ETV Bharat / bharat

ଲୋକସଭା ନିର୍ବାଚନ; ସନ୍ଧ୍ୟା 7ଟା ସୁଦ୍ଧା 60.03% ମତଦାନ ରେକର୍ଡ; ବଙ୍ଗରେ ସର୍ବାଧିକ-ବିହାରରେ ସର୍ବନିମ୍ନ - Lok Sabha Elections 2024

author img

By ETV Bharat Odisha Team

Published : Apr 19, 2024, 8:43 AM IST

Updated : Apr 19, 2024, 8:15 PM IST

Lok Sabha Elections
Lok Sabha Elections

20:08 April 19

ସନ୍ଧ୍ୟା 7ଟା ସୁଦ୍ଧା 60.03% ମତଦାନ ରେକର୍ଡ

ଶେଷ ହୋଇଛି 2024 ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ସନ୍ଧ୍ୟା 7ଟାରେ ମତଦାନ ଶେଷ ହୋଇଥିବା ବେଳେ ମୋଟ 60.03% ମତଦାନ ରେକର୍ଡ ହୋଇଛି । ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

18:57 April 19

ସନ୍ଧ୍ୟା 5ଟା ସୁଦ୍ଧା 59.7% ମତଦାନ; ବଙ୍ଗରେ ସର୍ବାଧିକ-ବିହାରରେ ସର୍ବନିମ୍ନ

2024 ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ସନ୍ଧ୍ୟା 5ଟା ସୁଦ୍ଧା ସର୍ବମୋଟ 59.7% ମତଦାନ ହୋଇଛି । ପଶ୍ଚିମବବଙ୍ଗରେ ସର୍ବାଧିକ 77.57% ମତଦାନ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ 46.32 ପ୍ରତିଶତ ମତଦାନ ହୋଇଛି ।

17:52 April 19

ଲୋକସଭା ନିର୍ବାଚନ; ସନ୍ଧ୍ୟା 5ଟା ସୁଦ୍ଧା ସର୍ବମୋଟ 62% ମତଦାନ

ଲୋକସଭା ନିର୍ବାଚନ
ଲୋକସଭା ନିର୍ବାଚନ

2024 ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ସନ୍ଧ୍ୟା 5ଟା ସୁଦ୍ଧା ସର୍ବମୋଟ 62% ମତଦାନ ହୋଇଛି ।

17:13 April 19

ଲୋକସଭା ନିର୍ବାଚନ; ତାମିଲନାଡୁରେ 3 ବୟସ୍କ ଭୋଟର ମୃତ

ଚେନ୍ନାଇ: ତାମିଲନାଡୁରେ ଅନେକ ପୋଲିଂ ଷ୍ଟେସନରେ ମତଦାନ ସମୟରେ 3 ଜଣ ବୟସ୍କ ଭୋଟରଙ୍କ ମୃତ୍ୟୁ ଘଟିଛି । ସଲେମ ସଂସଦୀୟ କ୍ଷେତ୍ରର ସଲେମ (ପଶ୍ଚିମ) ବିଧାସନଭା କ୍ଷେତ୍ରରୁ ଆସିଥିବା 65 ବର୍ଷୀୟ ବୃଦ୍ଧ ପଲ୍ଲାନିସ୍ବାମୀଙ୍କ ମୃତ୍ୟୁ ଘଟିଛି । ମତଦାନ କେନ୍ଦ୍ରରେ ସେ ହଠାତ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ପରେ ତାଙ୍କର ପ୍ରାଣହାନି ଘଟିଛି । ସେହିପରି କାଲ୍ଲାକୁରିଚି ସଂଦୀୟ କ୍ଷେତ୍ରରେ ଆସୁଥିବା କେଙ୍ଗାଭାଲ୍ଲି ବିଧାନସା କ୍ଷେତ୍ରରୁ ଆସିଥିବା ଚିନ୍ନା ପୋନୁ (77)ଙ୍କ ମଧ୍ୟ ମୃତ୍ୟୁ ଘଟିଛି । ତିରୁଥାନି ବିଧାନସଭା ନିର୍ବାଚନମଣ୍ଡଳୀରୁ ନେମିଲି ପୋଲିଂ ବୁଥ ନଂ-269କୁ ନିଜ ପୁଅ ଶ୍ରୀଧର ସହ ଆସିଥିଲେ ବୟସ୍କ ଭୋଟର କାଙ୍ଗାରାଜ (72) । ମତଦାନ ସମୟରେ ସେ ହଠାତ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ପରେ ତାଙ୍କର ତିରୁଥାନି ସରକାରୀ ହସ୍ପିଟାଲରେ ମୃତ୍ୟୁ ଘଟିଛି ।

