ETV Bharat / bharat

JDS ସାଂସଦ ପ୍ରଜ୍ଵଳ ରେଭନ୍ନାଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା, ରଦ୍ଦ ହେଲା ସଦସ୍ୟତା

author img

By ETV Bharat Odisha Team

Published : Sep 1, 2023, 8:35 PM IST

ଜେଡିଏସ ସାଂସଦ ପ୍ରଜ୍ଵଳ ରେଭନ୍ନାଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା । ରଦ୍ଦ ହେଲା ସଦସ୍ୟତା । ଅଧିକ ପଢନ୍ତୁ

MP Prajwal Revanna disqualified
MP Prajwal Revanna disqualified

ବେଙ୍ଗାଲୁରୁ: ଜେଡିଏସ ସାଂସଦ ପ୍ରଜ୍ଵଳ ରେଭନ୍ନାଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା । ପ୍ରଜ୍ବଳଙ୍କ ହାସନ ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ ପଦକୁ ଶୁକ୍ରବାର ରଦ୍ଦ କରିଛନ୍ତି ହାଇକୋର୍ଟ । ନିର୍ବାଚନ ଆୟୋଗ (EC)କୁ ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆବେଦନକାରୀ ଏ ମଞ୍ଜୁଙ୍କ ଦ୍ବାରା କୋର୍ଟରେ ଆବେଦନ ହୋଇଥିବା ବେଳେ ଏହି ମାମଲାର ଶୁଣାଣି କରି ଜଷ୍ଟିସ କେ ନଟରାଜନ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଲୋକସଭାରେ ଜେଡିଏସରୁ ପ୍ରଜ୍ବଳ ଜଣେ ମାତ୍ର ସାଂସଦ ଥିଲେ ।

ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ପ୍ରତିଦ୍ବନ୍ଦୀ ଏ ମଞ୍ଜୁ ଓ ଆଇନଜୀବୀ ଜି ଦେବରାଜ ଗୌଡ଼ଙ୍କ ଦ୍ବାରା ଏହି ଆବେଦନ କରାଯାଇଥିଲା । ଏ ମଞ୍ଜୁ ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ଏବଂ ପ୍ରଜ୍ବଳ ରେଭନ୍ନା ତାଙ୍କୁ ମାତ୍‌ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଏ ମଞ୍ଜୁ ଜେଡିଏସ ଦଳରେ ସାମିଲ ହୋଇଥିଲେ । ଅରକାଲଗୁଡୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏ ମଞ୍ଜୁ ଜେଡିଏସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଏହା ବି ପଢନ୍ତୁ- 'ମୋଦି ପୁଣି ପ୍ରଧାନମନ୍ତ୍ରୀ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି'

ନିଜ ଆବେଦନ ପତ୍ରରେ ବିଧାୟକ ମଞ୍ଜୁ ପ୍ରଜ୍ବଳଙ୍କୁ ହାସନ ଲୋକସଭା ସଂସଦୀୟ କ୍ଷେତ୍ରର ବିଜେତା ଭାବେ ଅଘୋଷିତ କରିବା ସହ ତାଙ୍କୁ ହାସନ ଆସନର ବିଜେତା ବୋଲି ଘୋଷଣା କରିବା ଲାଗି ସେ ଦାବି କରିଥିଲେ । ମାତ୍ର ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ମଞ୍ଜୁ ମଧ୍ୟ ନିର୍ବାଚନ ଜାଲିଆତିରେ ଲିପ୍ତ ଥିବା ପ୍ରମାଣିତ ହୋଇଥିବା ଦର୍ଶାଇ ଏହି ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଛନ୍ତି । ପ୍ରଜ୍ବଳ ରେଭନ୍ନା ହେଉଛନ୍ତି ଜେଡିଏସ ସୁପ୍ରିମୋ ଏଚଡି ଦେବେ ଗୌଡ଼ଙ୍କ ନାତି । ସେ ଲୋକସଭାରେ ଜେଡିଏସରୁ ଜଣେ ମାତ୍ର ସାଂସଦ ଥିଲେ ।

ଏହା ବି ପଢନ୍ତୁ- ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ, ଜୟ ଭାରତ ସତ୍ୟାଗ୍ରହ କରିବ କଂଗ୍ରେସ

ଏହାବାଦ ବିଧାୟକ ଏଚଡି ରେଭନ୍ନା ଓ ବିଧାନ ପରିଷଦ ସଦସ୍ୟ ସୁରଜ ରେଭନ୍ନା ମଧ୍ୟ ନିର୍ବାଚନୀ ଜାଲିଆତି କରିଥିବା ଅଭିଯୋଗ ହୋଇଛି । ତେବେ ସେମାନଙ୍କୁ ନୋଟିସ ଜାରି କରିବା ଲାଗି ନିର୍ବାଚନ ଆୟୋଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଇଲେକ୍ସନ ପ୍ରୋସିଜ୍ୟୁର କୋଡର ଧାରା ୧୯ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ହାଇକୋର୍ଟ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.