ETV Bharat / entertainment

ଦ୍ବିତୀୟ ବିବାହ କଲେ ଅଭିନେତ୍ରୀ ମାହିରା ଖାନ, ପ୍ରେମିକଙ୍କୁ କଲେ ଜୀବନସାଥୀ

author img

By ETV Bharat Odisha Team

Published : Oct 2, 2023, 8:22 AM IST

ଅଭିନେତ୍ରୀ ମାହିରା ଖାନ
ଅଭିନେତ୍ରୀ ମାହିରା ଖାନ

ବିବାହ ବନ୍ଧନରେ ଆବଦ୍ଧ ହେଲେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ । ଅଭିନେତ୍ରୀ ତାଙ୍କର ସର୍ବୋତ୍ତମ ବନ୍ଧୁ ତଥା ପ୍ରେମିକ ସଲିମଙ୍କୁ ଜୀବନସାଥୀ କରିଛନ୍ତି । ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଶାହାରୁଖଙ୍କ ଅନସ୍କ୍ରିନ୍‌ ପତ୍ନୀ । ଫିଲ୍ମ 'ରଇଜ୍‌'ରେ ଶାହାରୁଖଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ଦ୍ୱିତୀୟ ବିବାହ କରିଛନ୍ତି । ମାହିରା ତାଙ୍କର ସର୍ବୋତ୍ତମ ବନ୍ଧୁ ତଥା ପ୍ରେମିକ ସଲିମଙ୍କୁ ତାଙ୍କର ଜୀବନସାଥୀ କରିଛନ୍ତି । ମାହିରାଙ୍କ ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନୀଳ ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ରାହୁଲ ଢୋଲକିଆଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ଫିଲ୍ମ 'ରଇଜ୍‌' 2017ରେ ମୁକ୍ତିଲାଭ କରିଥିଲା । ମାହିରା ପ୍ରଥମ ଥର ପାଇଁ ଏହି ଫିଲ୍ମ ମାଧ୍ୟମରେ ଶାହାରୁଖଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଶାହାରୁଖଙ୍କ ପତ୍ନୀ 'ଆସିଆ'ର ଭୂମିକାରେ ଅଭିନୟ କରିଥିଲେ । ଉଭୟଙ୍କ ଯୋଡ଼ିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ କିନ୍ତୁ ଫିଲ୍ମଟି ବଡ଼ ପରଦାରେ ଏତେ କମାଲ କରିପାରିନଥିଲା । ଏବେ ମାହିରା ଖାନ ପୁଣିଥରେ ଦ୍ୱିତୀୟ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି ଏବଂ ତାଙ୍କ ବିବାହର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ମହିରା ଖାନ ତାଙ୍କ ବିବାହ ପାଇଁ ଏକ ଆକାଶୀ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଏହି ଲେହେଙ୍ଗାରେ ମାହିରା ବହୁତ ସୁନ୍ଦର ଦେଖାଯାଉଛନ୍ତି । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ବର ସଲିମଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳୁଛି, ଯେତେବେଳେ ମାହିରା ମୁଣ୍ଡରେ ଓଢଣା ଦେଇ ସଲିମଙ୍କ ଆଡକୁ ଯାଉଛନ୍ତି, ସେତେବେଳେ ସେ ଭାବୁକ ହୋଇଯାଆନ୍ତି । ମାହିରାଙ୍କୁ ଦେଖି ସଲିମ ନିଜ ଲୁହକୁ ଆଉ ରୋକିପାରିନଥିଲେ । ଏହାପରେ ଦୁହେଁ ଭାବପ୍ରବଣ ହୋଇ ପରସ୍ପରକୁ ଆଲିଙ୍ଗନ କରନ୍ତି । ମାହିରାଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ତାଙ୍କ ନୂତନ ଜୀବନର ଆରମ୍ଭକୁ ନେଇ ବହୁତ ଖୁସିଥିବାବେଳେ ନବ ବିବାହିତ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଲିମ ପାକିସ୍ତାନୀ ଷ୍ଟାର୍ଟଅପ୍ ସିମ୍ପୈସାର ସିଇଓ ଅଟନ୍ତି । ଏହି ନେଟୱାର୍କ କ୍ୟାରିଅର୍ ୱିଲିଂ କମ୍ପାନୀ ସିମ୍ପୈସା କରାଚିରେ ଅଛି । ଏହା ବ୍ୟତୀତ ସଲିମ ଜଣେ ଡିଜେ ମଧ୍ୟ । ମାହିରା ଏବଂ ସଲିମ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ: ବିବାହ କରିବେ ଶାହାରୁଖଙ୍କ ସହ ଅଭିନେତ୍ରୀ, ପ୍ରେମିକଙ୍କୁ କରିବେ ଜୀବନସାଥୀ !

ଉଲ୍ଲେଖନୀୟ ଯେ, 38 ବର୍ଷୀୟା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ 2007 ମସିହାରେ ପାକିସ୍ତାନୀ ଅଭିନେତା ତଥା ନିର୍ଦ୍ଦେଶକ ଅଲି ଅସକରୀଙ୍କୁ ବିବାହ କରିଥିଲେ କିନ୍ତୁ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଲା । 2015ରେ ମାହିରା ଅଲିଙ୍କ ଠାରୁ ଛାଡପତ୍ର ନେଇଥିଲେ । ଉଭୟଙ୍କର ଏକ ପୁଅ ଅଛି, ଯିଏ 2009ରେ ଜନ୍ମ ହୋଇଥିଲେ । ବର୍ତ୍ତମାନ ମାହିରା ତାଙ୍କର ଦୀର୍ଘ ଦିନର ପ୍ରେମିକ ସଲିମ କରିମଙ୍କୁ ବିବାହ କରିଛନ୍ତି । 2019 ମସିହାରେ, ସଲିମ ଏବଂ ମାହିରାଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.