ETV Bharat / bharat

ନିର୍ବାଚନ ପୂର୍ବରୁ କାଶ୍ମୀରରେ ଟାର୍ଗେଟ କିଲିଂ, ବିହାର ଶ୍ରମିକଙ୍କୁ ଗୁଳି କଲେ ଆତଙ୍କୀ - WORKER SHOT DEAD IN ANANTNAG

author img

By ETV Bharat Odisha Team

Published : Apr 18, 2024, 7:44 AM IST

Migrant labourer shot dead: କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ । ବିହାରର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଦିକ ପଢନ୍ତୁ

WORKER SHOT DEAD IN ANANTNAG
WORKER SHOT DEAD IN ANANTNAG

ଶ୍ରୀନଗର: ରାତି ପାହିଲେ ଦେଶରେ ଲୋକସଭା ନିର୍ବାଚନ । ଏହାପୂର୍ବରୁ ପୁଣି ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ କରିଛନ୍ତି ଆତଙ୍କବାଦୀ । ଜଣେ ଶ୍ରମିକକୁ ଗୁଳିକରି ହତ୍ୟା କଲେ ଆତଙ୍କୀ । ମୃତକ ଜଣଙ୍କ ହେଉଛନ୍ତି ବିହାରର ରାଜା ଶାହ । ବୁଧବାର ଅନନ୍ତନାଗ ଜିଲ୍ଲାର ବିଜବେହାରା ଅଞ୍ଚଳ ଜାବଲିପୋରାଠାରେ ଏହି ଗୁଳିକାଣ୍ଡ ଘଟିଥିଲା । ଗୁରୁତର ଅବସ୍ଥାରେ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ମୃତକ ଜଣଙ୍କ ଜଣେ ଉଠା ଦୋକାନୀ ଭାବେ କାମ କରୁଥିଲେ । ସନ୍ଦିଗ୍ଧ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ପେଟ ଓ ବେକରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏହି ଘଟଣା ପରେ ସୁରକ୍ଷା ବାହିନୀ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା କାହାରିକୁ ଏହି ଘଟଣାରେ ଧରିବାରେ ସଫଳ ହୋଇନାହିଁ ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଘାଟିରେ ପୁଣି ଟାର୍ଗେଟ କିଲିଂ, ଦୁଇ ଅଣସ୍ଥାନୀୟ ଯୁବକଙ୍କୁ ଆତଙ୍କୀଙ୍କ ଗୁଳିମାଡ

ଏହି ଦୁଃଖଦ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ହତ୍ୟାକାରୀକୁ ଧରିବାକୁ ଦାବି କରିଛନ୍ତି ରାଜନୈତିକ ବ୍ୟକ୍ତିବିଶେଷ । ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏହାକୁ ନିନ୍ଦା କରି କହିଛନ୍ତି, "ଏହି ହିଂସା ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି । ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ପୂର୍ବତନ ସିଏମ୍ ଗୁଲାମ ନବୀ ଆଜାଦ ମଧ୍ୟ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆତଙ୍କବାଦୀଙ୍କ ଏଭଳି ଟାର୍ଗେଟ କିଲିଂ ବିରୋଧରେ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି ।

ଆସନ୍ତା ମେ' 7ରେ ତୃତୀୟ ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀରରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଅନନ୍ତନାଗ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏହି ଘଟଣା ଘଟିଛି । ଚଳିତ ମାସରେ କାଶ୍ମୀରରେ ଶ୍ରମିକଙ୍କୁ ଟାର୍ଗେଟ କିଲିଂ କରିବା ଏହା ଦ୍ୱିତୀୟ ଘଟଣା। ଏପ୍ରିଲ୍ 8ରେ ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଜଣେ ଡ୍ରାଇଭରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.