ETV Bharat / state

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ, ଜୟ ଭାରତ ସତ୍ୟାଗ୍ରହ କରିବ କଂଗ୍ରେସ

author img

By

Published : Apr 4, 2023, 7:36 AM IST

ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ତାର ପ୍ରଶ୍ନର ଉତ୍ତର ଦେବାକୁ ହେବ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଓ ଆଦାନୀ ପ୍ରସଙ୍ଗରେ ଜୟ ଭାରତ ସତ୍ୟାଗ୍ରହ କରିବ କଂଗ୍ରେସ । ଅଧିକ ପଢନ୍ତୁ

କଂଗ୍ରେସର ସର୍ବଦଳୀୟ ବୈଠକ
Congress All party meeting

ଭୁବନେଶ୍ବର: କେନ୍ଦ୍ର ସରକାର ବିରୋଧରେ ବିରୋଧୀଙ୍କ ମେଳି । ପୁଣି ଏକାଠି ହେଲେ ବିରୋଧୀ । କଂଗ୍ରେସ ସହ ସାମିଲ ହେଲେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି । ମୋଦି ଓ ଆଦାନୀଙ୍କ ସମ୍ପର୍କ ପର୍ଦ୍ଦାଫାସ କରିବାକୁ ପ୍ରସ୍ତୁତି କରୁଛନ୍ତି କଂଗ୍ରେସ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ସମ୍ବିଧାନ ବିରୋଧୀ କାର୍ଯ୍ୟ ଏବଂ ଦେଶର ଜାତୀୟ ସମ୍ପତ୍ତି କାହିଁକି ଜଣେ ବ୍ୟବସାୟୀଙ୍କ ହାତରେ ଟେକି ଦିଆଯାଉଛି ଏପରିକି ତାଙ୍କ ପରିବାର ଦ୍ବାରା ବିଦେଶରେ ପରିଚାଳିତ ସେଲ କମ୍ପାନୀମାନଙ୍କ ଦ୍ବାରା ଆଦାନୀ ଗ୍ରୁଫ ଅଫ କମ୍ପାନୀରେ ଯେଉଁ ୨୦ ହଜାର ଟଙ୍କା ବିନିଯୋଗ ହୋଇଛି ସେ ଟଙ୍କା କାହାର ତାର ପ୍ରଶ୍ନ ମାଗିଛି କଂଗ୍ରେସ । ଏନେଇ ସତ୍ୟାଗ୍ରହ କରିବ କଂଗ୍ରେସ । ସର୍ବଦଳୀୟ ବୈଠକ କରି କଂଗ୍ରେସ ନିଷ୍ପତ୍ତି ନେଇଛି ।

ପ୍ରକାଶଥାଉ କି, କଂଗ୍ରେସ ସର୍ବଦଳୀୟ ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏପଂ ପ୍ରସାଦ ହରିଚନ୍ଦନଙ୍କ ଆବାହକତ୍ବରେ ଅଣବିଜେପି ଦଳମାନଙ୍କର ଭୁବନେଶ୍ବରରେ ଏକ ବୈଠକ ବସିଥିଲା । ଏହି ବୈଠକରେ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ସମ୍ପର୍କ ଏବଂ ୨୦ ହଜାର କୋଟି ଟଙ୍କା କାହାର ଏବଂ ବିଦେଶରେ ପରିଚାଳିତ ସେଲକମ୍ପାନୀ ମାନଙ୍କର କାହିଁକି ଇଡି ଦ୍ବାରା ତଦନ୍ତ କରାଯାଉ ନାହିଁ ପ୍ରସଙ୍ଗରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ସତ୍ୟାଗ୍ରହ କରିବ ବୋଲି ସମସ୍ତ ଦଳର ନେତୃବୃନ୍ଦମାନେ ସ୍ଥିର କରିଛନ୍ତି ।

ଏସମସ୍ତ ପ୍ରସଙ୍ଗକୁ ନେଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ନେତୃତ୍ବରେ ଆସନ୍ତା ଅପ୍ରେଲ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ଜୟ ଭାରତ ସତ୍ୟାଗ୍ରହ କାର୍ଯ୍ୟକ୍ରମ କରିବ । ଏହା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ସମଭାବାପନ୍ନ ଅଣବିଜେପି ଦଳର ନେତାମାନେ ଯୋଗଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଉତ୍ତର ନ ଦେଇ ରାହୁଲ ଗାନ୍ଧୀଙ୍କ ସଦ୍ୟସତା ପଦ ରଦ୍ଦ କରାଯାଇଛି । ଏକବିଂଶ ଶତାବ୍ଦୀର ଗଣତନ୍ତ୍ର ପ୍ରତି ସବୁଠାରୁ ବଡ଼ ଉପହାସ ବୋଲି ବୈଠକରେ ନେତୃବୃନ୍ଦମାନେ ଉଦ୍‌ବେଗ ପ୍ରକାଶ କରିଥିଲେ ।

ଏହା ବି ପଢନ୍ତୁ...ପିଲାଙ୍କୁ ସ୍କୁଲ୍‌ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟ, ୧୨ରେ ପାଳିତ ହେବ ପୂର୍ଣ୍ଣ ଉପସ୍ଥାନ ଦିବସ

ଏହା ବି ପଢନ୍ତୁ...ଉପକୂଳ ରାଜପଥ ଯୋଜନାରେ ଗଞ୍ଜାମକୁ ଅବହେଳା ! ବାଟ ହୁଡ଼ୁଛି ପରିବେଶ ମନ୍ତ୍ରଣାଳୟ

ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେର୍ଡଷ୍ଟାର), ଏନସିପି, ସମାଜବାଦିପାର୍ଟି, ଆରଜେଡି, ଆମ ଆଦିମ ପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇ,ଯେଏମଏମର ଶୀର୍ଷ ନେତୃବୃନ୍ଦ ଓ କର୍ମକର୍ତା ସର୍ବଶ୍ରୀ ଅଭୟ ସାହୁ, ଆଶିଷ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁର ଜେନା, ଜ୍ୟୋତି ରଞ୍ଜନ ମହାପାତ୍ର, ଯୁଧିଷ୍ଠୀର ମହାପାତ୍ର, ପ୍ରମିଳା ବେହେରା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ୍ ଅବଦୁଲ ୱାଲି, ଶିବାଜୀ ମୌଲିକ ପ୍ରମୁଖ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.