ETV Bharat / entertainment

ଦୁବାଇ କନସର୍ଟରେ ମାହିରା ଖାନଙ୍କୁ କ୍ଷମା ମାଗିଲେ ଅରିଜିତ ସିଂ; ଜାଣନ୍ତୁ କାହିଁକି ? - Arijit Singh Apologies Mahira Khan

author img

By ETV Bharat Odisha Team

Published : Apr 29, 2024, 10:40 AM IST

ଦୁବାଇ କନସର୍ଟରେ ମାହିରା ଖାନଙ୍କୁ କ୍ଷମା ମାଗିଲେ ଅରିଜିତ ସିଂ
ଦୁବାଇ କନସର୍ଟରେ ମାହିରା ଖାନଙ୍କୁ କ୍ଷମା ମାଗିଲେ ଅରିଜିତ ସିଂ

Arijit Singh Apologies Mahira Khan: ଲୋକପ୍ରିୟ ଗାୟକ ଅରିଜିତ ସିଂଙ୍କ କନସର୍ଟ ଦୁବାଇରେ ଆୟୋଜିତ ହୋଇଥିଲା । ଏହି ଅବସରରେ ପାକିସ୍ତାନ ଅଭିନେତ୍ରୀ ମାହିରା ଖାନ ମଧ୍ୟ ଯୋଗ ଦେଇଥିଲେ । ଏହି ସମୟରେ ମାହିରାଙ୍କୁ କ୍ଷମା ମାଗିଥିଲେ ଅରିଜିତ । ତେବେ କାହିଁକି? ଜାଣନ୍ତୁ,

ହାଇଦ୍ରାବାଦ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ୨୦୧୭ ମସିହାରେ ଶାହାରୁଖ ଖାନଙ୍କ ବିପକ୍ଷରେ 'ରଇଜ' ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ । ମାହିରା କେବଳ ଏହି ଗୋଟିଏ ଚଳଚ୍ଚିତ୍ର ସହ ଭାରତୀୟ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମାହିରା । ନିକଟରେ ସେ ଦୁବାଇରେ ବଲିଉଡ ଗାୟକ ଅରିଜିତ ସିଂଙ୍କ ସଂଗୀତ କନସର୍ଟ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ସମୟରେ ଅରିଜିତ ସିଂ ମାହିରାଙ୍କୁ ଚିହ୍ନିପାରିନଥିଲେ ଯେଉଁଥିପାଇଁ ସେ ଅଭିନେତୀଙ୍କୁ କ୍ଷମା ମାଗିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଦୁବାଇରେ ଆୟୋଜିତ କନସର୍ଟରେ ଅରିଜିତ ସିଂ ମାହିରା ଖାନଙ୍କ ବଲିଉଡ ଡେବ୍ୟୁ ଚଳଚ୍ଚିତ୍ରର ସୁପରହିଟ୍ ଗୀତ 'ଜାଲିମା' ଗାଇଥିଲେ । ଏହି ସମୟରେ ଅରିଜିତ ସିଂ ଦର୍ଶକଙ୍କୁ ମାହିରା ଖାନଙ୍କ ସହ ପରିଚିତ କରାନ୍ତି । ସେ କୁହନ୍ତି, 'ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବ, ମୁଁ ଯାହା ଖୁଲାସା କରିବି? ସେ କ୍ୟାମେରା ପର୍ସନକୁ ମାହିରାଙ୍କୁ ଦେଖାଇବାକୁ କୁହନ୍ତି । ଏହା ପରେ ସେ କୁହନ୍ତି, ମୁଁ ଏହି ବ୍ୟକ୍ତିଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଥିଲି, ତା'ପରେ ମୋର ମନେ ପଡିଗଲା ଯେ ମୁଁ ତାଙ୍କ ପାଇଁ ଏକ ଗୀତ ଗାଇଥିଲି । 'ସାଥୀଗଣ, ମାହିରା ଖାନ ମୋ ସାମ୍ନାରେ ବସିଛନ୍ତି ଏବଂ ମୁଁ ତାଙ୍କ ଗୀତ 'ଜାଲିମା' ଗାଉଥିଲି । ଏହା ତାଙ୍କର ଗୀତ ଏବଂ ସେ ମଧ୍ୟ ଠିଆ ହୋଇ ଗୀତ ଗାଉଥିଲେ , ହେଲେ ମୁଁ ତାଙ୍କୁ ଚିହ୍ନିପାରିଲି ନାହିଁ । ମୋତେ କ୍ଷମା କରିଦେବେ ମାହିରା । ଏଠାରେ ସାମିଲ ହେବା ପାଇଁ ମୁଁ ବହୁତ କୃତଜ୍ଞ ।

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ବିବାହ କଲେ ଅଭିନେତ୍ରୀ ମାହିରା ଖାନ, ପ୍ରେମିକଙ୍କୁ କଲେ ଜୀବନସାଥୀ

କହିରଖୁଛୁ କି, ମାହିଲା 'ରଇଜ' ଫିଲ୍ମରେ ପ୍ରଥମ ଥର ପାଇଁ ଶାହାରୁଖଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମରେ ଉଭୟଙ୍କ ଯୋଡିକୁ ବେଶ ପସନ୍ଦ କରାଯାଇଥିଲା । ଏହା ପରେ ସେ ଅନେକ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । ବ୍ୟକ୍ତିଗତ ଜୀବନୀ ବିଷୟରେ କହିବାକୁ ଗଲେ, 38 ବର୍ଷୀୟା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ 2007 ମସିହାରେ ପାକିସ୍ତାନୀ ଅଭିନେତା ତଥା ନିର୍ଦ୍ଦେଶକ ଅଲି ଅସକରୀଙ୍କୁ ବିବାହ କରିଥିଲେ କିନ୍ତୁ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଲା । 2015ରେ ମାହିରା ଅଲିଙ୍କ ଠାରୁ ଛାଡପତ୍ର ନେଇଥିଲେ । ଉଭୟଙ୍କର ଏକ ପୁଅ ଅଛି, ଯିଏ 2009ରେ ଜନ୍ମ ହୋଇଥିଲେ । ୨୦୨୩ ମସିହାରେ ମାହିରା ତାଙ୍କର ଦୀର୍ଘ ଦିନର ପ୍ରେମିକ ସଲିମ କରିମଙ୍କୁ ବିବାହ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲାଇଭ୍ କନସର୍ଟ ସମୟରେ ଅରିଜିତ ଆହତ, ଏପରି ଆଚରଣ କଲେ ଫ୍ୟାନ୍ସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.