ETV Bharat / bharat

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, କୁଚବିହାରରେ ପଥର ମାଡ - Lok Sabha Election 2024

author img

By ETV Bharat Odisha Team

Published : Apr 19, 2024, 2:15 PM IST

Bengal Violence during voting: ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରେ ହିଂସା ଦେଖାଦେଇଛି । ଅଧିକ ପଢନ୍ତୁ

Bengal Violence
Bengal Violence

କୋଲକାତା: ସାଧାରଣତଃ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହିଂସା ଦେଖିବାକୁ ମିଳିଥାଏ । ତେବେ ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ହିଂସାର ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ଦିନହଟା ଅଞ୍ଚଳରେ ବିଜେପି କର୍ମୀଙ୍କ ଘର ବାହାରୁ ଏକ ବୋମା ମିଳିଥିଲା । ଏହାସହିତ କୁଚବିହାରର ଚାନ୍ଦମାରୀ ଅଞ୍ଚଳରେ ମଧ୍ୟ ବଚସା ହୋଇଥିବା ଦେଖାଯାଇଛି । ବିଜେପି ନେତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏଥିପାଇଁ ଟିଏମସିକୁ ଦାୟୀ କରାଯାଇଛି । ତେବେ ହିଂସା ପରେ ମତଦାନ ଜାରି ରହିଛି । ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ 50.96 ପ୍ରତିଶତ ମତଦାନ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, କୁଚବିହାରର ଚାନ୍ଦମାରୀ ଅଞ୍ଚଳରେ ପଥରମାଡ ହୋଇଛି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଦୁଇ ପକ୍ଷର ଲୋକେ ପଥର ପିଙ୍ଗାଫିଙ୍ଗି ହେଉଥିବା ଦେଖାଦେଇଛି । ତେବେ ପଥରମାଡ କାରଣରୁ ଏହି ଅଞ୍ଚଳରେ ମତଦାନ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଇଥିଲା । ବିଜେପି ଗତ କିଛି ଦିନ ହେବ କହି ଆସୁଛି ଯେ, ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ହିଂସା ହୋଇପାରେ । ବିଜେପି ନେତାଙ୍କ ଉପରେ ଆକ୍ରମଣ ପାଇଁ ଟିଏମସି ଦାୟୀ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ; ଦିନ 1ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ହୋଇଛି ମତଦାନ ? - Lok Sabha Elections 2024

ପିଟିଆଇ ସୂଚନା ଅନୁସାରେ, ଏପ୍ରିଲ 18 ତାରିଖ ରାତିରେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ହୋଇଥିଲା । ଦୁଇଜଣ ଟିଏମସି କର୍ମୀଙ୍କୁ ଅଜ୍ଞାନ ଆକ୍ରମଣକାରୀ ଆକ୍ରମଣ କରିଥିଲେ । କୁଚବିହାରରେ ହୋଥିବା ଆକ୍ରମଣରେ ଟିଏମସି କର୍ମୀ ଆହତ ହୋଇଥିଲେ । ଉତ୍ତର ବଙ୍ଗର ବିକାଶ ମନ୍ତ୍ରୀ ଏବଂ ଟିଏମସିର ଦିନହାଟା ବିଧାୟକ ଇଦୟନ ଗୁହା ବିଜେପି ଉପରେ ଅଭିଯୋଗ କରିଛନ୍ତି । ଦିନହାଟା ବୁଥ କମିଟି ଅଧ୍ୟକ୍ଷଙ୍କ ଘରକୁ ଯାଉଥିବା ସମୟରେ ତାଙ୍କୁ ଅଟକାଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ବିଜେପି ଉପରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ବିଜେପି ନେତା । ସେ କହିଛନ୍ତି, ଏହା ଟିଏମସିର ଆଭ୍ୟନ୍ତରୀଣ କଳହ । ଏଥିରେ ବିଜେପିର ହାତ ନାହିଁ ବୋଲି ସେ କହିଛନ୍ତି ।

ପ୍ରକାଶଥାଉକି, ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ କୁଚବିହାର, ଜଲପାଇଗୁଡି ଏବଂ ଆଲିପୁରଦୁଆରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ଘଟଣାର ଅନୁସନ୍ଧାନ କରାଯାଉଥିବା ବେଳେ ଖୁବଶୀଘ୍ର ପକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.