ETV Bharat / bharat

ଲୋକସଭା ନିର୍ବାଚନ; ବସ୍ତରରେ ଜଣେ ଯବାନ ଶହୀଦ, UBGL ଫାଟିବାରୁ ହୋଇଥିଲେ ଆହତ - SOLDIER MARTYRED

author img

By ETV Bharat Odisha Team

Published : Apr 19, 2024, 4:20 PM IST

Updated : Apr 19, 2024, 4:36 PM IST

Soldier martyred in Bastar
Soldier martyred in Bastar

Soldier martyred in Bastar: ଛତିଶଗଡ଼ରେ ଲୋକସଭା ନିର୍ବାଚନ ସମୟରେ ହିଂସାକାଣ୍ଡ । ଗ୍ରେନେଡ ଫାଟିବା କାରଣରୁ ଜଣେ ଯବାନ ଶହୀଦ । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡ଼ ବସ୍ତର ଲୋକସଭା ନିର୍ବାଚନୀ ହିଂସା । ବିଜାପୁର ଗଲଗମ ଅଞ୍ଚଳରେ ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର (ୟୁବିଜିଏଲ) ଭଳି ଅତ୍ୟାଧୁନିକ ମାରଣାସ୍ତ୍ର ବିସ୍ଫୋରଣ କାରଣରୁ ଆହତ ହୋଇଥିବା ଯବାନ ଶହୀଦ ହୋଇଛନ୍ତି । ବିଜାପୁରରୁ ତାଙ୍କୁ ଦିଲ୍ଲୀ ଚିକିତ୍ସା ପାଇଁ ନିଆଯାଉଥିବା ସମୟରେ ସେ ଆଖି ବୁଜିଛନ୍ତି । ଯବାନଙ୍କ ନାମ ଦେବେନ୍ଦ୍ର କୁମାର ବୋଲି ଜଣାପଡ଼ିଛି । ସେପଟେ ବିଜାପୁର ଭୈରମଗଡ଼ରେ ଅନ୍ୟ ଏକ ଘଟଣାରେ ସିଆରପିଏଫର ଜଣେ ସହଯୋଗୀ କମାଣ୍ଡାଣ୍ଟ ଆହତ ହୋଇଛନ୍ତି ।

ୟୁବିଜିଏଲ ଫାଟିବାରୁ ଅଘଟଣ:- ବିଜାପୁରର ଗଲଗମଠାରେ ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର୍‌ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ନିର୍ବାଚନୀ ଡ୍ୟୁଟିରେ ଥିବା ଯବାନ ଦେବେନ୍ଦ୍ର କୁମାର ଗୁରୁତର ହୋଇପଡ଼ିଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ପ୍ରଥମେ ତାଙ୍କୁ ବିଜାପୁରରୁ ରାୟପୁର ଓ ପରେ ରାୟପୁରରୁ ଦିଲ୍ଲୀକୁ ଏୟାର ଆମ୍ବୁଲାନ୍ସ ଯୋଗେ ନେବା ଲାଗି ପ୍ରସ୍ତୁତି ଚାଲିଥିଲା । ହେଲେ ଅଧା ରାସ୍ତାରେ ସେ ଆଖି ବୁଜିଥିବା ଜଣାପଡ଼ିଛି । ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, କୁଚବିହାରରେ ପଥର ମାଡ

ଅନ୍ୟ ଏକ ଘଟଣାରେ CRPF କମାଣ୍ଡାଣ୍ଟ ଆହତ:- ସେହିପରି ଛତିଶଗଡ଼ ବିଜାପୁରର ଭୈରମଗଡ଼ଠାରେ ଅନ୍ୟ ଏକ ଅଘଟଣ ଘଟିଛି । ଯେଉଁଠାରେ ଆଇଡି ବୋମା ବିସ୍ଫୋରଣ ପରେ ସିଆରପିଏଫର ସହଯୋଗୀ କମାଣ୍ଡାଣ୍ଟ ମନୁ ଏଚସି ପ୍ରେସର ଏଥିରେ ଆହତ ହୋଇଛନ୍ତି । ତାଙ୍କୁ ହେଲିକପ୍ଟର ଯୋଗେ ରାୟପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ନିର୍ବାଚନୀ ହିଂସା ଭୈମରଗଡ଼ ଚିହକା ମତଦାନ କେନ୍ଦ୍ର ନିକଟରେ ଘଟିଛି ।

ବସ୍ତର ଲୋକସଭା ଆସନରେ 70.56% ମତଦାନ:- ବସ୍ତର ଲୋକସଭା ଆସନରେ ଅପରାହ୍ନ 3ଟା ସୁଦ୍ଧା 70.56% ମତଦାନ ହୋଇଛି । ବସ୍ତରର 85ଟି ମତଦାନ କେନ୍ଦ୍ରରେ ସନ୍ଧ୍ୟା 5ଟାରେ ମତଦାନ ଶେଷ ହେବ । ଏବେ ବସ୍ତରର କୋଣ୍ଡଗାଓଁ, ନାରାୟଣପୁର, ଜଗଦଲପୁର, ବିଜାପୁର, ଚିତ୍ରକୋଟ, ଦନ୍ତେୱାଡା ଓ ବସ୍ତରରେ ମତଦାନ ଜାରି ରହିଛି ।

ସୂଚନା ଥାଉ କି ଛତିଶଗଡ଼ ବ୍ୟତୀତ ପଶ୍ଚିମବଙ୍ଗରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ଦିନହଟା ଅଞ୍ଚଳରେ ବିଜେପି କର୍ମୀଙ୍କ ଘର ବାହାରୁ ଏକ ବୋମା ମିଳିଥିଲା । ଏହାସହିତ କୁଚବିହାରର ଚାନ୍ଦମାରୀ ଅଞ୍ଚଳରେ ମଧ୍ୟ ବଚସା ହୋଇଛି । ବିଜେପି ନେତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଏହି କାଣ୍ଡ ଲାଗି ଟିଏମସିକୁ ଦାୟୀ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 19, 2024, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.