ETV Bharat / bharat

ଦେବେ ଗୌଡ଼ାଙ୍କ ନାତି ବିରୋଧରେ ସଙ୍ଗୀନ ଅଭିଯୋଗ, ମହିଳାଙ୍କୁ କରୁଛନ୍ତି ବ୍ଲାକମେଲ - Deve Gowdas Grandsons Sex Scandal

author img

By ETV Bharat Odisha Team

Published : Apr 29, 2024, 3:22 PM IST

Deve Gowda's Grandsons
Deve Gowda's Grandsons

Deve Gowda's Grandsons Sex Scandal: ସେକ୍ସ ଭିଡିଓ, ପେନ୍ ଡ୍ରାଇଭ୍, ବ୍ଲାକମେଲ୍..ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାଁରେ ଏଭଳି ଅଭିଯୋଗ ଆଣିଲେ ବିଜେପି ନେତା । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ-ସେକ୍ୟୁଲାର ସୁପ୍ରିମୋ ଏଚ.ଡି ଦେବେଗୌଡାଙ୍କଙ୍କ ପରିବାର ଅଡୁଆ ଘେରକୁ ଆସିବା ସହିତ କର୍ଣ୍ଣାଟକ ରାଜନୀତିରେ ଫାଟ ଦେଖାଯାଇଛି । ଅଶ୍ଲୀଳ ଭିଡିଓ ମାମଲାରେ ସେ ଦିନକୁ ଦିନ ଛନ୍ଦି ହେବାରେ ଲାଗିଛନ୍ତି । ଏହାରି ଭିତରେ ଆଉ ଏକ ଅଭିଯୋଗ ଆସିଛି । ଜଣେ ବିଜେପି ନେତା ଦାବି କରିଛନ୍ତି, ଡିସେମ୍ବର 2023ରେ ଦଳର ସଭାପତିଙ୍କୁ ଏକ ଚିଠି ଲେଖି କହିଥିଲେ, ସେମାନେ ଏକ ପେନଡ୍ରାଇଭ ପାଇଛନ୍ତି । ଯେଉଁଥିରେ ମହିଳାଙ୍କ ଯୌନ ଶୋଷଣର ପ୍ରାୟ 3000 ଭିଡିଓ ରହିଛି । ଜନତା ଦଳ-ସେକ୍ୟୁଲାର ସାଂସଦ ପ୍ରଜ୍ବଳ ରେଭାନ୍ନା ମହିଳାଙ୍କୁ ବ୍ଲାକମେଲ କରୁଥିଲେ । ଡିସେମ୍ବର 8, 2023ରେ ବିଜେପି ନେତା ଦେବରାଜ ଗୌଡା ଦଳର ରାଜ୍ୟ ସଭାପତି BY ବିଜୟେନ୍ଦ୍ରଙ୍କୁ ଏହି ଚିଠି ଲେଖିଥିଲେ ।

JDS ସାଂସଦ ପ୍ରଜ୍ଵଳ ରେଭନ୍ନାଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା, ରଦ୍ଦ ହେଲା ସଦସ୍ୟତା

ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ସାମ୍ନାକୁ ଆସିଲା ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡି (ଏସ୍) ସୁପ୍ରିମୋ ଏଚଡି ଦେବେ ଗୌଡାଙ୍କ ନାତି ପ୍ରଜ୍ବଳ ରେଭାନ୍ନାଙ୍କ ଭିଡିଓ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଆସିଛନ୍ତି । ଏହି ଭିଡିଓରେ ପ୍ରଜ୍ବଳ ରେଭାନ୍ନାଙ୍କୁ ଦେଖିବାକୁ ମିଳିଛି । 26 ଏପ୍ରିଲରେ କର୍ଣ୍ଣାଟକରେ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର 2 ଦିନ ପୂର୍ବରୁ ଏହି ଭିଡିଓ ସାମ୍ନାକୁ ଆସୁଛି । ଯାହାକି ସମୟକ୍ରମେ ଭାଇରାଲ ହେବାରେ ଲାଗିଛି । ଚଳିତ ନିର୍ବାଚନରେ ଦ୍ବିତୀୟ ଥର ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି 33 ବର୍ଷୀୟ ପ୍ରଜ୍ବଳ । ହାସନ ଆସନରୁ ସେ ଜେଡିଏସ ପ୍ରାର୍ଥୀ ହୋଇଛନ୍ତି । କର୍ଣ୍ଣାଟକରେ ଜେଡିଏସ୍ ଏବଂ ବିଜେପି ମଧ୍ୟରେ ଏକ ମେଣ୍ଟ ରହିଛି । ଜେଡିଏସ ସେପ୍ଟେମ୍ବର 2023ରେ ଏନଡିଏରେ ସାମିଲ ହୋଇଥିଲା ।

