ETV Bharat / state

ଦେବଗଡ଼ରେ ନବୀନଙ୍କ ମାରାଥନ ପ୍ରଚାର, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ - Naveen Patnaik Election Campaign

author img

By ETV Bharat Odisha Team

Published : May 16, 2024, 1:48 PM IST

Naveen Patnaik Election Campaign in Deogarh: ଦେବଗଡରୁ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ । ଧର୍ମେନ୍ଦ୍ରକୁ ନେଇ କହିଲେ ଏଭଳି

Naveen Patnaik Election Campaign in Deogarh
Naveen Patnaik Election Campaign in Deogarh (ETV Bharat Odisha)

Naveen Patnaik Election Campaign (ETV Bharat Odisha)

ଦେବଗଡ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରସୋରରେ ପ୍ରଚାର କରୁଛନ୍ତି ଦଳୀୟ ସୁପ୍ରିମୋ । ନବୀନ ପଟ୍ଟନାୟକଙ୍କ ସହିତ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ମାରାଥନ ପ୍ରଚାର କରୁଛନ୍ତି । ଏହି କ୍ରମରେ ବୁଧବାର ଦେବଗଡ ଗସ୍ତ କରି ମାରାଥନ ନିର୍ବାଚନ ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ । ବିଶାଳ ଜନ ସଭାରେ ବିରୋଧୀ ଉପରେ ଟାର୍ଗେଟ କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭିକେ ପାଣ୍ଡିଆନ । ବିରୋଧୀ ସବୁବେଳେ ଲୋକଙ୍କୁ ମିଥ୍ୟା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏଲପିଜି ଗ୍ୟାସକୁ ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ ।

ଦେବଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନପାଟ ସ୍ଥିତ ବଡବଗିଚାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଆସନ୍ତା ଜୁଲାଇରୁ ବିଜୁଳି ବିଲ୍ ଦେବାକୁ ପଡିବନି ବୋଲି କହିବା ସହିତ ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ, ମମତା ଯୋଜନା, ୫ଟି ସ୍କୁଲ, ନୂଆ ଓ ଛାତ୍ରବୃତ୍ତି ଓ କାଳିଆ ଯୋଜନା ବାବଦରେ ଲୋକଙ୍କମାନଙ୍କ ମତାମତ ପଚାରି ବୁଝିଥିଲେ । ଏହାସହିତ ବିରୋଧୀମାନଙ୍କ ଉପରେ ବର୍ଷିବା ସହ ସେମାନେ ମିଛ ପ୍ରତିଶ୍ରୁତି ଦେଉଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହିତ ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆଠମଲ୍ଲିକ ଓ ଛେଣ୍ଡିପଦାରେ ନବୀନଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ - Naveen Patnaik Election Campaign

ସେହିପରି 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ବିଜେଡି ସରକାରକୁ ଆସିଲେ ୩ଟି କାମ ଉପରେ ପ୍ରଥମ ଦସ୍ତଖତ କରିବେ ବୋଲି କହିଥିଲେ । ଆଉ ବିରୋଧୀ କେମିତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି, "2014 ଓ 2019ରେ ବିଜେପି ତେଲ ଦର ଓ ଏଲପିଜ ଦର ହ୍ରାସ କରିବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର ଏଯାଏଁ ପ୍ରତିଶୃତି ପୂରଣ କଲେନି । ପୁଣି ନିର୍ବାଚନ ଆସିବାରୁ ଆସି ବଡ ବଡ କଥା କହୁଛନ୍ତି । ଦେବଗଡକୁ ଏଯାଏଁ ଟ୍ରେନ ଚାଲିପାରିଲା ନାହିଁ । ସମ୍ବଲପୁର ଲୋକସଭା ବିଜେପି ସାଂସଦ ପ୍ରାର୍ଥୀଙ୍କ ଦୁଇଟି ଦସ୍ତଖତ ଯୋଗୁଁ ଏଲପିଜି ଦର ବୃଦ୍ଧି ପାଇବାରୁ ମାଆମାନଙ୍କ ଆଖିରେ ଲୁହ ଝରିଛି । ଏଲପିଜି ଦର ବୃଦ୍ଧି କରି ସେ କମ୍ପାନୀ ମାନଙ୍କୁ ଲାଭ ପହଞ୍ଚାଇଛନ୍ତି । ସମ୍ବଲପୁରରେ ମା ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ସେ ଚକ୍ରାନ୍ତ କରିଥିଲେ ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ । ଏପରିକି ପ୍ରକଳ୍ପ ବନ୍ଦ କରିବାକୁ ସୁପ୍ରିମ କୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ଆପଣମାନେ ଆଶୀର୍ବାଦ କରନ୍ତୁ ଆମ ମୁଖ୍ୟମନ୍ତ୍ରୀ ମା ସମଲେଇଙ୍କ ଆଶୀର୍ବାଦରୁ ଜୁନ ୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ । ଆଉ ଦାୟିତ୍ୱ ନେବାର ପ୍ରଥମ ଦିନରେ ୩ଟି ଦସ୍ତଖତ କରିବେ । ବିଜୁଳି ବିଲ୍ ଛାଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ ସାମିଲ ହୋଇନାହାନ୍ତି ସେମାନଙ୍କୁ ସାମିଲ କରାଯିବ । ମିଶନ ଶକ୍ତି ମହିଳାଙ୍କୁ ଯେଉଁମାନଙ୍କୁ 60 ବର୍ଷରୁ ଅଧିକ ହୋଇଥିବ ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯିବ । ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ।


ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.