ETV Bharat / bharat

ଆଜି ବି ମିଳିଲାନି ଆଶ୍ବସ୍ତି, ବଢିଲା କବିତାଙ୍କ ହେପାଜତ ଅବଧି - K Kavitha Judicial Custody

author img

By ETV Bharat Odisha Team

Published : Apr 9, 2024, 12:41 PM IST

K Kavitha Judicial Custody: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢ଼ିଲା କେ କବିତାଙ୍କ ନ୍ୟାୟିକ ହେପାଜତ ଅବଧି । ପୁଣି ଜେଲକୁ ଗଲେ ଏବଂ କହିଲେ ଏହା ଏକ ରାଜନୈତିକ ମାମଲା ଅଟେ । ଅଧିକ ପଢନ୍ତୁ

Kavitha
Kavitha

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲା । ଗିରଫ ହୋଇ ଜେଲ୍‌ରେ ଥିବା BRS ନେତ୍ରୀ କେ.କବିତାଙ୍କୁ ଆଜି ବି ମିଳିଲାନି ଆଶ୍ବସ୍ତି । କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ପୁଣି ବୃଦ୍ଧି କଲେ ରାଉଜ ଆଭେନ୍ୟୁ କୋର୍ଟ । ନ୍ୟାୟିକ ହେପାଜତ ଅବଧି 15 ଦିନ ବୃଦ୍ଧି କରିଥିବା ବେଳେ ଏପ୍ରିଲ 23 ତାରିଖ ଯାଏଁ ଜେଲରେ ରହିବେ କବିତା । ସୋମବାର ଅନ୍ତରୀଣ ଜାମିନ ଆବେଦନ ଖାରଜ କରାଯାଇଥିବା ବେଳେ ଆଜି ପୁଣି ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରାଯାଇଛି । ଯଦି କହିବା କବିତାଙ୍କୁ ଝଟକା ପରେ ଝଟକା ଲାଗୁଛି । ପ୍ରକାଶ ଥାଉକି, ୧୦ ଦିନିଆ ED ରିମାଣ୍ଡ ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ ।

ସୂଚନା ଅନୁସାରେ, ଆଜି ସକାଳ 11ଟା ସମୟରେ କେ କବିତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଆଜି ତାଙ୍କର ହେପାଜତ ଅବଧି ଶେଷ ହେବାକୁ ଥିବାବେଳେ ତାଙ୍କୁ ହାଜର କରାଯାଇଥିଲା । ତେବେ ଶୁଣାଣି ସମୟରେ ଆଜି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ପୁଣିଥରେ କୋର୍ଟ ନ୍ୟାୟିକ ହେପାଜକୁ ଆସନ୍ତା 23 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏହାପରେ ଜେଲକୁ ଫେରିଯାଇଛନ୍ତି ବିଆରଏସ ନେତ୍ରୀ । ସୂଚନା ଥାଉକି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ 15 ତାରିଖରେ ବିଆରଏସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାକୁ ଗିରଫ କରିଥିଲା ଇଡି ।

ଏହା ମଧ୍ୟ ପଢନ୍ତୁ: କେ କବିତାଙ୍କୁ ଝଟକା, ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ କୋର୍ଟ - Delhi Excise Policy

ତେବେ ଜେଲକୁ ଫେରିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କବିତ । ସେ କହିଛନ୍ତି, "ଏହା ସମ୍ପୂର୍ଣ୍ଣ ଭାବେ ବୟାନ ଉପରେ ଆଧାରିତ ମାମଲା ଅଟେ । ଏହା ଏକ ରାଜନୈତିକ ମାମଲା ଅଟେ । ବିରୋଧୀ ଦଳକୁ ଟାର୍ଗେଟ କରିବା ପାଇଁ ଏହା ଏକ ପ୍ରସଙ୍ଗ । ସିବିଆଇ ପୂର୍ବରୁ ହିଁ ଜେଲରେ ମୋର ବିବୃତ୍ତି ରେକର୍ଡ କରିସାରିଛି ।"

ମାର୍ଚ୍ଚ 15 ତାରିଖରେ କବିତାଙ୍କୁ ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରୁ ଗିରଫ କରାଯାଇଥିବା ବେଳେ ମାର୍ଚ୍ଚ 16 ତାରିଖରେ 7ଦିନିଆ ରିମାଣ୍ଡରେ ନେଇଥିଲା ଇଡି । ମାମଲାକୁ ଅତି ଗମ୍ଭୀର ଦର୍ଶାଇ କେନ୍ଦ୍ରୀୟ ସଂସ୍ଥା ଅଧିକ ଜେରା ପାଇଁ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ 7 ଦିନିଆ ରିମାଣ୍ଡରେ କବିତାଙ୍କୁ ପଠାଇଥିଲେ । ତେବେ 23 ତାରିଖରେ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଏହାକୁ ଆଉ 3 ଦିନ ବୃଦ୍ଧି କରାଯାଇଥିଲା । ତେବେ 26 ତାରିଖରେ କୋର୍ଟରେ ହାଜର କରାଯାଇଥିବା ବେଳେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.