ETV Bharat / entertainment

ବିଜୟକାନ୍ତଙ୍କ ଶେଷ ଦର୍ଶନ ବେଳେ ଥାଲାପତି ବିଜୟଙ୍କ ଉପରକୁ ଜୋତା ମାଡ଼, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Dec 29, 2023, 7:59 PM IST

Shoe Hurled At Thalapathy Vijay: ଦୁନିଆକୁ ଅଲବିଦା କହିଛନ୍ତି ସାଉଥ ସୁପରଷ୍ଟାର ତଥା ଡିଏମଡିକେ ସଭାପତି ବିଜୟକାନ୍ତ । ଏହି ସମୟରେ ସମସ୍ତ ରାଜନେତା ଏବଂ ସେଲିବ୍ରିଟି ଅଭିନେତାଙ୍କ ଶେଷ ଦର୍ଶନ କରିଛନ୍ତି । ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଥାଲାପତି ବିଜୟ ଅଭିନେତାଙ୍କ ଶେଷ ଦର୍ଶନ କରିବାକୁ ଆସିଥିବା ବେଳେ ତାଙ୍କ ଉପରକୁ ଜୋତା ମାଡ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ,

ବିଜୟକାନ୍ତଙ୍କ ଶେଷ ଦର୍ଶନ ବେଳେ ଥାଲାପତି ବିଜୟଙ୍କ ଉପରକୁ ଜୋତା ମାଡ଼, ଭିଡିଓ ଭାଇରାଲ
ବିଜୟକାନ୍ତଙ୍କ ଶେଷ ଦର୍ଶନ ବେଳେ ଥାଲାପତି ବିଜୟଙ୍କ ଉପରକୁ ଜୋତା ମାଡ଼, ଭିଡିଓ ଭାଇରାଲ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ତଥା ଡିଏମଡିକେ ସଭାପତି ବିଜୟକାନ୍ତଙ୍କ ପରଲୋକ । ଡିଏମଡିକେ ମୁଖ୍ୟ କାର୍ଯ୍ୟାଳୟ ପରିସର ଚେନ୍ନାଇ ସ୍ଥିତ କୋୟାମବେଡୁରେ ପାର୍ଥିବ ଶରୀର ରଖାଯାଇଥିଲା । ଏହି ସମୟରେ ସମସ୍ତ ରାଜନେତା ଏବଂ ସେଲିବ୍ରିଟି ଅଭିନେତାଙ୍କ ଶେଷ ଦର୍ଶନ କରିଛନ୍ତି । ତେବେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଥାଲାପତି ବିଜୟ ଅଭିନେତାଙ୍କ ଶେଷ ଦର୍ଶନ କରିବାକୁ ଆସିଥିବା ବେଳେ ତାଙ୍କ ଉପରକୁ ଜୋତା ମାଡ଼ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଥାଲାପତି ବିଜୟ ବିଜୟକାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି । ଏହି ସମୟରେ ସେ ବେଶ ଦୁଋଖିତ ଥିବା ନଜର ଆସିଛନ୍ତି । ସେ ସେଠାରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଞ୍ଚିଥିବା ବେଳେ ପଛପଟୁ କେହି ଜଣେ ତାଙ୍କ ଉପରକୁ ଜୋତା ଫୋପାଡିଥିବା ଦେଖିବାକୁ ମିଳିଛି । ସେହି ଜୋତାଟି ବିଜୟଙ୍କ ମୁଣ୍ଡକୁ ବାଜିଥିଲା । ସୂଚନା ଥାଉ କି, ଗତକାଲି ରାତିରେ ଥାଲାପତି ବିଜୟ ବିଜୟକାନ୍ତଙ୍କ ଶେଷଦର୍ଶନ କରିଥିବା ବେଳେ ଏଭଳି ଘଟଣା ଘଟିଛି ।

ସୂଚନା ଥାଉ କି, କ୍ୟାପଟେନ ବିଜୟକାନ୍ତ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୮ (ଗୁରୁବାର) ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନେତା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଡାକ୍ତରଖାନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନିମୋନିଆ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଶେଷରେ ବିଜୟକାନ୍ତ ଆଖି ବୁଜିଥିଲେ । ଆଜି ଅଭିନେତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ଏହା ମଧ୍ୟ ପଢନ୍ତୁ: ବିଜୟକାନ୍ତଙ୍କ ନିଧନ; ଶୋକବ୍ୟକ୍ତ କଲେ ବଲିଉଡରୁ ସାଉଥ ସେଲିବ୍ରିଟି

ଏହି ଭିଡିଓ ବେଶ ଭାଇରାଲ ହେଉଥିବା ବେଳେ ଲୋକେ ଚପଲ ଫିଙ୍ଗୁଥିବା ଲୋକ ଉପରେ ଖୁବ ବର୍ଷିଛନ୍ତି ଏବଂ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି । ସୂଚନା ଥାଉ କି, ବିଜୟକାନ୍ତ ନିଜ କ୍ୟାରିଅରରେ ୧୫୦ରୁ ଅଧିକ ଫିଲ୍ମରେ କାମ କରି ଦର୍ଶକଙ୍କ ମନ ଜିତିଛନ୍ତି । ସେ ବିଜୟ ଥାଲାପତିଙ୍କ ସହ ମଧ୍ୟ ଅନେକ ଫିଲ୍ମ କରିଛନ୍ତି । ବିଜୟକାନ୍ତ ଫିଲ୍ମ ସେନ୍ଥୁରାପଡି ରେ ବିଜୟଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ । ଏହା ପୂର୍ବରୁ ବିଜୟକାନ୍ତ ବିଜୟଙ୍କ ବାପା ଏସଏ ଚନ୍ଦ୍ରଶେଖରଙ୍କ ୧୭ଟି ଫିଲ୍ମରେ କାମ କରିଛନ୍ତି । ତେବେ ଶେଷଥର ପାଇଁ ବିଜୟଙ୍କୁ ଲିଓରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.