ETV Bharat / bharat

ଭାରତର ବୋହୂ ହେଲେ ପୋଲାଣ୍ଡ ଯୁବତୀ; ତାମିଲ ଯୁବକଙ୍କ ଧରିଲେ ହାତ - Tamil Boy Married Poland Girl

author img

By ETV Bharat Odisha Team

Published : May 5, 2024, 9:35 PM IST

Polish Girl Marries Tamil Boy: ତାମିଲ ବରକୁ ପୋଲାଣ୍ଡର କନିଆ । ଏଭଳି ନିଆରା ବିବାହ ତାମିଲନାଡୁର କୁରିଆନାପଲ୍ଲୀ ଗାଁରେ ହୋଇଛି । ଅଧିକ ପଢନ୍ତୁ

Polish Girl Marries Tamil Boy
Polish Girl Marries Tamil Boy (Etv Bharat)

ଚେନ୍ନାଇ: କଥାରେ ଅଛି ପ୍ରେମ ଦେଖେନି ଜାତି, ଧର୍ମ ଅବା ଧନ ଦୌଲତ । ପ୍ରେମରେ ଯଦି ସତ୍ୟତା ଥାଏ ତେବେ ପ୍ରେମୀ ଯୁଗଳଙ୍କ ମିଳନ ଅବଶ୍ୟମ୍ଭାବୀ । ଏପରି କିଛି ଘଟିଛି ରାମାସାନ ଓ ଏଭାଲିନାଙ୍କ କ୍ଷେତ୍ରରେ । ଉଭୟଙ୍କ ମଧ୍ୟରେ ଥିବା ସାତ ସମୁଦ୍ରର ଦୂରତାକୁ ଅତିକ୍ରମ କରି ଉଭୟ ହୋଇଛନ୍ତି ପରିଣୟ ସୂତ୍ରରେ ଆବଦ୍ଧ । ତେବେ ଏହି ବିବାହ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତାମିଲନାଡୁର କ୍ରିଷ୍ଣାଗିରି ଜିଲ୍ଲାର ୩୩ ବର୍ଷୀୟ ଯୁବକ ରାମାସାନ ପୋଲାଣ୍ଡକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରେ ସେ ଭିଲାନୋଭା ୟୁନିଭର୍ସିଟିରେ ରିସର୍ଚ୍ଚ ଆସୋସିଏଟ ଭାବେ କାର୍ଯ୍ୟ କରୁଥିଲେ ।

ସେଠାରେ କଲେଜରେ ପାଠ ପଢୁଥିବା ସମୟରେ ରାମାସାନଙ୍କ ସହିତ ଦେଖା ହୋଇଥିଲା ୩୦ ବର୍ଷୀୟ ସୁନ୍ଦରୀ ଏଭାଲିନାଙ୍କର । ପ୍ରଥମେ ରାମାସାନ ଓ ଏଭାଲିନା ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଓ ପରେ ସମୟକ୍ରମେ ଉଭୟ ପ୍ରେମରେ ପଡିଥିଲେ । ସେମାନେ ଦୀର୍ଘ ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ ଏବଂ ଉଭୟ ନିଜ ନିଜର ପିତା ମାତାଙ୍କୁ ନିଜ ପ୍ରେମ ସମ୍ପର୍କରେ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ... ରୋବଟକୁ ସାତ ଜନ୍ମର ସାଥି କରିବେ ତାମିଲନାଡୁ ଯୁବକ - Robot Giga Wedding

କ୍ରିଷ୍ଣାଗିରି ଜିଲ୍ଲାର କୁରିଆନାପଲ୍ଲୀ ଗ୍ରାମରେ ରହୁଥିବା ରାମାସାନଙ୍କ ପିତା ଥିମାପ୍ପା ଓ ମାଆ ପଦ୍ମାମ୍ମା ପ୍ରଥମେ ଏ ବିଷୟରେ ଜାଣିକି ପ୍ରଥମେ ଆଶ୍ଚର୍ଯ୍ୟ ହେବା ସହ ରାଜି ହୋଇ ନଥିଲେ । ସେହିଭଳି ପୋଲାଣ୍ଡରେ ରହୁଥିବା ଏଭାଲିନାଙ୍କ ପିତା ଆଡେମ ମାଲକୋର୍ଥା ଓ ଦୀପିକା ମଧ୍ୟ ଏ ସମ୍ପର୍କକୁ ଗୁରୁତ୍ବ ଦେଇନଥିଲେ । ପରେ ଉଭୟ ରାମାସାନ ଓ ଏଭାଲିନା ନିଜ ପିତାମାତାଙ୍କୁ ରାଜି କରିବାରେ ସଫଳ ହୋଇଥିଲେ । ଉଭୟ ରାମାସାନ ଓ ଏଭାଲିନା ଗତ ମାସରେ ଭାରତ ଆସି ବିବାହ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଗତକାଲି ଅର୍ଥାତ ମେ ୪ ତାରିଖରେ ଭେପାନ୍ନାପଲ୍ଲୀ ସ୍ଥିତ ବିବାହ ମଣ୍ଡପରେ ଉଭୟଙ୍କ ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା । ସେହିପରି ଆଜି (ମେ ୫)ରେ ତାମିଲ ପରମ୍ପରା ଅନୁସାରେ ବେଶ ଧୁମଧାମରେ ସେମାନଙ୍କ ବିବାହ ସମାରୋହ ଆୟୋଜିତ ହୋଇଛି । ଦେଶୀ ବର ସହିତ ବିଦେଶୀ କନିଆର ବାହାଘର କୁରିଆନାପଲ୍ଲୀ ତଥା ଆଖପାଖ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ନିଆରା ବିବାହରେ ଆଖପାଖ ଗାଁରୁ ଅନେକ ଲୋକମାନେ ଯୋଗ ଦେଇଥିଲେ ଓ ଗୁରୁଜନମାନେ ସେମାନଙ୍କ ମଙ୍ଗଳମୟ ବୈବାହିକ ଜୀବନର ଆଶୀର୍ବାଦ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.