ETV Bharat / bharat

ସୂର୍ଯ୍ୟଙ୍କ ରଶ୍ମିରେ ଝଲସିବେ ରାମଲାଲା, କିଭଳି ହେବ 'ସୂର୍ଯ୍ୟ ତିଳକ' - SURYA TILAK

author img

By ETV Bharat Odisha Team

Published : Apr 17, 2024, 11:19 AM IST

'Surya Tilak' On Ram Navami
'Surya Tilak' On Ram Navami

Surya Tilak On Ram Navami : ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ରାମ ନବମୀ । ଆଜି ରାମ ଲାଲାଙ୍କ ସୂର୍ଯ୍ୟ ତିଳକ । ଜାଣନ୍ତୁ କିଭଳି ରାମଲାଲାଙ୍କ ମସ୍ତକରେ ପଡ଼ିବ ସୂର୍ଯ୍ୟକିରଣ ?

ଲକ୍ଷ୍ନୌ: ଆଜି ପବିତ୍ର ରାମ ନବମୀ । ଏନେଇ ଉତ୍ସବ ମୁଖର ସାରା ଦେଶ । କାରଣ ଶତାବ୍ଦୀ ପରେ ରାମ ଲାଲା ନିଜ ଜନ୍ମମାଟିକୁ ଫେରିଥିବା ବେଳେ ରାମ ନବମୀ ପାଳିତ ହେବ । ଚଳିତ ବର୍ଷ ଜାନୁୟାରୀ 22 ରେ ରାମ ମନ୍ଦିରର ଉଦଘାଟନ ଏବଂ ପ୍ରଭୁଙ୍କ ସ୍ଥାପନା ପରେ ଏହା ପ୍ରଥମ ଉତ୍ସବ ହେବ । ଆଜି ପାଇଁ ଅଯୋଧ୍ୟାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଲାଲାଙ୍କର ହେବ ସୂର୍ଯ୍ୟତିଳକ । ଦ୍ବିପହର 12ଟା 16 ମିନିଟ ସମୟରେ ପ୍ରାୟ 4 ମିନିଟ ଧରି ମସ୍ତକରେ ଶୋଭା ପାଇବ । ଭକ୍ତମାନେ ଏହି ଅପୂର୍ବ ଦର୍ଶନର ଶୋଭା ପାଇବେ । ତେବେ ଏହା ବିଶ୍ବର ପ୍ରଥମ ରାମ ମନ୍ଦିର ହେବ, ଯେଉଁଠାରେ ମହାପ୍ରଭୁ ରାମଚନ୍ଦ୍ରଙ୍କ ମସ୍ତକରେ ଶୋଭା ପାଇବ ସୂର୍ଯ୍ୟ ତିଳକ । ଏହି ସମୟରେ ରାମ ଜନ୍ମଭୂମି ପରିସର, ରୈମ କି ପେଡି, ରାମକୋଟ, ସରାୟୁ ତଟ ଏବଂ ରାମପଥ ସମେତ ବିଭିନ୍ନ ସ୍ଥାନରେ ହେଲିକପ୍ଟର ଯୋଗେ ଫୁଲ ବର୍ଷା ହେବ ।

ସୂର୍ଯ୍ୟ ତିଳକ ଏବଂ ଏହା ପଛର ବିଜ୍ଞାନ: ଆଜି ମଧ୍ୟାହ୍ନ 12ଟା 15 ସମୟରେ ସୂର୍ଯ୍ୟ କିରଣ ଗର୍ଭଗୃହରେ ରାମଲାଲାଙ୍କ ମସ୍ତକରେ ପଡିବ । ଏହି ନୀତିକୁ ସୂର୍ଯ୍ୟ ତିଳକ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମ ପରମ୍ପରା ଏବଂ ବିଜ୍ଞାନର ସୁସଙ୍ଗତ ମିଶ୍ରଣକୁ ଆଲୋକିତ କରିବ । ଏଥିପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ରୁରକି(IIT-R)ଙ୍କ ହାତରେ ଦାୟିତ୍ବ ଦିଆଯାଇଛି । ସେମାନେ ସୂର୍ଯ୍ୟ ତିଳକ ପାଇଁ ମେକାନିଜମ କରିଛନ୍ତି । ଅଦ୍ଭୁତ ଇଞ୍ଜିନିୟରିଂ ଦ୍ବାରା ରାମ ନବମୀର ଶୁଭ ଅବକାସରେ ରାମ ଲାଲାଙ୍କ କପାଳରେ ସୂର୍ଯ୍ୟ କିରଣ ସ୍ପଟିକ ରୂପେ ଶୋଭା ପାଇବ । ଏଥିପାଇଁ ଉଚ୍ଚ ଗୁଣାବତ୍ତା ଯୁକ୍ତ ଦର୍ପଣ ଏବଂ ଲେନ୍ସରେ ସୁସଜ୍ଜିତ ଗିୟରବାକ୍ସ ତିଆରି କରାଯାଇଛି । ଦୀର୍ଘସ୍ଥାୟୀ ପିତ୍ତଳ ଏବଂ କଂସ ସାମଗ୍ରୀରୁ ନିର୍ମିତ ତିଳକ ଉପକରଣ ଦିର୍ଘାୟୁ ହେବ ।

ଏହା ମଧ୍ୟ ପଢନ୍ତୁ: ମଣି ଭଳି ଚମକିଲା ରାମଲାଲାଙ୍କ ମସ୍ତକ, ରାମ ନବମୀରେ ଭକ୍ତ କରିବେ ଅପୂର୍ବ ଦର୍ଶନ - Ram Navami 2024

ଅପ୍ଟି ମେକାନିକଲ ସିଷ୍ଟମ କଣ ?

