେଟାବୋଲିଜିମ୍ ଏବଂ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଜୀବନଶୈଳୀରେ ଉଚ୍ଚ କୋଲେଷ୍ଟ୍ରଲ ଡାଏଟ୍ ଯୁକ୍ତ ହେଉଛି, ତେବେ ଗଲବ୍ଲାଡଡରରେ ଷ୍ଟୋନ ହେବାର ଆଶଙ୍କା ରହିଥାଏ। ଗଲବ୍ଲାଡରକୁ ପିତ୍ତ ଥଳୀ ମଧ୍ୟ କୁହାଯାଏ । ଗଲ୍‌ବ୍ଲାଡର୍ ବାଇଲ୍(ପିତ୍ତ) ସଂଗ୍ରହ କରେ ଏବଂ ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ତାହାକୁ ପାକସ୍ଥଳୀକୁ ପଠାଇଥାଏ । ଯକୃତର ଠିକ୍ ତଳେ ଥାଏ । ଏହାର କାମ ହେଉଛି ଯକୃତରୁ ବାହାରୁଥିବା ପିତ୍ତ ରସକୁ ସଂରକ୍ଷଣ କରିବା, ଯାହା ଦ୍ବାରା ଖାଦ୍ୟ ହଜମ ହେବାବେଳେ ଏହା କ୍ଷୁଦ୍ର ଅନ୍ତନଳୀରେ ପିତ୍ତ ରସରେ ପହଞ୍ଚି ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ମଧ୍ୟ ନିଜର ଗଲବ୍ଲାଡରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଟିପ୍ସ।

1.କ୍ରାସ୍ ଡାଏଟ୍ ଠାରୁ ଦୂରେଇ ରୁହନ୍ତୁ: ଯଦି ଓଜନ ହ୍ରାସ ପାଇଁ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ କ୍ରାସ୍ ଡାଏଟ୍ ଅନ୍ତର୍ଭୁକ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏବେ ଠାରୁ ସତର୍କ ହୋଇଯାଆନ୍ତୁ। ଏହା କରିବା ଦ୍ୱାରା ଗଲବ୍ଲାଡର ଉପରେ ଖରାପ ପ୍ରଭାବ ପଡିଥାଏ। ଓଜନ ହ୍ରାସ କରିବାକୁ ଚାହୁଁଥିଲେ ସୁସ୍ଥ ଖାଦ୍ଯ ଖାଇବା ସହ ବ୍ୟାୟାମ କରିବା ଆବଶ୍ୟକ।

ଏହା ମଧ୍ୟ ପଢନ୍ତୁ: ଗଲବ୍ଲାଡର: ବିଲିଆରୀ ଟ୍ରାକ୍ଟ କ୍ୟାନସର ମାମଲା ତିନି ଦଶନ୍ଧିରେ 76% ବୃଦ୍ଧି

2. ପ୍ରୋସେସ ଫୁଡ: ପ୍ରୋସେସ ଫୁଡ ଯେପରିକି କୁକିଜ ଏବଂ ଡୋନାଟ୍ ଖାଇବା ଗଲବ୍ଲାଡର ଉପରେ ଚାପ ପକାଇପାରେ। ଏହା ଦ୍ବାରା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ। ଏହି ସବୁ ଜିନିଷ ଖାଇବା ପରିବର୍ତ୍ତେ ରୁଟି, ବାଦାମୀ ଚାଉଳ, ଓଟ୍ସ ଇତ୍ୟାଦି ଖାଇପାରିବେ।

3.ଦୁଗ୍ଧ ଜାତୀୟ ଉତ୍ପାଦ: ପନିର, ବଟର, ଆଇସ୍କ୍ରିମ୍, କେକ୍, ବିସ୍କୁଟ, ନଡ଼ିଆ କିମ୍ବା ଖଜୁରୀ ତେଲ ପରି ଦୁଗ୍ଧଜାତ ଦ୍ରବ୍ୟରୁ ଦୂରେଇ ରୁହନ୍ତୁ। ଏହାକୁ ଖାଇବା ଦ୍ୱାରା ଗଲବ୍ଲାଡର ଉପରେ ଚାପ ପଡିଥାଏ। କ୍ରିମି ସସ୍, ପନିର, ମାୟୋନାଇଜ୍ ମଧ୍ୟ ଏଡାନ୍ତୁ। ଏହା ସହିତ, ଉଚ୍ଚ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟରୁ ଦୂରେଇ ରହିବା ଆବଶ୍ୟକ। ଏହା ପରିବର୍ତ୍ତେ, ଆପଣ କମ୍ ଚର୍ବିଯୁକ୍ତ ଜିନିଷ ଖାଇପାରିବେ।

4. ତେଲଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ: ସାମୋସା, ପାକୋଡା ଏବଂ ଛୋଲେ ଭଳି ଚେଲ ଜିନିଷ ହଜମ କରିବା ସହଜ ନୁହେଁ ଏବଂ ଏହାକୁ ଖାଇବା ମଧ୍ୟ ଗଲବ୍ଲାଡରର ଆବରଣ ଉପରେ ପ୍ରଭାବ ପକାଇଥାଏ। ଯେଉଁଥିପାଇଁ ଗାଲବ୍ଲାଡର ସମସ୍ୟା ହୋଇପାରେ। ଏହା ବଦଳରେ ତାଜା ଫଳ ଏବଂ ସବୁଜ ପନିପରିବା ଖାଇବା ଉଚିତ।

5. ଅଧିକ ସମୟରେ ଭୋକରେ ରହିବା ଉଚିତ ନୁହେଁ: ଗଲବ୍ଲାଡଡରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସଠିକ୍ ସମୟରେ ଖାଇବା ଆବଶ୍ୟକ। ଖାଇବାରେ ଲମ୍ବା ବ୍ୟବଧାନ କରନ୍ତୁ ନାହିଁ।

  • 1. ଆପଣ କ୍ଷୀର ବଦଳରେ ସୋୟା ମିଲକ ପିଇପାରିବେ।
  • 2. ପନିପରିବାରେ ସବୁଜ ପତ୍ରଯୁକ୍ତ ପନିପରିବା ବାଛନ୍ତୁ।
  • 3. ଫିସ ଅଏଲ ଏବଂ ଅଲିଭ୍ ଅଏଲ ବ୍ୟବହାର କରନ୍ତୁ।
  • 4. ଭିଟାମିନ୍ ସି, କ୍ୟାଲସିୟମ୍, ଭିଟାମିନ୍ ବି ର ମାତ୍ରା ବୃଦ୍ଧି କରନ୍ତୁ, ଏହା ଆପଣଙ୍କ ବ୍ଲାଡରକୁ ସୁସ୍ଥ ରଖିବ।

ବିଦ୍ର: ଏହା ଏକ ଆର୍ଟିକେଲ ଉପରେ ଆଧାରିତ। ଏହାକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.