ETV Bharat / bharat

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ସଫା - Encounter in Pulwama

author img

By ETV Bharat Odisha Team

Published : Apr 11, 2024, 8:59 AM IST

Updated : Apr 11, 2024, 9:47 AM IST

Pulwama Encounter: ପୁଲୱାମାରେ ସକାଳୁ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲୱାମାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି (ଗୁରୁବାର) ସକାଳୁ ଆତଙ୍କୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଜାରି ରହିଛି । ସୂଚନା ମୁତାବକ, ଏହି ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ସୂଚନା କ୍ରମେ ସକାଳୁ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ପ୍ରଥମେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳିମାଡ କରିଥିଲେ । ଯାହାପରେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ତେବେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ଖବର ମିଳିଛି । କିନ୍ତୁ ଏ ଯାଏଁ ତା'ର ମୃତଦେହ ଉଦ୍ଧାର କରାଯାଇନି ।

ସୂଚନା ଅନୁଯାୟୀ, ପୁଲୱାମାର ଅର୍ଶିପୋରା ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ଆଜି ଭୋର୍‌ରୁ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଏବଂ ପୋଲିସର ମିଳିତ ସହଯୋଗରେ ସମଗ୍ର ଅଞ୍ଚଳରେ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ ପରେ ସୁରକ୍ଷାବଳ ପାଲଟା ଗୁଳିଚାଳନା କରିଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି । ସେହିପରି ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଘେରିଥିବା ଜଣାପଡିଛି । ହେଲେ ଏନେଇ ସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି । ସେଠି ଏବେ ବି ଏନକାଉଣ୍ଟର ଜାରି ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସପ୍ତାହେ ତଳେ ଜମ୍ମୁ-କାଶ୍ମୀରର ବାରମୂଲା ଜିଲ୍ଲା ଏଲଓସି ନିକଟରେ ଜଣେ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇଥିଲା । ସେହି ଆତଙ୍କବାଦୀ ଜଣକ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀ ଗୁଳିମାଡ କରିଥିଲେ । ସେହିପରି ତିନି ଦିନ ପୂର୍ବରୁ ସୋପିଆନ ଜିଲ୍ଲାରେ ଜଣେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ । ଜଣେ ଅଣସ୍ଥାନୀୟ ଟୁରିଷ୍ଟ ଗାଇଡଙ୍କୁ ଅଜଣା ଆତଙ୍କବାଦୀ ଗୁଳି କରି ହତ୍ୟା ଉଦ୍ୟମ କରିଥିଲା । ହେଲେ ସେ ଗୁଳିମାଡରେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଘାଟିରେ ଅଣସ୍ଥାନୀୟ ଟ୍ୟୁରିଷ୍ଟ ଗାଇଡଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ - Shopian Terror Attack

ଏହା ମଧ୍ୟ ପଢନ୍ତୁ: ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2024, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.