17:06 April 19

ବସ୍ତରରେ ଜଣେ ଯବାନ ଶହୀଦ, UBGL ଫାଟିବାରୁ ହୋଇଥିଲେ ଆହତ

ରାୟପୁର: ଛତିଶଗଡ଼ ବସ୍ତର ଲୋକସଭା ନିର୍ବାଚନୀ ହିଂସା । ବିଜାପୁର ଗଲଗମ ଅଞ୍ଚଳରେ ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର (ୟୁବିଜିଏଲ) ଭଳି ଅତ୍ୟାଧୁନିକ ମାରଣାସ୍ତ୍ର ବିସ୍ଫୋରଣ କାରଣରୁ ଆହତ ହୋଇଥିବା ଯବାନ ଶହୀଦ ହୋଇଛନ୍ତି । ବିଜାପୁରରୁ ତାଙ୍କୁ ଦିଲ୍ଲୀ ଚିକିତ୍ସା ପାଇଁ ନିଆଯାଉଥିବା ସମୟରେ ସେ ଆଖି ବୁଜିଛନ୍ତି । ଯବାନଙ୍କ ନାମ ଦେବେନ୍ଦ୍ର କୁମାର ବୋଲି ଜଣାପଡ଼ିଛି । ସେପଟେ ବିଜାପୁର ଭୈରମଗଡ଼ରେ ଅନ୍ୟ ଏକ ଘଟଣାରେ ସିଆରପିଏଫର ଜଣେ ସହଯୋଗୀ କମାଣ୍ଡାଣ୍ଟ ଆହତ ହୋଇଛନ୍ତି ।

15:48 April 19

ଲୋକସଭା ନିର୍ବାଚନ; ଅପରାହ୍ନ 3ଟା ସୁଦ୍ଧା କେଉଁଠି କେତେ ମତଦାନ ?

ଅପରାହ୍ନ 3ଟା ସୁଦ୍ଧା ଛତିଶଗଡ଼ରେ ମୋଟ 58.14 ପ୍ରତିଶତ ମତଦାନ ହୋଇଛି । ରାଜ୍ୟର ବସ୍ତରରେ 70.56% ମତଦାନ ହୋଇଥିବା ବେଳେ ବିଜେପୁର (35.06%), ଚିତ୍ରକୁଟ (62.08%), ଦନ୍ତେୱାଡା (56.34%), ଜଗଦଲପୁର (61.56%), କୋଣ୍ଡା ଗାଓଁ (70.93%), କୋଣ୍ଟା (46.70%), ନାରାୟଣପୁର (59.80%) ମତଦାନ ହୋଇଛି । ବିହାରରେ ଅପରାହ୍ନ 3ଟା ସୁଦ୍ଧା ମୋଟ 40.92% ମତଦାନ ହୋଇଛି । ବିହାର 4 ଲୋକସଭା ଆସନ ଜମୁଇ (44.46%), ଗୟା (39.35%), ନବାଦା (37.77%), ଔରଙ୍ଗାବାଦ (42.20%) ମତଦାନ ହୋଇଛି । ସେହିପରି ତାମିଲନାଡୁରେ ଅପରାହ୍ନ 3ଟା ସୁଦ୍ଧା 50.84 ପ୍ରତିଶତ ମତଦାନ ହୋଇଛି ।

15:35 April 19

ମଣିପୁରରେ ମତଦାନ ହେରଫେର ନେଇ ଗଣ୍ଡଗୋଳ; 5 ବୁଥରେ ଭୋଟିଂ ବନ୍ଦ

ଇମ୍ଫାଲ: ମଣିପୁରର 5ଟି ବୁଥଂରେ ବନ୍ଦ ହେଲା ଭୋଟିଂ । ମତଦାନ ହେରଫେର ନେଇ ଗଣ୍ଡଗୋଳ ହେବା ପରେ 5 ବୁଥ୍‌ (ପୂର୍ବ ଇମ୍ଫାଲରେ 2ଟି ଓ ପଶ୍ଚିମ ଇମ୍ଫାଲରେ 3ଟି)ରେ ମତଦାନ ବନ୍ଦ ରହିଛି । ଏ ନେଇ କିଛି ମହିଳା ଭୋଟର ଅଭିଯୋଗ ଆଣିଛନ୍ତି ।

