ETV Bharat / bharat

‘ଏଥର 370 ପାର ସହ ମୋଦିଜୀଙ୍କ ନେତୃତ୍ବରେ ହ୍ୟାଟ୍ରିକ ବିଜୟ, ବୁଥସ୍ତରରେ କରିବାକୁ ହେବ ପରିଶ୍ରମ ’

author img

By ETV Bharat Odisha Team

Published : Feb 17, 2024, 10:28 PM IST

‘ଏଥର 370 ପାର କରିବାକୁ ପଡିବ, ମୋଦିଜୀଙ୍କ ନେତୃତ୍ବରେ ବିଜେପି ହ୍ୟାଟ୍ରିକ ମାରିବ’
‘ଏଥର 370 ପାର କରିବାକୁ ପଡିବ, ମୋଦିଜୀଙ୍କ ନେତୃତ୍ବରେ ବିଜେପି ହ୍ୟାଟ୍ରିକ ମାରିବ’

BJP National conference: ଦୁଇଦିନିଆ ରାଷ୍ଟ୍ରୀୟ ଅଧିବେଶନରେ କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ ଦେଲେ ନଡ୍ଡା । କହିଲେ 370 ଆସନ ସହ ମୋଦିଙ୍କ ନେତୃତ୍ବରେ ହ୍ୟାଟ୍ରିକ ଶାସନ । ବୁଥସ୍ତରରେ କରିବାକୁ ପଡିବ ପରିଶ୍ରମ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ତମାମ ବିଜେପି ହେଭିଓ୍ବେଟଙ୍କ ସମେତ ଜାତୀୟ ଓ ପ୍ରାଦେଶିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଛନ୍ତି । ଆଜି ଉଦଘାଟନୀ ଦିସବରେ ଅଧିବେଶନକୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସମ୍ବୋଧିତ କରିଛନ୍ତି । ଚଳିତ ଥର ଭାରତୀୟ ଜନତା ପାର୍ଟି 370 ଲୋକସଭା ଆସନ ଜିତିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦଳ କେନ୍ଦ୍ରରେ ହ୍ୟାଟ୍ରିକ କ୍ଷମତା ହାସଲ କରିବାକୁ ଯାଉଛି । ଏହି ଭିଜନ ନେଇ ଦଳୀୟ କାର୍ଯ୍ୟକର୍ତ୍ତାମାନେ ବୁଥସ୍ତରରେ ସମସ୍ତ ଶକ୍ତି ଲଗାଇ ପରିଶ୍ରମ କରିବା ଉଚିତ । କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ନିକଟକୁ ଯିବା ଉଚିତ ବୋଲି ନଡ୍ଡା କହିଛନ୍ତି ।

ନଡ୍ଡା କହିଛନ୍ତି, ‘‘ମୋଦିଙ୍କ ନେତୃତ୍ବରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ଏହ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଭରିଛି । ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କର ମଧ୍ୟ ଉତ୍ସାହ ବୃଦ୍ଧି ପାଇଛି । ହେଲେ ନିର୍ବାଚନରେ 370 ଆସନ ଜିତିବା ପାଇଁ ପରିଶ୍ରମ ଜରୁରୀ । ଭାରତୀୟ ଜନତା ପାର୍ଟି ଏକାକୀ 370 ଆସନ ଜିତିବା ସହ ଏନଡିଏ ମେଣ୍ଟର ସହଯୋଗୀ ଦଳଙ୍କ ସଂଖ୍ୟା ମିଶାଇ ସାଂସଦଙ୍କ ସଂଖ୍ୟା 400 ପାର କରିବ । ଏଥିପାଇଁ ପ୍ରତ୍ୟେକ ବୁଥରେ କଠିନ ପରିଶ୍ରମ ଆବଶ୍ୟକ । ଆମକୁ ପୁରା ଶକ୍ତି ସହ ନିର୍ବାଚନ ଲଢିବାକୁ ପଡିବ । ଆମେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କେନ୍ଦ୍ରରେ 3 ଥର ଜିତି ହ୍ୟାଟ୍ରିକ କରିବାକୁ ଯାଉଛନ୍ତି । ଏହା ଭାରତ ଇତିହାସରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ।’’

ଦୁଇଦିନିଆ ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ଆଜି ପାର୍ଟି ମୁଖ୍ୟ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ର ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଅଭିଭାଷଣ ରଖିଛନ୍ତି । ଗତକାଲି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ :- ଗ୍ରୁପ ଲୋନ ନେଇ ମା’ ଫେରାର, 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !


ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଚଳିତ ବଜେଟ ଅଧିବେଶରେ ସଂସଦକୁ ସମ୍ବୋଧିତ କରିବା ବେଳେ ଏହି ସଂଖ୍ୟା ନେଇ ଆତ୍ମବିଶ୍ବାସ ପ୍ରକାଶ କରିଥିଲେ । ଭାରତୀୟ ଜନତା ପାର୍ଟି ଏଥର ଏକାକୀ 370 ଆସନ ଓ ଏନଡିଏ ମେଣ୍ଟ ସହଯୋଗୀ ଦଳଙ୍କ ସହ ସଂଖ୍ୟା 400 ପାର କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏପ୍ରେଲ- ମେ’ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । 2014 ଓ 2019 ସାଧାରଣ ନିର୍ବାଚନରେ ବିଜେପି ଏକକ ବହୁମତ ହାସଲ କରିଥିବା ବେଳେ ଏଥର (2024) ରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଦେଶ ରାଜନୈତିକ ଇତିହାସରେ ନୂଆ ପୃଷ୍ଠା ଯୋଡିବାକୁ ପ୍ରୟାସ ଆରମ୍ଭ କରିଛି ଦଳ । କେନ୍ଦ୍ରରେ କ୍ରମାଗତ ପୂର୍ଣ୍ଣବହୁମତରେ ହ୍ୟାଟ୍ରିକ ସରକାର ଗଠନ କରିବାକୁ ଦଳ ଲକ୍ଷ ରଖିଛି । ଏନେଇ ନିର୍ବାଚନୀ ରଣନୀତି ସହ କାମ ମଧ୍ୟ ଆରମ୍ଭ କରିସାରିଲାଣି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.