ETV Bharat / bharat

କବିତାଙ୍କୁ ମିଳିଲାନି ବେଲ୍, ED ରିମାଣ୍ଡ ପରେ ଏପ୍ରିଲ ୯ ଯାଏଁ ଗଲେ ଜେଲ୍ - KAVITHA JUDICIAL CUSTODY

author img

By ETV Bharat Odisha Team

Published : Mar 26, 2024, 2:15 PM IST

K Kavitha Judicial Custody
K Kavitha Judicial Custody

K Kavitha Judicial Custody: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ BRS ନେତ୍ରୀ କେ.କବିତାଙ୍କୁ ମିଳିଲାନି ଆଶ୍ବସ୍ତି । ୧୦ ଦିନିଆ ED ରିମାଣ୍ଡ ପରେ, ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କୁ ଆଜି ମଧ୍ୟ ମିଳିଲାନି ଆଶ୍ବସ୍ତି । ଆଜି ରିମାଣ୍ଡର ଶେଷ ଦିନ ହୋଇଥିବା ବେଳେ କୋର୍ଟରେ ହାଜର ହୋଇଥିଲେ କବିତା । ତେବେ ସେ ଜାମିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରି 14 ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି । ଏପ୍ରିଲ 9 ତାରିଖରେ ଯାଏଁ ଜେଲରେ ରହିବେ । ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ କବିତା ।

ତେବେ ଆସନ୍ତା ଏପ୍ରିଲ 1 ତାରିଖ ଦିନ କବିତାଙ୍କର ଅନ୍ତରୀଣ ଜାମିନ ଉପରେ ଶୁଣାଣି ହେବ । ପୂର୍ବରୁ ଇଡି କବିତାକୁ ନ୍ୟାୟକ ହେପାଜକୁ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । ଇଡି ନ୍ୟାୟିକ ହେପାଜତ ଆବେଦନରେ କହିଥିଲା, "କେ କବିତା ଅତ୍ୟନ୍ତ ପ୍ରଭାବଶାଳୀ। ତେଣୁ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି । ଯଦି ତାଙ୍କୁ ଜାମିନ ପ୍ରଦାନ କରାନଯାଏ, ତାହେଲେ ସେ ପ୍ରମାଣ ନଷ୍ଟ କରିବାର ସମ୍ଭାବନା ରହିଛି ଏବଂ ଚାଲିଥିବା ଅନୁସନ୍ଧାନକୁ ମଧ୍ୟ ପ୍ରଭାବିତ କରିପାରନ୍ତି । ଏହି ମାମଲାରେ ଇଡି ନିରନ୍ତର ଅନୁସନ୍ଧାନ ଜାରି ରଖିଛି । ଯେଉଁମାନେ ଅପରାଧିକ କାର୍ଯ୍ୟଚରେ ଲିପ୍ତ ରହିଛନ୍ତି ସେମାନଙ୍କ ବିରୋଧରେ ଇଡି ପ୍ରମାଣ ସର ଦର୍ଶାଇବ । "

ଏହା ମଧ୍ୟ ପଢନ୍ତୁ: କବିତାଙ୍କୁ 7 ଦିନିଆ ରିମାଣ୍ଡରେ ନେଲା ED, ଗତକାଲି ହାଇଦ୍ରାବାଦରୁ ହୋଇଥିଲେ ଗିରଫ

ପ୍ରକାଶଥାଉକି, ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗତ 15 ତାରିଖରେ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ତାଙ୍କ ବାସଭବନରେ ରେଡ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ମାର୍ଚ୍ଚ 16 ତାରିଖରେ କେ.କବିତାଙ୍କୁ 7 ଦିନିଆ ରିମାଣ୍ଡରେ ନେଇଥିବା ଇଡି । ମାମଲାକୁ ଅତି ଗମ୍ଭୀର ଦର୍ଶାଇ କେନ୍ଦ୍ରୀୟ ସଂସ୍ଥା ଅଧିକ ଜେରା ପାଇଁ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ 7 ଦିନିଆ ରିମାଣ୍ଡରେ କବିତାଙ୍କୁ ପଠାଇଥିଲେ । ତେବେ 23 ତାରିଖରେ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଏହାକୁ ଆଉ 3 ଦିନ ବୃଦ୍ଧି କରାଯାଇଥିଲା । ଆଜି ଅବଧି ଶେଷ ହେବାରୁ କୋର୍ଟରେ ହାଜର କରାଯାଇଥିବା ବେଳେ କବିତାଙ୍କ ଜାମିନ ଆବଦେନକୁ ଖାରଜ କରିଛନ୍ତି କୋର୍ଟ ।

ତେବେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହେବା ସମୟରେ କବିତା କହିଛନ୍ତି, "ଏହା ମନି ଲଣ୍ଡରିଂ ମାମଲା ନୁହେଁ ବରଂ ରାଜନୀତି ଲଣ୍ଡରିଂ ମାମଲା ଅଟେ । ମଦ ଦୁର୍ନୀତି ମାମଲା ଭିତ୍ତିହୀନ ଏବଂ ମିଥ୍ୟା ଅଭିଯୋଗ ଉପରେ ଆଧାରିତ । ଏଜେନ୍ସି ପକ୍ଷରୁ ଅନେକଙ୍କ ଘରେ ରେଡ କରାଯାଇଥିଲେ ସୁଦ୍ଧା କୌଣସି ପ୍ରମାଣ ମିଳିପାରି ନାହିଁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.