ETV Bharat / bharat

ଅଯୋଧ୍ୟାରେ ରାମଲାଲାଙ୍କ ମସ୍ତକରେ ଝଟକିଲା ସୂର୍ଯ୍ୟତିଳକ - Surya Tilak Of Lord Ram Lalla

author img

By ETV Bharat Odisha Team

Published : Apr 17, 2024, 1:14 PM IST

Updated : Apr 17, 2024, 1:21 PM IST

Surya Tilak Of Lord Ram Lalla
Surya Tilak Of Lord Ram Lalla

Surya Tilak Of Lord Ram Lalla: ଶ୍ରୀରାମଙ୍କ ମଥାରେ ଝଟକିଲା ସୂର୍ଯ୍ୟତିଳକ । ଦିବ୍ୟ ମୁହୁର୍ତ୍ତରେ ଦର୍ଶନ କଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

Surya Tilak Of Lord Ram Lalla

ଲକ୍ଷ୍ନୌ: ଆଜି ପବିତ୍ର ରାମ ନବମୀ । 500 ବର୍ଷର ଅପେକ୍ଷା ପରେ ରାମଙ୍କ ଜନ୍ମଭୂମୀରେ ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳିତ ହେଉଛି । ଏହି ଅବସରରେ ଦେଶ ଦେଖିଲା ଅପୂର୍ବ ଦୃଶ୍ୟ । ଗର୍ଭଗୃହରେ ମହାର୍ଘ୍ୟ ମୁହୁର୍ତ୍ତରେ ଦିବ୍ୟ ଦର୍ଶନ ଦେଲେ ରାମଲାଲା । ରାମ ନବମୀ ଅବସରରେ ବିଗ୍ରହଙ୍କର ଏହି ସୂର୍ଯ୍ୟତିଳକ କରାଯାଇଥିଲା । ରାମଲାଲାଙ୍କ ମସ୍ତଙ୍କରେ ଶୋଭା ପାଇଲା ସୂର୍ଯ୍ୟତିଳକ । ଏହି ସମୟରେ ଜୟ ଶ୍ରୀରାମ ଧ୍ବନିରେ ମନ୍ଦିର କମ୍ପି ଉଠୁଥିବା ବେଳେ ମହନ୍ତମାନେ ଶ୍ରୀରାମଙ୍କର ଆଳତୀ କରିଛନ୍ତି । ପ୍ରକାଶ ଥାଉକି, ରାମ ନବମୀ ଅବସରରେ ପ୍ରାତଃରୁ ପ୍ରଭୁ ରାମଙ୍କୁ ପ୍ରଥମେ କ୍ଷୀରରେ ସ୍ନାନ କରାଯାଇ ଅଳଙ୍କାରରେ ଆଭୂଷିତ କରାଯାଇଥିଲା ।

4ମିନିଟର ଅପୂର୍ବ ଦୃଶ୍ୟ: ମହାର୍ଘ୍ୟ ମୁହୁର୍ତ୍ତରେ ରାମଲାଲାଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ଭକ୍ତ । ସେହି ଅପୂର୍ବ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଣ୍ଟ, ଘଣ୍ଟା, ଶଙ୍ଖରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର । ତେବେ ସୂର୍ଯ୍ୟଙ୍କ ରଶ୍ମି ଏକ ସରଳରେଖାରେ ଆସି ରାମଲାଲାଙ୍କ ମସ୍ତକରେ ପଡିଲା ଭଳି ମନେ ହେଉଥିଲା । ହୀରା ଭଳି ଚମକି ଉଠିଥିଲା ରାମଲାଲାଙ୍କ ମସ୍ତକ । ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଅସଂଖ୍ୟ ଭିଡ ଦେଖିବାକୁ ମିଳିଥିଲା । ସୂର୍ଯ୍ୟତିଳକ ପରେ ଭଗବାନ ଶ୍ରୀରାମଙ୍କର ବିଶେଷ ଉପାସନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟଙ୍କ ରଶ୍ମିରେ ଝଲସିବେ ରାମଲାଲା, କିଭଳି ହେବ 'ସୂର୍ଯ୍ୟ ତିଳକ' - SURYA TILAK

କେମିତି ହେଲା ସୂର୍ଯ୍ୟ ତିଳକ: ଦ୍ବିପହର 12ଟା 16 ମିନିଟ ସମୟରେ ପ୍ରାୟ 4 ମିନିଟ ଧରି ମସ୍ତକରେ ଶୋଭା ପାଇଥିଲା । ତେବେ ଏହା ବିଶ୍ବର ପ୍ରଥମ ରାମ ମନ୍ଦିର, ଯେଉଁଠାରେ ମହାପ୍ରଭୁ ରାମଚନ୍ଦ୍ରଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟତିଳକ । ଅପ୍ଟି ମେକାନିକଲ ସିଷ୍ଟମରେ ସୂର୍ଯ୍ୟାଲୋକ ଗର୍ଭଗୃହକୁ ଆସିଥିଲା । ଏଥିପାଇଁ ତୃତୀୟ ମହଲାରେ ଏକ ବଡ ରିଫ୍ଲେକ୍ଟର ବକ୍ସ ଲଗାଯାଇଥିଲା । ପ୍ରଥମେ ଏହି ବକ୍ସରେ ସୂର୍ଯ୍ୟାଲୋକ ପଡ଼ିବା ପରେ ଏଠାରୁ ପିତ୍ତଳ ପାଇପ ଭିତରେ 2ଟି ଦର୍ପଣ ଏବଂ 3ଟି ଲେନ୍ସ ଦେଇ ଗର୍ଭଗୃହକୁ ଆସିଥିଲା । ତେବେ ପିତ୍ତଳ ପାଇପରେ ଲାଗିଥିବା ଦର୍ପଣରେ ପଡି 90 ଡିଗ୍ରୀରେ ପ୍ରତିଫଳିତ ହୋଇଥିଲା । ଗର୍ଭଗୃହର ଦର୍ପଣରେ ପଡ଼ିବା ପରେ ରାମଲାଲାଙ୍କ ମସ୍ତକରେ 75 ମିଲିଲିଟର ଗୋଲାକାର ତିଳକ ଲାଗିଲା ଭଳି ଦୃଶ୍ୟମାନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 17, 2024, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.