ETV Bharat / science-and-technology

ମହାକାଶରେ ଶକ୍ତି ଦେଖାଇବ ଭାରତ, ମାନବ ପୂର୍ବରୁ ପ୍ରେରଣ କରାଯିବ ମହିଳା ରୋବଟ

author img

By ETV Bharat Odisha Team

Published : Dec 14, 2023, 10:30 AM IST

ISRO to Launch Female Robot Vyommitra: ଗଗନଯାନରେ ମହାକାଶକୁ ମାନବ ପଠାଇବା ପୂର୍ବରୁ ମହିଳା ରୋବଟ୍‌ ବ୍ୟୋମମିତ୍ରକୁ ପ୍ରେରଣ କରିବ ଇସ୍ରୋ। ଅଧିକ ପଢନ୍ତୁ

ISRO to Launch Female Robot Vyommitra
ISRO to Launch Female Robot Vyommitra

ହାଇଦ୍ରାବାଦ: ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପରବର୍ତ୍ତି ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଚନ୍ଦ୍ରଯାନ-3 ପରେ ଇସ୍ରୋ ପ୍ରଥମ ସୌର ମିଶନ ସୂର୍ଯ୍ୟ ମିଶନ ଆଦିତ୍ୟ L-1 ଲଞ୍ଚ କରିଥିବା ବାଳେ ବର୍ତ୍ତମାନ ନଜର ଗଗନଯାନ ଉପରେ। ଏହି ମିଶନ ଜରିଆରେ ମାନବ ବିହୀନ ମହାକାଶଯାନକୁ ମହାକାଶକୁ ପଠାଯିବ। ରିହର୍ସଲ ଶେଷ ହେବା ପରେ ଇସ୍ରୋ ଭାରତୀୟ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଥିବା ନେଇ ଗତ ଦୁଇ ଦିନ ପୂର୍ବ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ସୂଚନା ଦେଇଥିଲେ । ପ୍ରକାଶଥାଉକି ଗଗନଯାନ ମିଶନ ପାଇଁ ଇସ୍ରୋ ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ କରିଛି ।

ତେବେ ଗଗନଯାନ ମିଶନରେ ମାନବ ପ୍ରେରଣ କରିବା ପୂର୍ବରୁ ଇସ୍ରୋ ମହାକାଶକୁ ମହିଳା ରୋବଟ ବ୍ୟୋମମିତ୍ର ପ୍ରେରଣ କରିବ । ଏନେଇ ଗତକାଲି(ବୁଧବାର) କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ଭାରତ ମାନବ ମିଶନ ପୂର୍ବରୁ ମହିଳା ରୋବଟ ଅନ୍ତରୀକ୍ଷ ଯାତ୍ରୀ ବ୍ୟୋମମିତ୍ରକୁ ଲଞ୍ଚ କରାଯିବ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ । ଇସ୍ରୋର ମହତ୍ବାକାକ୍ଷିଂ ଗଗନଯାନ ମିଶନ ସାରା ବିଶ୍ବରେ ଭାରତର ସାମର୍ଥକ୍ୟକୁ ପ୍ରତିପାଦନ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।

ମାନବ ମିଶନ ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆସନ୍ତା ବର୍ଷ ଜଣେ ମହିଳା ରୋବଟ ମହାକାଶଚାରୀଙ୍କୁ ନେଇ ପରୀକ୍ଷଣ ଉଡ଼ାଣ କରିବା ନେଇ ସ୍ଥିର କରିଛି । ଅନ୍ତରୀକ୍ଷ ସହିତ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି କରିବା ପାଇଁ ଇସ୍ରୋ ଏକ ଡିପ୍‌ ସି' ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଯାହା ଆସନ୍ତା 3ରୁ 4 ବର୍ଷ ମଧ୍ୟରେ ସମ୍ପୁର୍ଣ୍ଣ ହେବ । ଏହି ମିଶନ ଦ୍ବାରା ଇସ୍ରୋ ଗଭୀର ସମୁଦ୍ରରେ ରହିଥିବା ଲୁକ୍କାୟିତ ସମ୍ବଳର ଅନୁଧ୍ୟାନ କରିବାରେ ସଫଳ ହେବ । ଏହା କେବଳ ମହାକାଶରେ ନୁହେଁ ବରଂ ଗଭୀର ସମୁଦ୍ରରେ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବ ଭାରତ ।

ଏହା ମଧ୍ୟ ପଢନ୍ତୁ: 2040 ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ମହାକାଶଚାରୀ ପଠାଇବ ଇସ୍ରୋ: ସୋମନାଥ

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, "ଭାରତର ମହାକାଶ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ପଥରେ ରହିଛି । ଏହାସହ ମହାକାଶ କ୍ଷୈତ୍ରିକ ଅର୍ଥନୀତି ଅଟକଳ 8 ବିଲିୟନ ଡଲାରରେ ରହିଛି । 2040 ସୁଦ୍ଧା ଏହା 40 ବିଲିୟନ ଡଲାରକୁ ପହଞ୍ଚିବାକୁ ଆକଳନ କରାଯାଇଛି ।" ଅନ୍ୟପଟେ ମନ୍ତ୍ରୀ ଅନ୍ତରୀକ୍ଷ ଷ୍ଟାଟଅପରେ ବ୍ୟକ୍ତିଗତ ନିବେଶକୁ ଆକର୍ଷିତ କରିବା ପାଇଁ ଉଲ୍ଲେଖନୀୟ ଅଗ୍ରଗତି ଉପରେ ସେ ଗୁରୁତ୍ବାରୋପ କରିଥିଲେ ।

ଭାରତରେ ସ୍ପେସ୍ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ମନ୍ତ୍ରୀ ଶ୍ରେୟ ଦେଇଛନ୍ତି । 2014 ମହିସାରେ ଆରମ୍ଭ ହୋଇଥିବା ଷ୍ଟାଟଅପ ବର୍ତ୍ତମାନ 190ରେ ପହଞ୍ଚିଛି । ଉପଗ୍ରହ ଉତକ୍ଷେପଣ ମାଧ୍ୟମରେ ବିଦେଶୀ ରାଜସ୍ୱ ପାଇବାରେ ଇସ୍ରୋ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଜି ପର୍ଯ୍ୟନ୍ତ 430ରୁ ଅଧିକ ବିଦେଶୀ ଉପଗ୍ରହ ଲଞ୍ଚ କରିଛି ଇସ୍ରୋ । ଏଥରୁ ପର୍ଯ୍ୟାପ୍ତ ପରିମାଣର ଆୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.