ETV Bharat / bharat

ଜମ୍ମୁ-କାଶ୍ମୀରରେ ଯବାନଙ୍କ ଭାଇଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ - Man shot dead by terrorists

author img

By ETV Bharat Odisha Team

Published : Apr 23, 2024, 7:17 AM IST

ଜମ୍ମୁ-କାଶ୍ମୀରରେ ଯବାନଙ୍କ ଭାଇଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ
ଜମ୍ମୁ-କାଶ୍ମୀରରେ ଯବାନଙ୍କ ଭାଇଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ

Rajouri terrorist attack: ଜମ୍ମୁ କାଶ୍ମୀରରେ ଜଣଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ । ମୃତକ ଭାରତୀୟ ସେନାର ଜଣେ ଯବାନଙ୍କ ଭାଇ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ଭାରତୀୟ ଯବାନଙ୍କ ଭାଇଙ୍କୁ ଗୁଳି କଲେ ଆତଙ୍କବାଦୀ । ସୋମବାର ରାତିରେ ରଜୌରୀ ଜିଲ୍ଲାର କୁଣ୍ଡା ଟପ୍ ଅଞ୍ଚଳର ଏକ ମସଜିଦ ବାହାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ୪୦ ବର୍ଷୀୟ ମହମ୍ମଦ ରଜାକ । ତାଙ୍କ ଭାଇ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜଣାପଡିଛି । କାଲି ରାତିରେ ରଜାକ ମସଜିଦରୁ ଫେରୁଥିବା ବେଳେ କିଛି ଆତଙ୍କୀ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହି ଆକ୍ରମଣ ପରେ ରଜୌରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଜମ୍ମୁ-କାଶ୍ମୀର ପୋଲିସର ସୂଚନା ମୁତାବକ, ମହମ୍ମଦ ରଜାକ ପ୍ରାର୍ଥନା ପାଇଁ କୁଣ୍ଡା ଟପ୍ ଅନ୍ତର୍ଗତ ଶାଦ୍ରା ଶରିଫ ଅଞ୍ଚଳର ଏକ ମସଜିଦକୁ ପ୍ରାର୍ଥନା ପାଇଁ ଯାଇଥିଲେ । ପ୍ରାର୍ଥନା ସାରି ରାତିରେ ମସଜିଦରୁ ବାହାରିବା ମାତ୍ରେ ଆତଙ୍କବାଦୀ ତାଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରଜାକ ସାମାଜିକ କଲ୍ୟାଣ ବିଭାଗରେ କାମ କରୁଥିଲେ । ଏହି ଆକ୍ରମଣ ପରେ ସୁରକ୍ଷାକର୍ମୀ ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ନାକାବାନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଯାଞ୍ଚବାହାନ ଚେକିଂ କରାଯାଉଛି । ଆକ୍ରମଣକାରୀଙ୍କୁ ଧରିବାକୁ ଛାନଭିନ୍ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ସଫା - Encounter In Pulwama

ଏନେଇ ରଜୌରୀ ପୋଲିସ କହିଛି, ''କୁଣ୍ଡା ଟପ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ମୃତକଙ୍କ ନାମ ମହମ୍ମଦ ରଜାକ ଭାବେ ଚିହ୍ନଟ ହୋଇଛି । ସୁରକ୍ଷାବଳ ସମଗ୍ର ଅଞ୍ଚଳକୁ ନାକାବନ୍ଦୀ କରି ଛାନଭିନ କରୁଛନ୍ତି ।''

ପ୍ରକାଶ ଥାଉକି, ଅନନ୍ତନାଗ ଏବଂ ହେରପୋଲ ଜିଲ୍ଲାରେ ଦୁଇ ଜଣ ଅଣ ସ୍ଥାନୀୟ ବାସିନ୍ଦାଙ୍କୁ ଗୁଳିମାଡ ପରେ ଏବେ ରଜୌରୀରେ ଏହି ଆକ୍ରମଣ ଘଟିଛି । ଗତ ବୁଧବାର ଦିନ ଅନନ୍ତନାଗରେ ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ । ଏହାପୂର୍ବରୁ ଡେରାଡୁରନ ଜଣେ ବ୍ୟକ୍ତିଙ୍କୁ କାଶ୍ମୀରର ହେରପୋରାରେ ଗୁଳି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ କାଶ୍ମୀରରେ ଟାର୍ଗେଟ କିଲିଂ, ବିହାର ଶ୍ରମିକଙ୍କୁ ଗୁଳି କଲେ ଆତଙ୍କୀ - WORKER SHOT DEAD IN ANANTNAG

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.