ETV Bharat / bharat

କେ କବିତାଙ୍କୁ ଝଟକା, ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ କୋର୍ଟ - Delhi Excise Policy

author img

By ETV Bharat Odisha Team

Published : Apr 8, 2024, 11:33 AM IST

Updated : Apr 8, 2024, 12:07 PM IST

Kavitha
Kavitha

Kavitha Bail Plea: ବହୁ ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ କେ କବିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ ରାଉଜ ଆଭିନ୍ୟୁ କୋର୍ଟ । ଏହି କାରଣ ଦେଇଥିଲେ ବିଆରଏସ ନେତ୍ରୀ ।

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେ କବିତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରୁ ଝଟକା । ଅନ୍ତରୀଣ ଜାମିନ ଆବଦେନ ଖାରଜ କଲେ କୋର୍ଟ । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା BRS ଏମଏଲସି କେ କବିତା ନିଜ ପୁଅର ସ୍କୁଲ ପରୀକ୍ଷାକୁ ଆଧାର କରି ଅନ୍ତରୀଣ ଜାମିନ ମାଗିଥିଲେ । ମଦ ଦୁର୍ନୀତି ମାମଲାରେ ଇଡି ରିମାଣ୍ଡ ପରେ ସେ ନ୍ୟାୟିକ ହେପାଜତରେ ରହିଛନ୍ତି । ଏପ୍ରିଲ 2 ତାରିଖରେ 14ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ କୋର୍ଟ । ବର୍ତ୍ତମାନ 15 ତାରିଖ ଯାଏଁ ଜେଲରେ ରହିବେ କବିତା ।

ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଏହା ସଠିକ ସମୟ ନୁହେଁ: ଜଷ୍ଟିସ କାବେରୀ ବାବେଜା ଏହି ଯାଚିକାକୁ ଖାରଜ କରି କହିଛନ୍ତି, " କବିତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ଏହା ସଠିକ ସମୟ ନୁହେଁ ।" କବିତା ଅନ୍ତରୀଣ ଜାମିନ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ । 16 ବର୍ଷୀୟ ପୁଅର ପରୀକ୍ଷା ଥିବାରୁ ସେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହି ଯାଚିକାକୁ ବିରୋଧ କରିଥିଲା ଇଡି । ପ୍ରମାଣକୁ ନଷ୍ଟ କରିବା ପାଇଁ ଏବଂ ସାକ୍ଷ୍ୟକୁ ପ୍ରଭାବିତ କରିବା ପାଇଁ କବିତା ଏଭଳି କରୁଥିବା ନେଇ ଇଡି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହାସହ କବିତାଙ୍କ ପୁଅ ଏକା ନୁହେଁ ବରଂ ତାଙ୍କ ସହ ବାପା ଏବଂ ଭାଇ ରହିଛନ୍ତି, ତେଣୁ କବିତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ନୁହେଁ ବୋଲି କୁହାଯାଇଥିଲା ।

କଣ ଥିଲା ଅଭିଯୋଗ: ଇଡିର ଅଭିଯୋଗ ଅନୁଯାୟୀ, ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ MLC କବିତା ଏହି ଗୃପର ପ୍ରମୁଖ ସଦସ୍ୟ ଥିବା ଇଡି ଦାବି କରିଥିଲା । ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଥିଲା । ଏହାମଧ୍ୟରୁ ୧୦ଟି ଫୋନ କବିତାଙ୍କର ଥିଲା ।

ଏହା ମଧ୍ୟ ପଢନ୍ତୁ: କବିତାଙ୍କୁ ମିଳିଲାନି ବେଲ୍, ED ରିମାଣ୍ଡ ପରେ ଏପ୍ରିଲ ୯ ଯାଏଁ ଗଲେ ଜେଲ୍ - KAVITHA JUDICIAL CUSTODY

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗତ 15 ତାରିଖରେ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ତାଙ୍କ ବାସଭବନରେ ରେଡ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ମାର୍ଚ୍ଚ 16 ତାରିଖରେ କେ.କବିତାଙ୍କୁ 7 ଦିନିଆ ରିମାଣ୍ଡରେ ନେଇଥିବା ଇଡି । ମାମଲାକୁ ଅତି ଗମ୍ଭୀର ଦର୍ଶାଇ କେନ୍ଦ୍ରୀୟ ସଂସ୍ଥା ଅଧିକ ଜେରା ପାଇଁ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ 7 ଦିନିଆ ରିମାଣ୍ଡରେ କବିତାଙ୍କୁ ପଠାଇଥିଲେ । ତେବେ 23 ତାରିଖରେ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଏହାକୁ ଆଉ 3 ଦିନ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ 15 ତାରିଖ ଯାଏଁ ଜେଲରେ ରହିଛନ୍ତି କବିତା ।

Last Updated :Apr 8, 2024, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.