ETV Bharat / bharat

ଅଶ୍ଳୀଳ ଭିଡିଓ ମାମଲା: ସୋସିଆଲ ମିଡିଆରେ ପକ୍ଷ ରଖିଲେ ପ୍ରଜ୍ଜ୍ବଳ ରେଭାନ୍ନା - Sexual Abuse Case

author img

By ETV Bharat Odisha Team

Published : May 1, 2024, 7:34 PM IST

Prajwal Revanna
Prajwal Revanna

Prajwal Revanna Obscene Video: ଅଶ୍ଳୀଳ ଭିଡିଓ ମାମଲାକୁ ନେଇ ବିବାଦ ଘେରରେ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନା । ଦେଶ ଛାଡ଼ି ଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ । ସେପଟ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଜ୍ଜ୍ବଳ ରେଭାନ୍ନା ।

ବେଙ୍ଗାଲୁରୁ: କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ନାଁରେ ଅଶ୍ଳୀଳ ଭିଡିଓ ମାମଲା । ପ୍ରଜ୍ଜ୍ବଳଙ୍କ ଦେଶ ଛାଡ଼ି ଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର । ସେ କହିଛନ୍ତି, "ପ୍ରଜ୍ଜ୍ବଳଙ୍କୁ ଖୁବଶୀଘ୍ର ବିଦେଶରୁ ଫେରାଇ ଆଣିବାକୁ ପ୍ରଚେଷ୍ଟା କରୁଛି ଏସଆଇଟି ।"ଏହାସହ ପ୍ରଜ୍ଜ୍ବଳଙ୍କ ଗିରଫଦାରୀ ପ୍ରସଙ୍ଗରେ ଗୃହମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ଅଚାନକ କାହାରିକୁ ଗିରଫ କରାଯାଏ ନାହିଁ । ଆବଶ୍ୟକୀୟ ସାକ୍ଷ୍ୟ ଓ ପ୍ରମାଣ ଆଧାର ଜରୁରୀ ।

ସେପଟେ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଜ୍ବଳ ରେଭାନ୍ନା । ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ (X)ରେ ନିଜ ପକ୍ଷ ରଖି ସେ ଲେଖିଛନ୍ତି, "ଜେରା ପାଇଁ ବର୍ତ୍ତମାନ ମୁଁ ଏବେ ବେଙ୍ଗାଲୁରୁରେ ଉପସ୍ଥିତ ନାହିଁ, ତେଣୁ ମୁଁ ମୋର ଓକିଲଙ୍କ ଜରିଆରେ ସିଆଇଡି ବେଙ୍ଗାଲୁରୁ ସହିତ ଯୋଗାଯୋଗ କରୁଛି । ସତ ଶୀଘ୍ର ସାମ୍ନାକୁ ଆସିବ ।" ସୂଚନା ଅନୁସାରେ, ଏହା ପୂର୍ବରୁ SIT ମଙ୍ଗଳବାର ଜେଡିଏସ ବିଧାୟକ ଏଚଡି ରେଭାନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନାଙ୍କୁ ନୋଟିସ ଜାରି କରିଥିଲା । ଉଭୟଙ୍କୁ ଏସଆଇଟି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି । ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ।

ଏହା ବି ପଢନ୍ତୁ...ଆପତ୍ତିଜନକ ଭିଡିଓ ମାମଲା, ପ୍ରଜ୍ଜଳ ରେବନ୍ନା JDSରୁ ନିଲମ୍ବିତ - Prajwal Revanna

ଏହା ବି ପଢନ୍ତୁ...ଅଶ୍ଳୀଳ ଭିଡିଓ ମାମଲା: କର୍ଣ୍ଣାଟକ ସରକାରଙ୍କୁ ଶାହଙ୍କ ଟାର୍ଗେଟ, ବେଟି ବଚାଓ କୁଆଡେ ଗଲା କହି ଘେରିଲେ ତେଜସ୍ବୀ - Amit Shah On Karnataka Sex Scandal

ସୂଚନା ଅନୁସାରେ, ପ୍ରଜ୍ଜ୍ବଳ ବର୍ତ୍ତମାନର ସାଂସଦ ଥିବାବେଳେ ଚଳିତ ନିର୍ବାଚନରେ ହାସନ ସଂସଦୀୟ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ହେଲେ ନିର୍ବାଚନର ଠିକ ପୂର୍ବରୁ ଏହି ଭିଡିଓ ଭାଇରାଲ ହେବା ପରେ ଜେଡିଏସ ଓ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ସେପଟେ ଏଭଳି ଭିଡିଓ ଭାଇରାଲ ପରେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ଜେଡିଏସ (JDS) । ଏନେଇ ଗତ ଏପ୍ରିଲ ୩୦ ତାରିଖରେ ଦଳର କୋର୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତଦନ୍ତ ଶେଷ ନହେବା ଯାଏଁ ତାଙ୍କୁ ନିଲମ୍ବିତ କରିଛି ଦଳ । ଲୋକସଭା ନିର୍ବାଚନ ସମୟରେ ପ୍ରଜ୍ଜ୍ବଳଙ୍କ ଏଭଳି ଆପତ୍ତିଜନକ ଭିଡିଓ ଭାଇରାଲ ହେବା ଦଳ ପାଇଁ ଚିନ୍ତା ବଢାଇଛି । ପ୍ରଜ୍ଜ୍ବଳ ବର୍ତ୍ତମାନ ବିବାଦୀୟ ହୋଇପଡିଥିବାବେଳେ ସେ ଆଜି ଏନେଇ ମୁହଁ ଖୋଲିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.