ETV Bharat / bharat

କ୍ରିକେଟର କୋହଲି ମୋର ପ୍ରେରଣା: ମହିଳା IAS ଟପ୍ପର ଅନନ୍ୟା - IAS ANANYA ON KOHLI

author img

By ETV Bharat Odisha Team

Published : Apr 18, 2024, 1:56 PM IST

Ananya Reddy
Ananya Reddy

Ananya Reddy says on Virat Kohli: ବିରାଟ କୋହଲିଙ୍କୁ ପ୍ରେରଣା ଭାବେ ମାନନ୍ତି ୟୁପିଏସସି ତୃତୀୟ ରାଙ୍କରେ ଥିବା ଅନନ୍ୟା ରେଡ୍ଡି । ପରୀକ୍ଷା ପାଇଁ ଦିନକୁ 12 ଘଣ୍ଟା କରୁଥିଲେ ପରିଶ୍ରମ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ୟୁପିଏସସି-2023ର ପରୀକ୍ଷା ଫଳ ପ୍ରକାଶ ପାଇଛି । ତୃତୀୟ ସ୍ଥାନରେ ରହିଛନ୍ତି ତେଲେଙ୍ଗାନା ମେହବୁବନଗରର ଝିଅ ଦୋନୁରୁ ଅନନ୍ୟା ରେଡ୍ଡି । ପ୍ରଥମ ଥର ପାଇଁ ୟୁପିଏସସି ପରୀକ୍ଷା ଦେଇ ସେ କୃତକାର୍ଯ୍ୟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କ୍ରିକେଟ ଦେଖିବାକୁ ଭଲ ପାଆନ୍ତି ଓ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ତାଙ୍କର ଆଦର୍ଶ ଓ ପ୍ରେରଣାର ଉତ୍ସ ମାନନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି ।

ବିରାଟ କୋହଲି ମୋର ପ୍ରେରଣା: ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ''ଚାପରୁ ମୁକ୍ତି ପାଇଁ ମୁଁ କ୍ରିକେଟ ଦେଖେ ଓ ନୋଭେଲ ପଢେ । ସତ କହିବାକୁ ଗଲେ ବିରାଟ କୋହଲି କଠିନ ସମୟରେ କିପରି ସଫଳତା ହାସଲ କରି ହେବ ତାହା ମୁଁ ବିରାଟ କୋହଲିଙ୍କ ଠାରୁ ପ୍ରେରଣା ପାଇଛି । ପିଲା ଦିନରୁ ଆଇଏଏସ ହେବାର ସ୍ବପ୍ନ ଦେଖିଥିଲି । ସମାଜର ସେବା କରିବାକୁ ମୋର ବହୁତ ଇଚ୍ଛା । ୟୁପିଏସସିରେ ତୃତୀୟ ସ୍ଥାନ ହାସଲ କରିବା ମୋ ପାଇଁ ଏକ ସ୍ବପ୍ନ ଅଟେ । ମୋତେ ସମର୍ଥନ କରିଥିବାରୁ ମୋର ବାପା , ମାଆ ଓ ପରିବାର ଲୋକଙ୍କୁ ଧନ୍ୟବାଦ । ମୁଁ ଏହାକୁ ଏକ ଦାୟିତ୍ବ ଭାବରେ ଦେଖୁଛି ଏବଂ ଆଗକୁ ମୋତେ ଯେଉଁ ବି ବିଭାଗ ଦିଆଯିବ ମୁଁ ସେଥିରେ କାମ କରିବି । ''

ଏହା ମଧ୍ୟ ପଢନ୍ତୁ-IAS ଟପ୍ପର ଆଦିତ୍ୟଙ୍କ କାହାଣୀ; ବିନା କୋଚିଂରେ ଆଇଏଏସ୍, ପିଲାଦିନରୁ ଲକ୍ଷ୍ୟ ଥିଲା - UPSC TOPPER ADITYA

ପରୀକ୍ଷା ପ୍ରସ୍ତୁତି ପୂର୍ବରୁ ନିଜର ଦୁର୍ବଳତା ଜାଣିବା ଉଚିତ: ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଅନନ୍ୟା ରେଡ୍ଡି କହିଛନ୍ତି, ''ୟୁପିଏସସି ପାଇଁ ପ୍ରଥମେ ମୁଁ ଯୋଜନା କରିଥିଲି । ଏହା ପୂର୍ବରୁ ମୁଁ ମୋର ଶକ୍ତି ଏବଂ ଦୁର୍ବଳତା କଣ ତାହା ବିଶ୍ଳେଷଣ କରିଥିଲି। କେଉଁ ବିଷୟରେ ମୁଁ ସୁଦୃଢ ଅଛି ଓ କେଉଁ ବିଷୟରେ ମୋତେ ଅଧିକ ପଢିବାକୁ ପଡିବ ତାହା ଜାଣିବାକୁ ଚେଷ୍ଟା କରିଥିଲି । ଏହାପରେ ପାଠ ପଢା ଆରମ୍ଭ କରିଥିଲି । ପରୀକ୍ଷା ପୂର୍ବରୁ ଏତେ ସମୟ ମୁଁ ପାଠ ପଢୁନଥିଲି । କିନ୍ତୁ ଯେତେବେଳେ ସମୟ ପାଖେଇ ଆସିଲା ମୁଁ ପାଠ ପଢିବାର ସମୟ ସ୍ଥିର କଲି । ଦିନକୁ ପ୍ରାୟ 12 ଘଣ୍ଟା ମୁଁ ପାଠ ପଢୁଥିଲି । ପରୀକ୍ଷା ପ୍ରସ୍ତୁତିରେ ସ୍ମାର୍ଟ ଓ୍ବାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଯେଉଁ ବି ବିଷୟ ଆପଣଙ୍କର ରହିଛି ସେ ବିଷୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.