ଅପ୍ଟି ମେକାନିକଲ ସିଷ୍ଟମରେ ସୂର୍ଯ୍ଯାଲୋକ ଗର୍ଭଗୃହକୁ ଆସିବ । ଏଥିପାଇଁ ତୃତୀୟ ମହଲାରେ ଏକ ବଡ ରିଫ୍ଲେକ୍ଟର ବକ୍ସ ଲଗାଯାଇଛି । ପ୍ରଥମେ ଏହି ବକ୍ସରେ ସୂର୍ଯ୍ୟାଲୋକ ପଡ଼ିବା ପରେ ଏଠାରୁ ପିତ୍ତଳ ପାଇପ ଭିତରେ 2ଟି ଦର୍ପଣ ଏବଂ 3ଟି ଲେନ୍ସ ଦେଇ ଗର୍ଭଗୃହକୁ ଆସିବ । ପ୍ରାୟ 12ଟା ସମୟରେ ସୂର୍ଯ୍ୟ ମୁଣ୍ଡ ଉପରେ ରହିଥିବା ବେଳେ ଏହା ସମ୍ଭବ ହେବ । ତେବେ ପିତ୍ତଳ ପାଇପରେ ଲାଗିଥିବା ଦର୍ପଣରେ ପଡି 90 ଡିଗ୍ରୀରେ ପ୍ରତିଫଳିତ ହେବ । ଗର୍ଭଗୃହର ଦର୍ପଣରେ ପଡ଼ିବା ପରେ ରାମ ଲାଲାଙ୍କ ମସ୍ତକରେ 75 ମିଲିଲିଟର ଗୋଲାକାର ତିଳକ ଲାଗିଲା ଭଳି ମନେ ହେବ । ତେବେ ଏନେଇ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି, ଯେତେବେଳେ ରାମଲାଲା ପୃଥିବୀରେ ଅବତରଣ କରିଥିଲେ ସେତେବେଳେ ସୂର୍ଯ୍ୟ ଏକମାସ ପର୍ଯ୍ୟନ୍ତ ଅଯୋଧ୍ୟା ଛାଡ଼ି ଚାଲି ଯାଇଥିଲେ । ଚଳିତ ବର୍ଷ ମଧ୍ୟ ଭଗବାନ ରାମଙ୍କର ଜନ୍ମତ୍ସୋବରେ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ ।

Ram Navami
Ram Navami

କଣ କହୁଛି ବିଜ୍ଞାନ ?

ପୂର୍ବତନ ଇସ୍ରୋ ବୈଜ୍ଞାନିକ ମନୀଷ ପୁରୋହିତ କହିଛନ୍ତି, "ସୂର୍ଯ୍ୟ ତିଳକ ପଛରେ ଯନ୍ତ୍ରପାତିକୁ ବ୍ୟବହାର କରି ରାମଲାଲାଙ୍କ ମସ୍ତକକୁ ଆଲୋକିତ କରିବା ପାଇଁ ପ୍ରଥମେ 3ଟି ବିଷୟକୁ ପ୍ରାଧାନ୍ୟ ଦିଆଯାଇଥିଲା । Archaeoastronomy, Cycle ଏବଂ Analemma । ଜ୍ୟୋତିର୍ବିଜ୍ଞାନ ସ୍ଥିତିକୁ ବ୍ୟବହାର କରି ସ୍ମାରକୀ ଡିଜାଇନ୍ କରିବା ପାଇଁ Archaeoastronomy ହେଉଛି ଏକ ଅଭ୍ୟାସ । ସୂର୍ଯ୍ୟ ତିଲକ ପାଇଁ ଆନାଲେମାକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା । ଯାହା ଏକ ଫିଗର ଏଇଟ୍ ବକ୍ର ଯାହା ପୃଥିବୀର ଟିଲ୍ଟ ଏବଂ କକ୍ଷପଥ ଯୋଗୁଁ ସୂର୍ଯ୍ୟଙ୍କ ବାର୍ଷିକ ପରିବର୍ତ୍ତନ ସ୍ଥିତିକୁ ଟ୍ରାକ୍ କରିଥାଏ । ମେଟୋନିକ୍ ଚକ୍ର ହେଉଛି ପ୍ରାୟ 19 ବର୍ଷର ଅବଧି ଯେଉଁଥିରେ ଚନ୍ଦ୍ରର ପର୍ଯ୍ୟାୟ ବର୍ଷର ସମାନ ଦିନ ସହିତ ପୁନଃ ନିର୍ମାଣ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.