15:05 April 19

କେବଳ ବିଜେପି, ଭାରତକୁ ବୃହତ ଶକ୍ତିରେ ପରିଣତ କରିପାରିବ: ମୋଦି

ଭୋପାଳ: ମଧ୍ୟ ପ୍ରଦେଶ ଦାମୋହଠାରେ ଏକ ଜନସଭାରେ ଯୋଗ ଦେଇ ବିଜେପିକୁ ପୂର୍ଣ୍ଣ ବହୁମତ ସହ ଜିତାଇବା ଲାଗି ମତଦାତାଙ୍କୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ମୋଦି କହିଛନ୍ତି, "ବିଶ୍ବରେ ଭାରତକୁ ବୃହତ ଶକ୍ତିରେ ପରିଣତ କରିବା ଲାଗି ଏହି ନିର୍ବାଚନ ଏକ ସୁଯୋଗ । ଯେତେବେଳେ ସାରା ବିଶ୍ବରେ ଯୁଦ୍ଧର ମାହୋଲ ରହିଛି, ସେତେବେଳେ ଯୁଦ୍ଧ ସାମ୍ନା କରୁଥିବା ସରକାର ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଏକ ସୁଦୃଢ ସରକାରର ଆବଶ୍ୟକତା ରହିଛି । ପୂର୍ଣ୍ଣ ବହୁମତ ସହ ବିଜେପି ସରକାର ଆସିଲେ ଏହା ପୁରଣ ହୋଇପାରିବ ।"

13:53 April 19

ଦିନ 1ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ପ୍ରତିଶତ ମତଦାନ, ଲାକ୍ଷାଦ୍ବୀପରେ ସର୍ବାନିମ୍ନ

102ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଦିନ 1ଟା ସୁଦ୍ଧା ତ୍ରିପୁରାରେ ସର୍ବାଧି 53.04 ପ୍ରତିଶତ ମତଦାନ ହୋଇଥିବା ବେଳେ ଲକ୍ଷାଦ୍ବୀପରେ ସବୁଠାରୁ କମ 29.91 ପ୍ରତିଶତ ମତଦାନ ହୋଇଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ 35.70% ମତଦାନ, ଅରୁଣାଚଳ ପ୍ରଦେଶରେ 35.75%, ଆସାମରେ 45.12%, ବିହାର 32.41%, ଛତିଶଗଡ 42.57%, ଜମ୍ମୁ କାଶ୍ମୀରରେ 43.11%, ମଧ୍ୟପ୍ରଦେଶ 44.43%, ମହାରାଷ୍ଟ୍ର 32.36%, ମଣିପୁର 46.92%, ମେଘାଳୟ 48.91%, ମିଜୋରାମ 37.43%, ନାଗାଲାଣ୍ଡ 39.99 %, ରାଜସ୍ଥାନ 33.73 ପ୍ରତିଶତ ମତଦାନ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

11:53 April 19

ଦିନ 11ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ପ୍ରତିଶତ ମତଦାନ

102ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଦିନ 11ଟା ସୁଦ୍ଧା ତ୍ରିପୁରାରେ ସବୁଠାରେ ଅଧିକ 33.28 ପ୍ରତିଶତ ମତଦାନ ହୋଇଥିବା ବେଳେ ଲକ୍ଷାଦ୍ବୀପରେ ସବୁଠାରୁ କମ 16.33 ପ୍ରତିଶତ ମତଦାନ ହୋଇଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ 21.81% ମତଦାନ, ଅରୁଣାଚଳ ପ୍ରଦେଶରେ 18.26%, ଆସାମରେ 27.22%, ବିହାର 20.42%, ଛତିଶଗଡ 28.12%, ଜମ୍ମୁ କାଶ୍ମୀରରେ 22.60%, ମଧ୍ୟପ୍ରଦେଶ 30.46%, ମହାରାଷ୍ଟ୍ର 19.17%, ମଣିପୁର 27.64%, ମେଘାଳୟ 31.65%, ମିଜୋରାମ 26.23% ପ୍ରତିଶତ ମତଦାନ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

