ETV Bharat / snippets

ଚାରିଆଡୁ ଘେରିଲା ଚୀନ ଫାଇଟର ଜେଟ୍, ମିଶାଇଲ୍ ଡିଫିନ୍ସ ସିଷ୍ଟମ ଆକ୍ଟିଭ୍ କଲା ତାଇଓ୍ବାନ

author img

By ETV Bharat Odisha Team

Published : May 24, 2024, 1:13 PM IST

Taiwan
Taiwan (ETV Bharat Odisha)

ତାଇପେଇ: ତାଇଓ୍ବାନ ଚାରିପଟେ ଦୁଇ ଦିନ ଧରି ଚୀନ ସମରାଭ୍ୟାସ ଜାରି ରଖିଛି । ଏହାକୁ ନେଇ ତାଇଓ୍ବାନରେ ଅବସ୍ଥାପିତ ଆମେରିକା ସ୍ପେଶାଲ ଫୋର୍ସ ହାଇ ଆଲର୍ଟରେ ରହିଛି। ତାଇଓ୍ବାନ ମଧ୍ୟ ଏହାର ମୁକାବିଲା ପାଇଁ ସମୁଦ୍ର ତଟରେ ସୁପରସୋନିକ ଆଣ୍ଟି-ସିପ ମିଶାଇଲ HF-3 ମୁତୟନ କରିଛି।

ସୂଚନାଯୋଗ୍ୟ, ତାଇଓ୍ୱାନର ନୂତନ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ-ତେ ଶପଥ ଗ୍ରହଣ କରିବାର ତିନି ଦିନ ପରେ ଚୀନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ନୂତନ ରାଷ୍ଟ୍ରପତି ଚୀନ ବିରୋଧି ନେତା ହୋଇଥିବା ବେଳେ ତାଙ୍କୁ ନିର୍ବାଚିତ ନ କରାଇବା ପାଇଁ ତାଇଓ୍ବାନ ନାଗରିକଙ୍କୁ ଚୀନ ଚେତାବନୀ ଦେଇଥିଲା । ହେଲେ ଲାଇ ଚିଙ୍ଗ-ତେ ବିଜୟ ହୋଇଥିଲେ । ଏନେଇ ଚୀନ ପକ୍ଷରୁ କୁହାଯାଇଥିଲା, 'ତାଇଓ୍ବାନ ନାଗରିକଙ୍କ କାର୍ଯ୍ୟକଳାପ ଯୋଗୁଁ ତାଙ୍କ ଶକ୍ତ ଦଣ୍ଡ ମିଳିବ' । ଏହାପରେ ତାଇଓ୍ବାନ ଚାରିପଟେ ମିଳିତ ସମରାଭ୍ୟାସ ଆରମ୍ଭ କରିଛି ଚୀନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.