ମହିଳାଙ୍କୁ କରାଯାଉଛି ବ୍ଲାକମେଲ୍: ଦେବରାଜ ଗୌଡାରେ କହିଛନ୍ତି ଯେ, ଉକ୍ତ ପେନଡ୍ରାଇଭରେ ମୋଟ 2,976 ଭିଡିଓ ରହିଛି ଏବଂ ଫୁଟେଜରେ କିଛି ସରକାରୀ ମହିଳା ରହିଥିବା ନେଇ ମଧ୍ୟ ଦେଖାଯାଇଛି । ଏହି ପେନ୍ ଡ୍ରାଇଭ ଜରିଆରେ ମହିଳାମାନଙ୍କୁ ଏପରି କାର୍ଯ୍ୟରେ ଭାଗ ନେବାକୁ ବ୍ଲାକମେଲ କରିଥିଲେ ପ୍ରଜ୍ବଳ । ବିଜେପି ପକ୍ଷରୁ ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଏହି ଭିଡିଓ ଏବଂ ଫଟୋ ରହିଥିବା ଅନ୍ୟ ଏକ ପେନ୍ ଡ୍ରାଇଭ୍ କଂଗ୍ରେସର ଜାତୀୟ ନେତାଙ୍କ ନିକଟରେ ପହଞ୍ଚିଛି । ଯଦି ଆମେ ଜେଡିଏସ ସହିତ ମେଣ୍ଟ କରି ଲେକସଭା ନିର୍ବାଚନରେ ହାସନ ଆସନ ପାଇଁ ଜେଡିଏସ ପ୍ରାର୍ଥୀଙ୍କୁ ମନୋନିତ କରୁ, ତେବେ ବିରୋଧୀ ଏହି ଭିଡିଓ ବ୍ରହ୍ମାସ୍ତ୍ର କରିବେ । ଆମେ ଦୁଷ୍କର୍ମକାରୀ ପରିବାର ସହିତ ଅଛୁ ବୋଲି ଅପମାନିତ କରାଯିବ । ଆମ ଭାବମୂର୍ତ୍ତିକୁ ଝଟକା ଲାଗିପାରେ ।

ଦଳରୁ ବହିଷ୍କାର ଦାବି: ଜେଡିଏସ ବିଧାୟକ ଶରଣ ଗୌଡା କାଣ୍ଡକୁର ରବିବାର ଦିନ ଦଳର ମୁଖ୍ୟ ଏଚଡି ଦେବେ ଗୌଡାଙ୍କୁ ଚିଠି ଲେଖି ପ୍ରଜ୍ବଳଙ୍କୁ ବହିଷ୍କାର କରିବା ପାଇଁ ଆବେଦନ କରିଛନ୍ତି । ସେ କହିଛନ୍ତି, ଗତ କିଛି ଦିନ ହେବ ସାରା ରାଜ୍ୟରେ ଯୌନ ଶୋଷଣର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ କାରଣରୁ ଦଳକୁ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ । ଏଥିରୁ ଜଣାପଡୁଛି ଯେ ଏ ହେଉଛନ୍ତି ପ୍ରଜଳ ରେଭାନ୍ନା । ତାଙ୍କୁ ଦଳରୁ ବହିଷ୍କାର ପାଇଁ ନିବେଦନ କରୁଛି ବୋଲ କହିଛନ୍ତି ଜେଡିଏସ ବିଧାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.