ETV Bharat / bharat

IAS ଟପ୍ପର ଆଦିତ୍ୟଙ୍କ କାହାଣୀ; ବାପାଙ୍କୁ ଫୋନ କରି କହିଲେ 'ଆଶାଠାରୁ ଅଧିକ ମିଳିଲା' - UPSC TOPPER ADITYA

author img

By ETV Bharat Odisha Team

Published : Apr 18, 2024, 12:03 PM IST

Updated : Apr 18, 2024, 1:37 PM IST

ADITYA SRIVASTAVA
ADITYA SRIVASTAVA

UPSC Topper Aditya Srivastava: ୟୁପିଏସସିରେ ଟପ 5ରେ ଆସିବାକୁ ଆଶା ରଖିଥିଲେ ପରିବାର ଲୋକେ । କିନ୍ତୁ ଟପ୍ପର ହେଲେ ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ । ଅଧିକ ପଢନ୍ତୁ

ଟପ୍ପର ହେବା ପରେ ଭାବୁକ ହେଲେ ପରିବାର ଲୋକେ

ଲକ୍ଷ୍ନୌ: ପ୍ରକାଶ ପାଇଛି ୟୁପିଏସସି-2023ର ପରୀକ୍ଷା ଫଳ । ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ । ଏନେଇ ଆଦିତ୍ୟଙ୍କ ପରିବାରରେ ଖୁସିରେ ଲହରି ଖେଳିଯାଇଛି । ଟପ୍ପର ହେବା ପରେ ପ୍ରଥମେ ସେ ତାଙ୍କ ବାପାଙ୍କୁ ଫେନ କରିଥିଲେ । 2022 ୟୁପିଏସି CSEରେ 236 ରାଙ୍କରେ ଥାଇ ଆଇପିଏସ ହୋଇଥିଲେ ମଧ୍ୟ ଏଥିରେ ସେ ଖୁସି ନଥିଲେ । ବର୍ତ୍ତମାନ ଆଇଏଏସ ପାଇଥିବାରୁ ତାଙ୍କ ବାପା ମାଆ ଓ ସେ ବେଶ ଖୁସି ପ୍ରକାଶ କରିଛନ୍ତି ।

ADITYA SRIVASTAVA
ADITYA SRIVASTAVA

ବାପାଙ୍କୁ ଫୋନ କରି କଣ କହିଥିଲେ ଆଦିତ୍ୟ? ଆଦିତ୍ୟ ଶ୍ରୀବାସ୍ତବଙ୍କ ବାପା ଅଜୟ ଶ୍ରୀବାସ୍ତବ କହିଛନ୍ତି, ''ଆଦିତ୍ୟଙ୍କ କଲ୍ ଆସିବାର 10 ମିନିଟ୍ ପୂର୍ବରୁ ମୁଁ ୱେବସାଇଟ୍ ଚେକ୍ କରିଥିଲି। ସେପର୍ଯ୍ୟନ୍ତ ଫଳାଫଳ ଆସି ନଥିଲା। ଏହା ପରେ ଆଦିତ୍ୟର ହ୍ବାଟ୍ସଆପର ଫୋନ ଆସିଥିଲା । ସେ କହିଥିଲା ବାପା କିଛି ଅଧିକ ହୋଇଗଲା । ମୁଁ ବୁଝି ନପାରିବାରୁ ସେ କହିଥିଲେ, ୟୁପିଏସସିରେ ମୁଁ ରାଙ୍କ 1ରେ ଅଛି । ଏହା ପରେ ଘରେ ଖୁସିର ଲହରୀ ଖେଳିଯାଇଥିଲା । ସେ ଶ୍ରେଷ୍ଠ 5ରେ ରହିବ ବୋଲି ଆଶା କରାଯାଉଥିଲା । କିନ୍ତୁ ପ୍ରଥମ ସ୍ଥାନ ଅଧିକାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ''

ADITYA SRIVASTAVA
ADITYA SRIVASTAVA

ଏହା ମଧ୍ୟ ପଢନ୍ତୁ-UPSC Result 2023: ଗୋଟିଏ କ୍ଲିକରେ ଜାଣନ୍ତୁ ପ୍ରଥମ 3 ଟପ୍ପରଙ୍କ ସମ୍ପର୍କରେ.. - UPSC Results 2023

ଟପ 5 ଭିତରେ ଆସିବା ଆଶା ଥିଲା : ଆଦିତ୍ୟ ଶ୍ରୀବାସ୍ତବଙ୍କ ମାଆ ଅଭୟ ଶ୍ରୀବାସ୍ତବ କହିଛନ୍ତି, ଆମେ ଆଶା କରିଥିଲୁ ଯେ ଆମ ପୁଅ IAS ହେବ। ଆଶା କରାଯାଉଥିଲା ଆଦିତ୍ୟ ଶ୍ରେଷ୍ଠ 5 ମଧ୍ୟରେ ରହିବ । କିନ୍ତୁ ଫଳାଫଳ ଆସିବା ପରେ ସେ ପ୍ରଥମ ସ୍ଥାନ ରହିଥିବା ଜଣାପଡିଥିଲା । ଆମେ ଏହା ଶୁଣିବା ପରେ ବିଶ୍ବାସ କରିପାରିଲୁ ନାହିଁ। ଆଦିତ୍ୟ ପିଲାଦିନରୁ ଭଳ ପାଠ ପଢୁଥିଲା। ସେ ଦଶମ ଏବଂ ଦ୍ୱାଦଶରେ ଶୀର୍ଷରେ ରହିଥିଲା । ଆଇଆଇଟି କାନପୁରରେ ଅଧ୍ୟୟନ ଶେଷ କରିବା ପରେ ସେ ସିଭିଲ ସର୍ଭିସ ପ୍ରତି ମନବଳାଇଥିଲା । କିନ୍ତୁ ଆଇଏସ ପାଇବା ପୂର୍ବରୁ ସେ ଆଇପିଏସ୍ ପାଇଁ ମନୋନୀତ ହୋଇଥିଲେ ।

