ETV Bharat / bharat

ଗ୍ରୁପ ଲୋନ ନେଇ ମା’ ଫେରାର, 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !

author img

By ETV Bharat Odisha Team

Published : Feb 17, 2024, 9:42 PM IST

Father Burns Three Children Alive: ଗ୍ରୁପ ଲୋନ ନେଇ ଫେରାର ମହିଳା । 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ଉଦ୍ୟମ କଲା ସ୍ବାମୀ । 3 ଶିଶୁ ମୃତ । ଗୁରୁତର ଅଭିଯୁକ୍ତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଗ୍ରୁପ ଲୋନ ନେଇ ମା’ ଫେରାର, 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !
ଗ୍ରୁପ ଲୋନ ନେଇ ମା’ ଫେରାର, 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !

ପାଟନା: ଗ୍ରୁପ ଲୋନରୁ ସାଙ୍ଘାତିକ କାଣ୍ଡ । ଗ୍ରାମରେ ଗୋଷ୍ଠୀରୁ ଲୋନ ନେଇ ଫେରାର ହୋଇଯାଇଥିଲା ମା’ । ଲୋନ ସୁଝିବା ପାଇଁ ବାପା ଉପରେ ପଡୁଥିଲା ଚାପ । ଏହି କାରଣରୁ ସୈତାନ ସାଜିଲା ବାପା । ନିଜର ତିନି ଶିଶୁଙ୍କୁ ନିଆଁ ଲଗାଇ ହତ୍ୟା କରିବା ପରେ ନିଜେ ଜୀବନ ହାରିବାକୁ ଉଦ୍ୟମ କଲା । ଘଟଣାସ୍ଥଳରେ 3 ଶିଶୁଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅଭିଯୁକ୍ତ ଯୁବକ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିହାରର କାଟିହାର ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ମୃତ 3 ଶିଶୁଙ୍କ ବୟସ 8 ରୁ 12 ବର୍ଷ ମଧ୍ୟରେ ରହିଛି । ଏଥିରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି । ପୋଲିସ ସମସ୍ତ 3 ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରି ତଦନ୍ତ ମଧ୍ୟ ଆରମ୍ଭ ।

ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତର ପତ୍ନୀ ଗ୍ରାମର କୌଣସି ଗ୍ରୁପ କିମିଟିରୁ କିଛି ଟଙ୍କା ଋଣ ଆଣିଥିଲେ । କିଛି ଦିନ ପରେ ମହିଳା ଜଣକ ଫେରାର ହୋଇଯାଇଥିଲେ । ତାଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡିନି । ପତ୍ନୀ ଫେରାର ହେବା ପରେ ଋଣ ଟଙ୍କା ପରିଶୋଧ କରିବା ପାଇଁ ଅଭିଯୁକ୍ତ ଉପରେ ବାରମ୍ବାର ଚାପ ପଡୁଥିଲା । ଏହି କାରଣରୁ ସେ ଗତ କିଛି ଦିନ ହେବ ଚିନ୍ତାଗ୍ରସ୍ତ ଥିଲା । ଗତକାଲି ରାତିରେ ସେ ବିଚଳିତ ଏହି ଚରମ ପଦକ୍ଷେପ ନେଇଥିଲା । ପ୍ରଥମେ ଜଣେ ନାବାଳିକା ସହ ନିଜର ତିନି ସନ୍ତାନଙ୍କୁ ହତ୍ୟା କରି ନିଜେ ଜୀବନ କରିବା ପାଇଁ ସ୍ଥିର କରିଥିଲା ।

ଏହା ମଧ୍ୟ ପଢନ୍ତୁ :- କ୍ରେଜିୱାଲଙ୍କ ଦମ୍ଭୋକ୍ତି: 2024 ରେ ନହେଲେ 2029ରେ ଦେଶକୁ ବିଜେପି ମୁକ୍ତ କରିବ ଆପ

ପିଲାମାନେ ଶୋଇଥିବା ବେଳେ ସେମାନଙ୍କ ଦେହେରେ ନିଆଁ ଲଗାଇ ଦେଇଥିଲା । ପରେ ସେ ଜୀବନ ହାରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲା । ପିଲାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଧାଇଁ ଆସିଥିଲେ । ହେଲେ ପିଲାମାନଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା । 3 ଜଣ ଶିଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଛି । ଅଭିଯୁକ୍ତକୁ ମଧ୍ୟ ହସ୍ପିଟାଲରେ କଷ୍ଟଡିରେ ରଖିଛି ପୋଲିସ । ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଗିରଫ ହେବ । ଗ୍ରାମବାସୀଙ୍କ ଠାରୁ ଲୋନ କାରବାର ସମ୍ପର୍କରେ ପୋଲିସ ସୂଚନା ସଂଗ୍ରହ କରିବା ସହ ସେହିଦିଗକୁ ମଧ୍ୟ ତଦନ୍ତରେ ସାମିଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.