11:02 April 19

ମତଦାନ କଲେ ବିଶ୍ବର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳା

ଗଣତନ୍ତ୍ରର ମହାନପର୍ବରେ ସାମିଲ ହେଲେ ବିଶ୍ବର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳା । ନାଗପୁରର ଏକ ମତଦାନ କେନ୍ଦ୍ରରେ ସେ ନିଜ ଭୋଟ ଦେଇଛନ୍ତି । ତାଙ୍କର ଉଚ୍ଚତା 2 ଫୁଟ 1 ଇଞ୍ଚ ରହିଛି ।

10:48 April 19

ବିବାହ ପରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଲେ ନବ ଦମ୍ପତି

ନବ ଦମ୍ପତି
ନବ ଦମ୍ପତି

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ନବ ବିବାହିତ ଦମ୍ପତି । ବିବାହ ପରେ ବେଦିରୁ ସିଧା ବୁଥରେ ପହଞ୍ଚି ମତଦାନ କରିଛନ୍ତି । ଦୁଇଟି ସ୍ଥାନରୁ ଏପରି ଘଟଣା ସାମ୍ନାକୁ ଆସିଛି । ଏନେଇ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ଟ୍ବିଟ କରାଯାଇଚି ।

10:44 April 19

ମତଦାନ କରିଛନ୍ତି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ

ସିକ୍କିମରେ ଗୋଟିଏ ଲୋକସଭା ଆସନ ଓ 32 ବିଧାନସଭା ଆସନରେ ମତଦାନ ଜାରି ରହିଛି । ଗ୍ୟାଙ୍ଗଟକରେ ମତଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ।

10:17 April 19

ଅଗରତାଲାରେ ଭୋଟ ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲାରେ ଭୋଟ ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଖୁସି ବ୍ୟକ୍ତ କରିବା ସହ ଜନସାଧାରଣଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ।

10:17 April 19

ଭୋଟ ଦେଲେ ମଣିପୁର ସିଏମ୍

ମଣିପୁର ସିଏମ୍ ଏନ ବିରେନ୍ ସିଂ ଲୁୱାଙ୍ଗସଙ୍ଗବମ୍ ମାମାଙ୍ଗ ଲାଇକାଇରେ ଥିବା ବୁଥରେ ଲୋକସଭା ନିର୍ବାଚନ ପାଇଁ ମତଦାନ କରିଛନ୍ତି । ଭୋଟ ଦେଇ ଖୁସି ବ୍ୟକ୍ତ କରିବା ସହ ଆମକୁ ତୃତୀୟ ଥର ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପଡିବ ବୋଲି ମତ ରଖିଛନ୍ତି।

10:17 April 19

ଭୋଟ ଦେଲେ ବାବା ରାମଦେବ

ଗଣତନ୍ତ୍ରର ମହାନପର୍ବରେ ସାମିଲ ହେଲେ ବାବା ରାମଦେବ ଓ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ । ଉତ୍ତରାଖଣ୍ଡର ହରି ଦ୍ବାରରେ ମତ ସାବ୍ୟସ୍ତ କରିଛନ୍ତି ।

09:50 April 19

ସକାଳ 9ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ପ୍ରତିଶତ ମତଦାନ

21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି । ସକାଳ 9ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ସଂଖ୍ୟକ ମତଦାନ ହୋଇଥିବା ବେଳେ ଲାକ୍ଷାଦ୍ବୀପରେ ସର୍ବନିମ୍ନ ମତଦାନ ହୋଇଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ 8.64% ମତଦାନ, ଅରୁଣାଚଳ ପ୍ରଦେଶରେ 5.98%, ଆସାମରେ 11.15%, ବିହାର 9.23%, ଛତିଶଗଡ 12.02%, ଜମ୍ମୁ କାଶ୍ମୀରରେ 10.43%, ମଧ୍ୟପ୍ରଦେଶ 15.00%, ଲାକ୍ଷାଦ୍ବୀପ 5.59 %, ମହାରାଷ୍ଟ୍ର 6.98%, ମଣିପୁର 10.76%, ମେଘାଳୟ 13.71%, ମିଜୋରାମ 10.84% , ନାଗାଲାଣ୍ଡ 9.67 %, ପୁଡୁଚେରୀ 7.49%, ରାଜସ୍ଥାନ 10.67%, ସିକ୍କିମ୍ 7.92%, ତାମିଲନାଡୁ 8.21%, ତ୍ରିପୁରା 15.21%, ଉତ୍ତରପ୍ରଦେଶ 12.66%, ଉତ୍ତରାଖଣ୍ଡ 10.54%, ପଶ୍ଚିମବଙ୍ଗ 15.09% ମତଦାନ ହୋଇଛି ।