ADITYA SRIVASTAVA
ADITYA SRIVASTAVA

ଆଇପିଏସ ହେବାରେ ଖୁସି ନଥିଲେ ଆଦିତ୍ୟ: ଆଦିତ୍ୟଙ୍କ ବାପା କହିଛନ୍ତି ଯେ, '' ଯେତେବେଳେ ଆଦିତ୍ୟ ୟୁପିଏସସିରେ 236 ରାଙ୍କ ପାଇଥିଲା, ସେତେବେଳେ ସେ ଖୁସି ନଥିଲେ। ଯଦିଓ ସେ ଆଇପିଏସ୍ ଟ୍ରେନିଂ ନେଉଥିଲା, କିନ୍ତୁ ଲକ୍ଷ୍ୟ ଥିଲା IAS ହେବା । ଏବେ ସେ ତା ସ୍ବପ୍ନ ପୂରଣ କରିଥିବାରୁ ବହୁତ ଖୁସି ଅଚି । ପରିବାର ଲୋକେ ମଧ୍ୟ ଖୁସି । ଆଇଆଇଟିରୁ ପାସ୍ ହେବା ପରେ ଆଦିତ୍ୟ ମଧ୍ୟ ଦେଢ ବର୍ଷ ପର୍ଯ୍ୟନ୍ତ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲା । '' ଆଦିତ୍ୟଙ୍କ ବାପା କେନ୍ଦ୍ରୀୟ ଅଡିଟ୍ ବିଭାଗରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ମାଆ ଜଣେ ଗୃହିଣୀ ଅଟନ୍ତି।

କାହାଠୁ ପ୍ରେରଣା ପାଇଥିଲେ ଆଦିତ୍ୟ ? ତାଙ୍କ ବାପା ଆହୁରି ମଧ୍ୟ କହିଛନ୍ତି, ''ପିଲାଟି ଦିନରୁ ଆଦିତ୍ୟର ସ୍ବପ୍ନ ଥିଲା ଆଇଏଏସ ହେବ । ତେଣୁ ଆମେ ତାକୁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେବାକୁ କହିଥିଲୁ । ମୋର ମାମୁଁ ଜଣେ ଆଇଏଏସ୍ ଅଧିକାରୀ ଥିଲେ। ଆଦିତ୍ୟ ତାଙ୍କଠାରୁ ପ୍ରେରଣା ପାଇଥିଲା । ଆଦିତ୍ୟ କଠିନ ପରିଶ୍ରମ କରିଥିବାରୁ ତାର ଫଳାଫଳ ତାକୁ ମିଳିଛି ।''

ଆଦିତ୍ୟଙ୍କ ସାନ ଭଉଣୀ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଛନ୍ତି: ଆଦିତ୍ୟଙ୍କର ଏକ ସାନ ଭଉଣୀ ମଧ୍ୟ ଅଛନ୍ତି । ତାଙ୍କର ସ୍ବପ୍ନ ସେ ବି ଆଇଏଏସ ହେବେ । ଯିଏ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଦିଲ୍ଲୀରେ ପ୍ରସ୍ତୁତ ହେଉଛନ୍ତି । ଆମେ ଆଶା କରୁଛୁ ଯେ ସେ ବି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ହେବ ବୋଲି ଅଜୟ ଶ୍ରୀବାସ୍ତବ କହିଛନ୍ତି ।

ଆଦିତ୍ୟଙ୍କ ରୁଚି: ପାଠ ପଢିବା ସାଙ୍ଗକୁ ଆଦିତ୍ୟଙ୍କୁ କ୍ରିକେଟ ଦେଖିବା, ଖେଳିବା ଓ ଗୀତ ଶୁଣିବାରେ ସେ ରୁଚି ରଖନ୍ତି । ଏତି ସହ ଆଦିତ୍ୟାଙ୍କ ଡାଇନେସର ସହିତ ଏକ ବିଶେଷ ସଂଯୋଗ ଅଛି । ଡାଇନେସର ବିଷୟରେ ସେ ଗବେଷଣା କରିବାକୁ ପସନ୍ଦ କରନ୍ତି । ସେ ଖାଲି ସମୟରେ ଡାଇନେସର ବିଷୟରେ ପଢାପଢି କରନ୍ତି ।

Last Updated :Apr 18, 2024, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.