ETV Bharat / bharat

ରୋବଟକୁ ସାତ ଜନ୍ମର ସାଥି କରିବେ ତାମିଲନାଡୁ ଯୁବକ - Robot Giga Wedding

author img

By ETV Bharat Odisha Team

Published : Apr 28, 2024, 1:31 PM IST

YIOUTH MARRIAGE WITH ROBOT
YIOUTH MARRIAGE WITH ROBOT

Robot Giga Wedding: ରୋବଟକୁ ବିବାହ କରିବେ ତାମିଲନାଡୁର ଯୁବକ ସୂର୍ଯ୍ୟ ପ୍ରକାଶ। 19 ଲକ୍ଷ ଟଙ୍କାରେ ରୋବଟ ଗିଗାର ତିଆର ତିଆରି ଚାଲିଛି। ଅଧିକ ପଢନ୍ତୁ

ଚେନ୍ନାଇ: ରୋବଟ ପ୍ରେମରେ ଯୁବକ । ରୋବଟକୁ ବିବାହ କରି ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁର ସୂର୍ଯ୍ୟ ପ୍ରକାଶ । ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ସେ ବିବାହ କରିବାକୁ ଯାଉଥିବା ରୋବଟର ନାମ ହେଉଛି ଗିଗା । 19 ଲକ୍ଷ ଟଙ୍କାରେ ସେ ଗିଗା ନାମକ ଏକ ମହିଳା ରୋବଟ ତିଆରି କରୁଛନ୍ତି । ତାମିଲନାଡୁରେ ଏହାକୁ ତିଆରି କରାଯାଉଥିବା ବେଳେ ଏହାର ପ୍ରୋଗ୍ରାମିଂ ଦିଲ୍ଲୀରେ ପ୍ରସ୍ତୁତ କରାଯାଉଛି ।

YOUTH MARRIAGE WITH ROBOT
YOUTH MARRIAGE WITH ROBOT

ରୋବଟର ନାମ ଗିଗା: ପିଲାଟି ବେଳରୁ ରୋବଟ ପ୍ରତି ବହୁତ ଆଗ୍ରହୀ ଥିଲେ ସୂର୍ଯ୍ୟ ପ୍ରକାଶ । କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସେନାରେ ପଠାଇବାକୁ ଚାହୁଁଥିଲେ, ଏହାପରେ ସେ ସେନାରେ ଯୋଗଦେବାକୁ ପ୍ରସ୍ତୁତ ହୋଇଥିଲେ । ନୌସେନାରେ ଯୋଗ ଦେବା ପାଇଁ ମନୋନୀତ ହୋଇଥିଲେ ସୂର୍ଯ୍ୟ ପ୍ରକାଶ । ପରେ ରୋବଟ ପ୍ରତି ସୂର୍ଯ୍ୟଙ୍କ ଆଗ୍ରହ ଦେଖି ତାଙ୍କୁ ଆଇଟି କ୍ଷେତ୍ରକୁ ଯିବାକୁ ପରିବାର ଲୋକେ କହିଥିଲେ । ପରେ ପରେ ଅଜମେର ସରକାରୀ କଲେଜରୁ ଇଞ୍ଜିନିୟରିଂ ପାଠ ଶେଷ କରି ସେ ରୋବୋଟିକ୍ସ ଉପରେ କାମ ଆରମ୍ଭ କରିଥିଲେ । ଗିଗା ବିଷୟରେ ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ, ସମସ୍ତ ରୀତିନୀତି ଅନୁଯାୟୀ ସେ ଗିଗାଙ୍କୁ ବିବାହ କରିବେ ଏବଂ ପରିବାର ସଦସ୍ୟ ମଧ୍ୟ ଏଥିରେ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ-ମହାକାଶରେ ଶକ୍ତି ଦେଖାଇବ ଭାରତ, ମାନବ ପୂର୍ବରୁ ପ୍ରେରଣ କରାଯିବ ମହିଳା ରୋବଟ

ଇଂରାଜୀ ଓ ହିନ୍ଦି ଭାଷାରେ କଥା ହେବ ରୋବଟ: ସୂର୍ଯ୍ୟ ପ୍ରକାଶ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ପିତାମାତାଙ୍କୁ ରୋବୋଟ ସହ ବିବାହ କରିବା ରଥା କହିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ପରେ ପରିବାର ଲୋକେ ମାନି ଯାଇଥିଲେ । ଗିଗାର ପୁରା ପ୍ରୋଗ୍ରାମିଂ ପାଇଁ ପ୍ରାୟ 5 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ପ୍ରୋଗ୍ରାମିଂ ଇଂରାଜୀରେ ହେବ । ଏଥିରେ ହିନ୍ଦୀ ପ୍ରୋଗ୍ରାମିଂ ମଧ୍ୟ କରାଯାଇପାରିବ । ଗିଗା ଦିନକୁ ଆଠ ଘଣ୍ଟା କାମ କରିପାରିବ । ପାଣି ଆଣିବା, ଅତିଥିମାନଙ୍କୁ ସ୍ୱାଗତ କରିବା ଏବଂ ହ୍ୟାଲୋ ହାଏ କରିପାରିବ ।

ଇସ୍ରାଏଲ୍ ସେନାରେ ଯୋଗଦେବେ ସୂର୍ଯ୍ୟ ପ୍ରକାଶ: ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ, ସେ ପ୍ରାୟ ଚାରି ଶହ ରୋବୋଟିକ୍ସ ପ୍ରୋଜେକ୍ଟରେ କାମ କରିଛନ୍ତି । କୋରୋନା ସମୟରେ ଜୟପୁରର ସାୱାଇମାନ ସିଂ ହସ୍ପିଟାଲରେ ରୋବଟ ମାଧ୍ୟମରେ ରୋଗୀଙ୍କୁ ଔଷଧ ଏବଂ ଖାଦ୍ୟ ଦିଆଯାଇଥିଲା । ସେ ସେହି ରୋବଟଗୁଡ଼ିକୁ ମଧ୍ୟ ସେ ପ୍ରସ୍ତୁତ କରିଥିଲେ । ଏହା ବ୍ୟତୀତ ସେ କୋରୋନା ସମୟରେ ଟଚଲେସ ଭୋଟିଂ ମେସିନର ଏକ ମଡେଲ ମଧ୍ୟ ପ୍ରସ୍ତୁତ କରିଥିଲେ । ଏଥିସହିତ, ବର୍ତ୍ତମାନ ସେ ଇସ୍ରାଏଲ୍ ସେନା ସହିତ କାମ କରିବାକୁ ଯାଉଛନ୍ତି ଏବଂ ଖୁବଶୀଘ୍ର ଇସ୍ରାଏଲ୍ ଯିବେ । ସେଠାରୁ ଫେରିବା ପରେ ସେ ଭାରତୀୟ ସେନାରେ ଯୋଗଦେବାକୁ ଚେଷ୍ଟା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.