09:50 April 19

ଭୋଟ ଦେଲେ ଉତ୍ତରାଖଣ୍ଡର ସିଏମ୍

ଉତ୍ତରାଖଣ୍ଡର 5ଟି ଆସନରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ନିଜେ ଭୋଟ ଦେବା ସହ ମତସାବ୍ୟସ୍ତ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ଉତ୍ତରାଖଣ୍ଡର ସିଏମ୍ ପୁଷ୍କର ସିଂ ଧାମି । ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ନିବେଦନ କରିଛି ଯେ ଗଣତନ୍ତ୍ରର ସବୁଠାରୁ ବଡ ପର୍ବରେ ଭାଗ ନିଅନ୍ତୁ । ମଜବୁତ ଭାରତ, ଆମର ସୀମାର ସୁରକ୍ଷା, ଗରିବଙ୍କ ଉନ୍ନତି ଏବଂ ଦେଶର ବିକାଶ ପାଇଁ ଭୋଟ୍ ଦେବା ଉଚିତ୍ । ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ଆମ ସମସ୍ତଙ୍କୁ ଭୋଟ୍ ଦେବାକୁ ପଡିବ ।

09:49 April 19

ଭୋଟ ଦେଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ

ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି । ତଓ୍ବାଙ୍ଗର ଏକ ବୁଥରେ ମତ ସାବ୍ୟସ୍ତ କରିଛନ୍ତି ସେ । ଅରୁଣାଚଳ ପ୍ରଦେଶର 2ଟି ଆସନ ପାଇଁ ମତଦାନ ଜାରି ରହିଛି । ଏତି ସହ 60 ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଭୋଟର ।

09:48 April 19

ଭୋଟ ଦେବା ପରେ ବିଜୟ ନେଇ ଗଡକରୀଙ୍କ ଦୃଢୋକ୍ତି

ନାଗପୁରର ମତ ସାବ୍ୟସ୍ତ କଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ନିତିନ ଗଡକରୀ । ନିର୍ବାଚନରେ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଗଡକରି । ସେ କହିଛନ୍ତି , ''ଆମେ ଆଜି ଗଣତନ୍ତ୍ରର ମହାନ ପର୍ବ ପାଳନ କରୁଛୁ। ସମସ୍ତେ ଭୋଟ୍ ଦେବା ଉଚିତ୍, ଏହା ଆମର ମୌଳିକ ଅଧିକାର ତଥା କର୍ତ୍ତବ୍ୟ। ଆପଣ କାହାକୁ ଭୋଟ୍ ଦେଇପାରିବେ କିନ୍ତୁ ଭୋଟ୍ ଦେବା ଗୁରୁତ୍ୱପୂର୍ଣ୍ଣ। ମୋର 101 ପ୍ରତିଶତ ଗଭିତ ବିଶ୍ବାସ ମୁଁ ନିର୍ବାଚନରେ ବିଜୟୀ ହେବି । "

08:47 April 19

ମତସାବ୍ୟସ୍ତ କଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ମହାରାଷ୍ଟ୍ରର 5ଟି ଆସନରେ ମତଦାନ ଜାରି ରହିଛି । ହେଭିଓ୍ବେଟ ନେତା ବୁଥରେ ମତ ସାବ୍ୟସ୍ତ କରୁଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନାଗପୁରରେ ମତଦାନ କରିଛନ୍ତି ।

08:46 April 19

ଭୋଟ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜସ୍ଥାନର 12 ଆସନରେ ମତଦାନ ଜାରି ରହିଛି । ଜୟପୁରରେ ଥିବା ପୋଲିଂ ବୁଥରେ ମତ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ।

08:27 April 19

ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ନେତା ବାଛୁଛନ୍ତି ଜନତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । 17ଟି ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଞ୍ଚଳର 102ଟି ଆସନ ପାଇଁ ଚାଲିଛି ମତଦାନ । ମତଦାନ କେନ୍ଦ୍ରରେ ନିଜ ପସନ୍ଦର ନେତା ବାଛୁଛନ୍ତି ଜନତା । ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଶେଷ ହେବ । 1625 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

Last Updated : Apr 19, 2024, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.