ETV Bharat / entertainment

କନସର୍ଟରେ ସୁନିଧି ଚୌହ୍ୱାନଙ୍କୁ ବୋତଲ ମାଡ଼, ଭିଡିଓ ଭାଇରାଲ - Sunidhi Chauhan

author img

By ETV Bharat Odisha Team

Published : May 5, 2024, 11:26 AM IST

Bottle Thrown At Sunidhi Chauhan: ସୁନିଧି ଚୌହ୍ୱାନ ଦୀର୍ଘ ଦିନ ଧରି ଲଗାତାର ତାଙ୍କର ଲାଇଭ୍ କନସର୍ଟ କରୁଥିବାର ନଜର ଆସିଛନ୍ତି । ନିକଟରେ ଗାୟକ ଡେରାଡୁନର ଏକ କଲେଜରେ ପରଫର୍ମ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ତାଙ୍କ ସହ ଏକ ଘଟଣା ଘଟିଥିଲା ​​ଯାହା କ୍ୟାମେରାରେ କଏଦ ହୋଇଥିଲା । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

କନସର୍ଟରେ ସୁନିଧି ଚୌହ୍ୱାନଙ୍କୁ ବୋତଲ ମାଡ଼, ଭିଡିଓ ଭାଇରାଲ
କନସର୍ଟରେ ସୁନିଧି ଚୌହ୍ୱାନଙ୍କୁ ବୋତଲ ମାଡ଼, ଭିଡିଓ ଭାଇରାଲ (Pic Credit@sunidhichauhan5)

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନଙ୍କ କନସର୍ଟରେ ଅଭାବନୀୟ ଘଟଣା । ଗୀତ ଗାଉଥିବା ସମୟରେ କଣ୍ଠଶିଳ୍ପୀଙ୍କ ଉପରକୁ ପାଣି ବୋତଲ ପିଙ୍ଗିଲେ ଦର୍ଶକ । କିନ୍ତୁ କଣ୍ଠଶିଳ୍ପୀ ଏହି ଘଟଣା ଉପରେ ନ ରାଗି ସହଜରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ନିକଟରେ ଡେରାଡୁନର ଏକ କଲେଜରେ ସୁନିଧି ଚୌହ୍ୱାନଙ୍କ କନସର୍ଟ ଆୟୋଜିତ ହୋଇଥିଲା । ଯେଉଁଠି ସେ ନିଜ ଦମଦାର ପରଫର୍ମ କରୁଥିଲେ । ଏହି ସମୟରେ କେହି ଜଣେ ତାଙ୍କ ଉପରେ ପାଣି ବୋତଲ ଫିଙ୍ଗିଥିଲେ । ଏହାପରେ ମଧ୍ୟ ଗାୟିକା ଗୀତ ଗାଇବା ଜାରି ରଖିଥିଲେ । କିନ୍ତୁ କିଛି ସେକେଣ୍ଡ ପରେ ସେ ବୋତଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ମଧ୍ୟ ଉତ୍ତର ଦେଇଥିଲେ । ସେ କହିଥିଲେ, ''ମୋତେ କୁହ ଯଦି ବୋତଲ ଫୋପାଡିଲେ, କ'ଣ ଶୋ ବନ୍ଦ ହୋଇଯିବ କି ? ଆପଣ ଏହା ଚାହୁଁଛନ୍ତି କି ଶୋ ବନ୍ଦ ହୋଇଯାଉ ? ସେ ଏହା କହିବା ମାତ୍ରେ ଦର୍ଶକ ସୁନିଧିଙ୍କୁ ନା କହିବା ସହ ଉତ୍ସାହିତ କରିବାକୁ ଲାଗିଲେ । ଯାହାପରେ ସେ ପୁଣି ପରଫର୍ମ ଆରମ୍ଭ କରିଥିଲେ ।''

ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ଏହି ଭିଡିଓ ଦେଖି ସୁନିଧିଙ୍କୁ ସମର୍ଥନ କରିବା ସହ ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି, ''ଏପରି କଳାକାରଙ୍କୁ ଅପମାନ କରନାହିଁ । ତାଙ୍କ କାର୍ଯ୍ୟକୁ ପ୍ରଶଂସା କର ଏବଂ ତାଙ୍କୁ ସମ୍ମାନ ଦିଅ ।'' ଅନ୍ୟ ଜଣେ ଲେଖିଛନ୍ତି, ସେ ଏତେ ଶକ୍ତିଶାଳୀ ଯେ ଏପରି ଥଟ୍ଟା ଏବଂ ଛୋଟ ଜିନିଷକୁ ଭୟ କରିପାରନ୍ତି ନାହିଁ... ଆଇକନ୍ ପାଇଁ ବହୁତ ସମ୍ମାନ । ଅନ୍ୟ ଜଣେ ଲେଖିଛନ୍ତି, ଯିଏ ଏହା କରିଛି, ତାଙ୍କୁ ଜେଲକୁ ନେଇଯାଅ, ତେବେ ଏହା ଅନ୍ୟ କାହା ସହ ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ବିଜୟକାନ୍ତଙ୍କ ଶେଷ ଦର୍ଶନ ବେଳେ ଥାଲାପତି ବିଜୟଙ୍କ ଉପରକୁ ଜୋତା ମାଡ଼, ଭିଡିଓ ଭାଇରାଲ

କହିରଖୁଛୁ କି, ସୁନିଧି ଚୌହ୍ୱାନ ବଲିଉଡର ଟପ କଣ୍ଟଶିଳ୍ପୀଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ଗୀତକୁ ଲୋକେ ବେଶ ପସନ୍ଦ କରନ୍ତି । ସେ ଅନେକ ବଲିଉଡ ଗୀତରେ ନିଜର ସ୍ୱରର ଯାଦୁ ଦେଖାଇଛନ୍ତି । ସେ ୧୯୯୯ରେ ରିଲିଜ ହୋଇଥିବା ଜାନୱାର ଫିଲ୍ମର ଗୀତ ତୁଝକୋ ନା ଦେଖୁ ତୋ, ମୁଝସେ ସାଦି କରୋଗୀ ଫିଲ୍ମର ଟାଇଟଲ ଗୀତ, ଅଗ୍ନିପଥର ଗୁନ ଗୁନ ଗୁନନା ଗୀତ, ଦେଶୀ ଗାର୍ଲ, ଶିଲା କି ଜୱାନି, 'ଧୁମ ୨'ର କ୍ରେଜି କିଆରେ ଏବଂ 'ଧୁମ ୩'ର କମଲି ଭଳି ଅନେକ ଗୀତରେ ନିଜର ଜଲୱା ଦେଖାଇ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.