ETV Bharat / bharat

ପ୍ରଜ୍ବଳା ରେଭନ୍ନାଙ୍କ ଅଶ୍ଳୀଳ ଭିଡିଓ ମାମଲା; ମୋଦିଙ୍କ ନିରବତାକୁ ନେଇ ପ୍ରଶ୍ନ କଲେ ପ୍ରିୟଙ୍କା - Prajwal Revanna Sex Scandal

author img

By ETV Bharat Odisha Team

Published : Apr 29, 2024, 8:30 PM IST

PRAJWAL REVANNA SEX SCANDAL
PRAJWAL REVANNA SEX SCANDAL

PRAJWAL REVANNA SEX SCANDAL: 'ଯାହା କାନ୍ଧ ଉପରେ ହାତ ରଖି ପ୍ରଧାନମନ୍ତ୍ରୀ ଫଟୋ ଉଠାନ୍ତି, ଆଜି କର୍ଣ୍ଣାଟକର ସେହି ନେତା ଦେଶରୁ ଫେରାର ହୋଇଯାଇଛି' । ଏପରି କହି ମୋଦିଙ୍କ ନିରବତାକୁ ନେଇ ପ୍ରଶ୍ନ କଲେ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ/ନୂଆଦିଲ୍ଲୀ: କର୍ଣ୍ଣାଟକ ଜେଡିଏସ ସାଂସଦ ତଥା ହାସନ ନିର୍ବାଚନମଣ୍ଡଳୀରୁ ଏନଡିଏ ପ୍ରାର୍ଥୀ ପ୍ରଜ୍ବଳା ରେଭନ୍ନା ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେଉଥିବା ଘଟଣା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଯେଉଁ ବ୍ୟକ୍ତି ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛି, ସେ ଏବେ ଦେଶରୁ ଫେରାର ହେବାରେ ସକ୍ଷମ ହୋଇଛି । କର୍ଣ୍ଣାଟକରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ତୁରନ୍ତ ରେଭନ୍ନାଙ୍କୁ ଗିରଫ କରିବା ଲାଗି ଦାବି ହୋଇଛି ।

ଏନେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, "ଯାହା କାନ୍ଧ ଉପରେ ହାତ ରଖି ପ୍ରଧାନମନ୍ତ୍ରୀ ଫଟୋ ଉଠାନ୍ତି, ଯେଉଁ ନେତା ପାଇଁ ପ୍ରଚାର କରିବା ଲାଗି 10 ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଯାଆନ୍ତି, ଯାହାର ପ୍ରଧାନମନ୍ତ୍ରୀ ପ୍ରଶଂସା କରନ୍ତି । ଆଜି କର୍ଣ୍ଣାଟକର ସେହି ନେତା ଦେଶରୁ ଫେରାର ହୋଇଯାଇଛି । ଉକ୍ତ ନେତାଙ୍କ ଜଘନ୍ୟ କାଣ୍ଡ ସମ୍ପର୍କରେ ଶୁଣିବା ବେଳେ ଲୋମ ଟାଙ୍କୁରି ଉଠୁଛି । ଶତାଧିକ ମହିଳାଙ୍କ ଜୀବନରେ ଯିଏ ଅନ୍ଧକାର ଆଣିଛି, ମୋଦିଜୀ କଣ ଏବେ ବି ଆପଣ ଚୁପ ରହିବେ ?"

ସେପଟେ ଆମ ଆଦମି ପାର୍ଟି ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଚେୟାରମ୍ୟାନ ସ୍ବାତୀ ମଲିୱାଲ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିବା ସହ ତୁରନ୍ତ ପ୍ରଜ୍ବଳଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, "ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ପରେ ରାକ୍ଷସ ଭଳି ନେତା ପ୍ରଜ୍ବଳ ରେଭନ୍ନା ଦେଶରୁ ଫେରାର ହୋଇଯାଇଛି । ଯଦି ଏପରି ଜଣେ ନେତା ସଂସଦରେ ପହଞ୍ଚିବ, ତେବେ ଦେଶକୁ କଣ ବାର୍ତ୍ତା ଯିବ ? ଏଥିଲାଗି ମୁଁ ଦାବି କରୁଛି ଭାରତ ସରକାର ଓ ନିର୍ବାଚନ ଆୟୋଗ ଭାରତକୁ ଆଣି ତାକୁ ଅଯୋଗ୍ୟ ଘୋଷିତ କରନ୍ତୁ । ଯୌନ ନିର୍ଯାତନାରେ ସାମିଲ ନେଇ ପ୍ରଜ୍ବଳର 3000 ଭିଡିଓ ଭାଇରାଲ ହୋଇଛି । ସେଥିମଧ୍ୟରୁ କିଛି ମହିଳା ଦଳୀୟ କର୍ମୀ ଥିବା ବେଳେ କିଛି ସରକାରୀ କର୍ମଚାରୀ । ଏମାନେ ଅଭିଯୋଗ କରିଛନ୍ତି ଯେ ପ୍ରଜ୍ବଳ ନା ଯେ କେବଳ ଯୌନ ଶୋଷଣ କରୁଥିଲା ବରଂ, ଭିଡିଓ ରେକର୍ଡ କରୁଥିଲା । କୁହାଯାଉଛି ଏ ସମ୍ପର୍କରେ ବିଜେପି ଜାଣିଥିଲା । ତେବେ ତାକୁ କିପରି ଟିକଟ ଦେଲା ?"

ଏହା ବି ପଢନ୍ତୁ- ଦେବେ ଗୌଡ଼ାଙ୍କ ନାତି ବିରୋଧରେ ସଙ୍ଗୀନ ଅଭିଯୋଗ, ମହିଳାଙ୍କୁ କରୁଛନ୍ତି ବ୍ଲାକମେଲ

ସୂଚନା ଥାଉ କି ପ୍ରଜ୍ବଳା ରେଭନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ-ସେକ୍ୟୁଲାର ସୁପ୍ରିମୋ ଏଚ.ଡି ଦେବେଗୌଡାଙ୍କ ନାତି । 26 ଏପ୍ରିଲରେ କର୍ଣ୍ଣାଟକରେ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର 2 ଦିନ ପୂର୍ବରୁ ଏହି ଭିଡିଓ ସାମ୍ନାକୁ ଆସିଥିଲା । ସେ ମହିଳାଙ୍କ ଯୌନ ଶୋଷଣ କରୁଥିବା ବେଳେ ଏହାର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଭାଇରାଲ ହେବା ପରେ ଦେଶରୁ ଫେରାର ହୋଇଯାଇଛି ରେଭନ୍ନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.