ETV Bharat / bharat

ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ମହାମହିମ - President In Ayodhya

author img

By ETV Bharat Odisha Team

Published : May 1, 2024, 8:42 PM IST

PRESIDENT IN AYODHYA
PRESIDENT IN AYODHYA

President In Ayodhya: ପ୍ରଥମେ ହନୁମାନଗଢୀ ମନ୍ଦିର ଓ ପରେ ରାମ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ଏନେଇ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

PRESIDENT IN AYODHYA

ଲକ୍ଷ୍ନୌ: ଅଯୋଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ହନୁମାନଗଢୀ ମନ୍ଦିରରେ ପହଞ୍ଚି ଦର୍ଶନ କଲେ ରାଷ୍ଟ୍ରପତି । ସେଠାରେ ପୂଜାର୍ଚ୍ଚନା ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ମହାମହିମ । ଏହାପୂର୍ବରୁ ମହର୍ଷି ବାଲ୍ମିକୀ ବିମାନବନ୍ଦରରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ରାଷ୍ଟ୍ରପତିଙ୍କ ସ୍ବାଗତ କରିଥିଲେ । ଏୟାରପୋର୍ଟରୁ ବାହାରି ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ବ୍ୟାପକ ଆୟୋଜନ କରାଯାଇଥିଲା । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ରାମ ଜନ୍ମଭୂମି ପରିସରରେ ସୁସଜ୍ଜିତ କରାଯାଇଥିଲା । ଏହାସହ ହନୁମାନଗଢୀ ମନ୍ଦିର ମଧ୍ୟ ଫୁଲ ଦ୍ବାରା ସଜା ଯାଇଥିଲା । ସେହିପରି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ଥିବା ମାର୍ଗରେ ମଧ୍ୟ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିଲା । ସୂଚନା ଅନୁସାରେ, ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଦର୍ଶନ କରିସାରିଛନ୍ତି । ରାଷ୍ଟ୍ରପତି ସରଜୁ ଆରତୀରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା ।

ଗତ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ଦର୍ଶନର ଶୁଭାରମ୍ଭ ହୋଇଥିଲା । ସୂଚନା ଅନୁସାରେ, ଗତ ୩ ମାସ ମଧ୍ୟରେ ପାଖାପାଖି ଦେଢ କୋଟିରୁ ଊର୍ଦ୍ଧ୍ବ ଲୋକେ ଦର୍ଶନ କରିସାରିଲେଣି । ଏପରିକି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଆସି ରାମଲାଲାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଖାଲି ସେତିକି ନୁହେଁ, ପ୍ରବାସୀ ଭାରତୀୟମାନେ ମଧ୍ୟ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରୁଛନ୍ତି ।

ଏହା ବି ପଢନ୍ତୁ...ଆଦିବାସୀ ହୋଇଥିବାରୁ ନିମନ୍ତ୍ରିତ ହୋଇନଥିଲେ ରାଷ୍ଟ୍ରପତି ! ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କଲା ରାମ ମନ୍ଦିର ଟ୍ରଷ୍ଟ - Ram Temple

ସେପଟେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇନଥିବା ଘଟଣାକୁ ନେଇ ରାଜନୀତି ଜୋର ଧରିଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା । ରାହୁଲ କହିଥିଲେ ଯେ, ରାଷ୍ଟ୍ରପତି ଆଦିବାସୀ ହୋଇଥିବାରୁ ନିମନ୍ତ୍ରିତ ହୋଇନଥିଲେ । ସେପଟେ ଏହାର ଜବାବ ଦେଇଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । "ରାହୁଲଙ୍କ ଏହି ମନ୍ତବ୍ୟ ବିଭ୍ରାନ୍ତିକର, ମିଥ୍ୟା, ଅମୂଳକ ଓ ସମାଜରେ ଭେଦଭାବ ସୃଷ୍ଟିକାରୀ ବୋଲି କହିଛନ୍ତି ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ।" ଆଜି ରାଷ୍ଟ୍ରପତି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଆସିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.